May 29, 2024

Odia Express

News For Public

ସୁନ୍ଦର ଅଟନ୍ତି କପିଲ୍ ଶର୍ମା ଶୋର Chandan Pravakar ଙ୍କ ସ୍ତ୍ରୀ, ଜାଣନ୍ତୁ କଣ କରନ୍ତି ସେ

ଟିଭିରେ ବହୁତ କମେଡି ଶୋ ଦେଖିବାକୁ ମିଳେ ଯାହା ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇସାରିଛି, ଲୋକଙ୍କୁ ଏହି କମେଡି ଶୋ ଦେଖିବା ବହୁତ ପସନ୍ଦ ଲାଗେ, ଏହି ମଧ୍ୟରେ ସୋନି ଟିଭିରେ ଦି କପିଲ୍ ଶର୍ମା ଶୋ ଆଉଥରେ ଫେରିସାରିଛି, ଏହି ଥର ଶୋ ରେ କପିଲ୍ ଶର୍ମାଙ୍କ ସହ କୃଷ୍ଣା, ଅଭିଷେକ, ଭାରତୀ ସିଂ, ସୁଦେଶ ଲହରି, କିକୁ ଶାରଦା, ଓ ଚନ୍ଦନ ପ୍ରଭାକର ପରି କମେଡିୟାନ୍ ଲୋକଙ୍କ ମନୋରଞ୍ଜନ କରୁଥିବାର ନଜର ଆସିବେ । ସେମିତି ଦେଖିବାକୁ ଗଲେ କପିଲ୍ ଶର୍ମା ଶୋର ସବୁ କଳାକାର ନିଜ ନିଜ ଭୁମିକା ବହୁତ ଭଲ ଭାବେ ନିଭାଇଛନ୍ତି

ସବୁ କଲାକାର ନିଜ ନିଜ ଅଭିନୟରୁ ଲୋକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଦି କପିଲ୍ ଶର୍ମା ଶୋର ଚନ୍ଦୁ ଚାହାବାଲା ମାନେ ଚନ୍ଦନ ପ୍ରଭାକରଙ୍କ ବିଷୟରେ କହିବାକୁ ଯାଊଛୁ । ଆପଣଙ୍କୁ କହିଦେବୁ କି ଚନ୍ଦନ ପ୍ରଭାକର କପିଲ୍ ଙ୍କ କଲେଜ ସମୟରୁ ଭଲ ବନ୍ଧୁ ଅଟନ୍ତି , ସେ କପିଲ୍ ଶର୍ମା ଶୋରେ ଚନ୍ଦୁ ଚାହାବାଲା ନାଁରୁ ଭଲ ଲୋକପ୍ରିୟତା ହାସିଲ୍ କରିଥିଲେ, ଯେପରି ଦି କପିଲ୍ ଶର୍ମା ଶୋରେ ଚନ୍ଦୁ ଚାହା ବାଲା ଏଣ୍ଟ୍ରି କରିଥିଲେ ତେବେ ଲୋକଙ୍କ ତାଳି ବାଜିବାକୁ ଲାଗେ, ଏହି ଶୋରେ ଚନ୍ଦୁ ସୁମୋନାଙ୍କ ଦିୱାନା ହୋଇଥାନ୍ତି, ଓ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଥିବାର ନଜର ଆସନ୍ତି

