May 23, 2024

Odia Express

News For Public

Sukanya ସମୃଦ୍ଧି ଯୋଜନାର ଲକ୍ଷାଧିକ ଟଙ୍କା ପୋଷ୍ଟ ଅଫିସ୍ ରାତାରାତି ହେଲା ଗାୟବ, ଜାଣନ୍ତୁ ଏବେ କଣ ହେବ ଖାତା ଧାରକଙ୍କର ।

ଯଦି ଆପଣ ଡାକଘରରେ ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ପଇସା ଜମା କରନ୍ତି ତେବେ ଏହି ସୁଚନା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ, ଏହି ମାମଲା ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବଡୋତ ଗାଁର ସାମ୍ନାରେ ଆସିଛି, ଯେଉଁଠି ଏକ ଡାକଘରରୁ ସୁକନ୍ୟା ସମୃଦ୍ଧି ଯୋଜନା ଓ ଜମା ଖାତାରେ କରାଯାଇଥିବା ଲକ୍ଷାଧିକ ଟଙ୍କା ଗାୟବ ହୋଇଯାଇଛି, ଯେବେ ଡାକଘର ବିଭାଗ ଏହି ବିଷୟରେ ଯାଞ୍ଚ କଲେ ତେବେ ସେଠାରେ ଡାକଘର ଅଧିକାରୀ ଦୋଷୀ ହେଲେ, ଓ ତାପରେ ତାଙ୍କୁ ପଦରୁ ବହିସ୍କୃତ କରିଦିଆଗଲା, ତାହା ସହ ତାଙ୍କ ବିପକ୍ଷରେ ରିପୋର୍ଟ ବି ଦର୍ଜ କରାଯାଇଥିଲା, ଏହି ଗାଁର ଡାକଘରରେ ପ୍ରାୟ ଦର୍ଜନରୁ ଅଧିକା ଗ୍ରାମିଣ ପ୍ରାୟ ୧୮,୫୦ ଲକ୍ଷ ଟଙ୍କା ଜମା କରିଛନ୍ତି, ଯିଏ ସୁକନ୍ୟା ସମୃଦ୍ଧି ଯୋଜନା ଜମା ଖାତା ଓ ଆର୍ ଡି ଦ୍ୱାରା ଜମା କରୁଥିଲେ ।

ଖବର ମୁତାବିକ ପୋଷ୍ଟ୍ ଅଫିସ୍ ରେ ନିଯୁକ୍ତ ଡାକପାଳ ଯାହାଙ୍କ ନାଁ ଦେବେନ୍ଦ୍ର ଅଟେ, ସେ ଏହି ପୁରା ରାଶି ନେଇଗଲେ, ନା ହିଁ ଏହି ପଇସା ଡାକଘରକୁ ମିଳିଲା, ଓ ନା ହିଁ ଏକାଉଣ୍ଟ ହୋଲଡର୍ସଙ୍କୁ ମିଳିପାରିବ, ଯେପରି ପଇସା ହେବାର କଥା ଲୋକଙ୍କ ସାମ୍ନାରେ ଆସିଲା ତେବେ ଲୋକେ ଏହାର ଅଭିଯୋଗ ଉଚ୍ଚ ବିଭାଗକୁ କଲେ, ମାମଲାର ଯାଞ୍ଚ କରି କାର୍ଯ୍ୟକାରି ଆରମ୍ଭ କରିଦେଇଛନ୍ତି, ଏହି କାର୍ଯ୍ୟନୁଷ୍ଠାନରେ ଦୋଷୀ ହୋଇଥିବା ଡାକପାଳ ଦେବେନ୍ଦ୍ର ସିଂଙ୍କୁ ତାଙ୍କପଦରୁ ହଟାଇଦିଆଗଲା, ଦୋଷୀ ଦେବେନ୍ଦ୍ର ସିଂଙ୍କ ପାଖରେ ଯେପରି କିଏ ପଇସା ଜମା କରାଏ, ତେବେ ସେ ପଇସାକୁ ନିଜ ପାଖରେ ରଖିନିଏ, ଓ ଏକାଉଣ୍ଟ ହୋଲଡର୍ କୁ ଡାକ କପିରେ ଏହାର କିଛି ଏଣ୍ଟ୍ରି କରାଏ ନାହିଁ , ଏହା ସହ ଯଦି କିଏ ପାସ ବୁକ୍ ଏଣ୍ଟ୍ରି କରିବାକୁ କହେ ତେବେ ସେ ହାତରେ ଲେଖିକରି ଡାକ କପି ଏକାଉଣ୍ଟ ହୋଲଡର୍ କୁ ଦେଇଦିଏ, ଓ ନିରିହ ଗାଁ ଲୋକେ ସେହି ପଇସା ଜମା ହୋଇଛି ଭାବି ଚାଲିଯାଆନ୍ତି ଏହି ପରି ସେ ୮୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଲେ ।

ଏକାଉଣ୍ଟ ଧାରକଙ୍କୁ ଲାଗିଥିଲା କି ତାଙ୍କ ପରିଶ୍ରମରୁ କମାଇଥିବା ପଇସା ପୋଷ୍ଟ ଅଫିସ୍ ଖାତାରେ ଜମା ହେଉଛି, ଓ ସେ ଏହା ଭାବିକରି ଖୁସିଥିଲେ , କିନ୍ତୁ ତାଙ୍କ ଖୁସି ବହୁତ୍ ଅଳ୍ପ ଦିନର ଥିଲା କିଛି ଗ୍ରାମୀଣ ଯେବେ ପାସବୁକ୍ ଏଣ୍ଟି କରିବାକୁ ଗଲେ ତେବେ ସେ କମ୍ୟୁଟରରେ ଏଣ୍ଟ୍ରି କରିବାକୁ କହିଲେ, କମ୍ୟୁଟରରୁ ଏଣ୍ଟ୍ରି ହେବା କ୍ଷଣି ତାଙ୍କ ଖାତାରେ କିଛି ବି ପଇସା ନଥିଲା, ଏହାଅରେ ସେ ବଡୋତ ହେଡ୍ ଅଫିସ୍ ଏଣ୍ଟ୍ରି କରାଇଲେ, ତେବେ ତାଙ୍କ ଏକାଉଣ୍ଟରେ କିଛି ମିଳିଲା ନାହିଁ, ତେବେ ଏହି ପୁରା ମାମଲା ସାମ୍ନାକୁ ଆସିଲା, ଓ ସେଏହାର ଅଭିଯୋଗ ଜମା କରାଇଲେ ଯାହାପରେ କାର୍ଯ୍ୟନୁଷ୍ଠନ ହେଲା ।

Leave a Reply

Your email address will not be published. Required fields are marked *