କିନ୍ତୁ ଅସଲ ଜୀବନରେ ଚନ୍ଦୁ ଅନ୍ୟ କାହାର ଦିୱାନା ହୋଇଛନ୍ତି ହଁ ଆଜ୍ଞା, ଚନ୍ଦୁ ଚାହାବାଲା ମାନେ ଚନ୍ଦନ ପ୍ରଭାକର ବିବାହିତ ଅଟନ୍ତି, ଓ ସେ ଅନ୍ୟ କାହାର ଦିୱାନା ନୁହେଁ ବରଂ ନିଜ ସ୍ତ୍ରୀ ନନ୍ଦିନୀ ଖାନ୍ନାଙ୍କ ଦିୱାନା ହୋଇଛନ୍ତି, ଅସଲ ଜୀବନରେ ଚନ୍ଦନ ପ୍ରଭାକରଙ୍କ ସ୍ତ୍ରୀ ନନ୍ଦିନୀ ନିଜକୁ ଲାଇମ୍ ଲାଇଟ୍ ରୁ ଦୁରେଇ ରଖନ୍ତି , କିନ୍ତୁ ସୁନ୍ଦରତାର ମାମଲାରେ ସେ ବଲିଉଡ୍ ର ଅଭିନେତ୍ରୀଙ୍କୁ କଡା ଟକ୍କର ଦିଅନ୍ତି । ଆପଣଙ୍କୁ କହିଦେବୁ କି ଚନ୍ଦନ ପ୍ରଭାକର ଟିଭି ଇଣ୍ତଷ୍ଟ୍ରିରେ ଏକ ଷ୍ଟାଣ୍ତ ଅଫ କମେଡିଆନ୍ ରୁପେ ଜଣାଯାଆନ୍ତି, ଦି ଗ୍ରେଟ୍ ଇଣ୍ତିଆନ୍ ଲାଫଟର୍ ଚ୍ୟାଲେଞ୍ଜ ର ତୃତୀୟ ସିଜିନ୍ ରେ ସେ ଫାଷ୍ଟ ରନର୍ସ ଅଫ୍ ଆସିଥିଲେ, ସେ କମେଡି ନାଇଟ୍ସ ୱିଥ୍ କପିଲ୍ ରେ ରାଜୁ ଭୁମିକା ନିଭାଇଥିଲେ, ଏବେ ଦି କପିଲ୍ ଶର୍ମା ଶୋ ରେ ଚନ୍ଦୁ ଚାହାବାଲା ଭୁମିକା ନିଭାଉଛନ୍ତି, ଏହି ଭୁମିକାରୁ ସେ ଭଲ ଲୋକପ୍ରିୟତା ହାସିଲ୍ କରିପାରିଥିଲେ ।

ବୋଧେ କାହାକୁ ଜଣାଥିବ କି ଚନ୍ଦନ ପ୍ରଭାକର ଅମୃତସରର ହିନ୍ଦୁ କଲେଜରୁ ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍ ରେ ବିଟେକ୍ କରିଛନ୍ତି, ହଁ ଆଜ୍ଞା, ଚନ୍ଦନ ପ୍ରଭାକର ଇଞ୍ଜିନିୟର ଥିଲେ ,କିନ୍ତୁ କମେଡିରେ ତାଙ୍କର ଅଧିକା ରୁଚି ଥିଲା, ସେ ନିଜ କ୍ୟାରିୟର ବନାଇବାକୁ ବହୁତ ପରିଶ୍ରମ କରିଥିଲେ, ଓ ଆଜି ତାଙ୍କ କମେଡି ଦୁନିଆଁରେ ଜଣାଶୁଣା ନାଁ ଅଛି । ଆପଣଙ୍କୁ କହିଦେବୁ କି କପିଲ୍ ଶର୍ମା ଶୋରେ ଚନ୍ଦୁଙ୍କ ଭୁମିକା ନିଭାଉଥିବା ଚନ୍ଦନ ପ୍ରଭାକର ଅସଲ ଜୀବନରେ ବିବାହିତ ଅଟନ୍ତି, ଚନ୍ଦନ ପ୍ରଭାକର ୨୦୧୫ ମସିହାରେ ନନ୍ଦିନୀ ଖାନ୍ନାଙ୍କୁ ବିବାହ କରିଥିଲେ, ନନ୍ଦିନୀ ଲାଇମ୍ ଲାଇଟ୍ ରୁ ଦୁରରେ ରୁହନ୍ତି

ଚନ୍ଦନଙ୍କ ସ୍ତ୍ରୀ ନନ୍ଦିନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଚନ୍ଦନ ଓ ନନ୍ଦିନୀ ଙ୍କ ଏକ ଝିଅ ଅଛି, ୨୦୧୭ ରେ ନନ୍ଦିନୀ ଏକ ଝିଅକୁ ଜନ୍ମ ଦେଇଥିଲେ, ତାଙ୍କର ଅଧିକାଂଶ ସମୟ ନିଜ ଝିଅର ଦେଖାଶୁଣା କରିବାରେ କଟିଥାଏ , ଚନ୍ଦନ ପ୍ରଭାକର ଏକ ଭଲ କମେଡିଆନ୍ ହିଁ ନୁହେଁ ବରଂ ସେ ପଞ୍ଜାବୀ ଓ ବଲିଉଡ୍ ଫିଲ୍ମରେ କାମକରିସାରିଛନ୍ତି, ସେମିତି ଚନ୍ଦନ ପ୍ରଭାକରଙ୍କୁ ଅସଲ ପରିଚୟ କପିଲ୍ ଶର୍ମା ଶୋର ପପୁଲାର୍ ଶୋରୁ ହିଁ ମିଳିଥିଲା । ଚନ୍ଦନ ପ୍ରଭାକର ନିଜକୁ ଫ୍ୟାମିଲି ମ୍ୟାନ୍ କହନ୍ତି, ଓ ତାଙ୍କର କହିବା କଥା କି ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।

Leave a Reply

Your email address will not be published. Required fields are marked *