December 8, 2023

Odia Express

News For Public

South ର ଏହି କଳାକାର ମାନେ ନିଜ ବିବାହରେ ଖର୍ଚ୍ଚ କରିଥିଲେ କୋଟିଏ ଟଙ୍କା, ପାଣି ପରି ବୁହାଇଥିଲେ ପଇସା

1 min read

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆମ ଦେଶରେ ବିବାହକୁ ନେଇ ବହୁତ ମହତ୍ତ୍ୱ ରଖାଯାଏ , ସମସ୍ତେ ଚାହଁନ୍ତି କି ସେ ନିଜ ବାହାଘରକୁ ଧୁମ୍ ଧାମ୍ ପାଳିଥାନ୍ତି, ଯାହାପାଇଁ ସେ ବାହାଘରର ସବୁ ପ୍ରସ୍ତୁତି ପୁର୍ବରୁ କରିଥାଏ, ବହୁତ ଦିନ ପୁର୍ବରୁ ବିବାହର ରିତିନୀତି ଆରମ୍ଭ ହୋଇଯାଏ , ଓ ଯେବେ ବାହାଘର କେଉଁ ଷ୍ଟାରଙ୍କର ହୋଇଥାଏ ତେବେ ଏହି ଆୟୋଜନ କେବଳ ତାଙ୍କ ଘରେ ନୁହେଁ ବରଂ ପୁରା ସହରରେ ପାଳିତ ହୋଇଥାଏ । ଆପଣଙ୍କୁ କହିଦେବୁ କି ବଲିଉଡ୍ ଇଣ୍ତଷ୍ଟ୍ରିର କଳାକାରଙ୍କ ପରି ସାଉଥ୍ ସିନେମାର କଳାକାରଙ୍କ ରହିବା ଚଳିବା ମାମଲାରେ ମାତ୍ ଦିଅନ୍ତି, ସାଉଥ୍ ଫିଲ୍ମରେ କଳାକାରଙ୍କୁ କୋଟିଏ ଟଙ୍କା ଫିସ୍ ନେଇଥାନ୍ତି, ଏତିକି ନୁହେଁ ବରଂ ସେ ଆଲିଶାନ୍ ଘରରେ ବି ରହନ୍ତି, ଆଜି ଆମେ ଆପଣଙ୍କୁ ସାଉଥ୍ ସିନେମାରେ କିଛି ଏମିତି କଳାକାରଙ୍କ ବିଷୟରେ ଜଣାଇବୁ, ଯାହାକି ନିଜ ବିବାହରେ କେବଳ କୋଟିଏ ଟଙ୍କା ଖର୍ଚ୍ଚ କରିଦିଅନ୍ତି, ବରଂ ନିଜ ସେ ପାଣିଙ୍କ ପରି ପଇସା ବୁହାଇଦେଇଛନ୍ତି ।

୧) ଏନ୍ ଟିଆର୍ ଜୁନିୟର୍ ଓ ଲକ୍ଷ୍ମୀ- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ଏନ୍ ଟିଆର୍ ଜୁନିୟର୍ ଲକ୍ଷ୍ମୀ ରାଓ ବିବାହ କରିଥିଲେ, ଆପଣଙ୍କୁ କହିଦେବୁ କି ଲକ୍ଷ୍ମୀ ରାଓ ଲୋକପ୍ରିୟ ବିଜନେସ୍ ମ୍ୟାନ୍ ଶ୍ରୀନିବାସ ରାଓଙ୍କ ଝିଅ ଅଟନ୍ତି , ଏନ୍ ଟିଆର୍ ଜୁନିୟର୍ ଓ ଲକ୍ଷ୍ମୀ ରାଓଙ୍କ ବାହାଘର୍ ବହୁତ ଧୁମ୍ ଧାମ୍ ରେ ହୋଇଥିଲା, ଖବର ଅନୁସାରେ କୁହାଯାଏ କି ଲକ୍ଷ୍ମୀ ରାଓ ନିଜ ବାହଘରରେ ଏକ କୋଟୀ ଟଙ୍କାର ଶାଢୀ ପିନ୍ଧିଥିଲେ, ଏହା ଛଡା ତାଙ୍କ ବିବାହ ମଣ୍ତପକୁ ସଜାଇବାରେ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଏହି ବିବାହର ପ୍ରୋଜେକ୍ଟ ୩୦୦ ମୁଲିଆ ମିଶିକରି ପୁରା କରିଥିଲେ, ମିଳିଥିବା ସୁଚନା ଅନୁସାରେ ୧୦୦୦ କୋଟି ଟଙ୍କା ଏହି ବାହାଘରରେ ଖର୍ଚ୍ଚ କରାଯାଇଥିଲା ।

୨) ଅଲ୍ଲୁ ଅର୍ଜୁନ୍ ଓ ସ୍ନେହା ରେଡି- ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ଓ ସ୍ନେହା ରେଡିଙ୍କ ଯୋଡି ସାଉଥ୍ ସିନେମାର ସବୁଠାରୁ ପପୁଲାର୍ ଯୋଡି ଅଟେ , ଏହି ଦୁହେଁଙ୍କ ବିବାହ ବହୁତ୍ ଧୁମ୍ ଧାମ୍ ରେ ହୋଇଥିଲା, ମାଧବପୁର ରେ ହୋଇଥିବା ଏହି ବାହାଘର କରିବାପାଇଁ ୪୦ ଜଣ ଫଟୋଗ୍ରାଫର୍ ଆସିଥିଲେ, ଏମିତି କୁହାଯାଉଛି କି ଏହି ବାହାଘରରେ ୧୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଥିଲା ।

୩) ବ୍ରାହ୍ମଣୀ ରେଡି ଓ ରାଜୀବ୍ ରେଡି- ଜନାର୍ଦ୍ଧନ ରେଡିଙ୍କ ଝିଅ ବ୍ରାହ୍ମଣୀ ରେଡି ରାଜୀବ୍ ରେଡିଙ୍କୁ ବିବାହ୍ କରିଥିଲେ, ୨୦୧୬ ରେ ଜନାର୍ଦ୍ଧନ ରେଡିଙ୍କ ଝି ବିବାହ ବହୁତ୍ ଧୁମ୍ ଧାମ୍ ରେ ହୋଇଥିଲା, ଖବର ଅନୁସାରେ ଏମିତି କୁହାଯାଏ କି ଏହି ବାହାଘର ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ସବୁଠାରୁ ମହଙ୍ଗା ଓ ବଡ ବାହାଘରରୁ ଗୋଟେ, ଏହି ବିବାହରେ ରୀତିନୀତି ୫ ଦିନ ଯାଏଁ ଚାଲିଥିଲା, ଓ ଏଥିରେ ୫୦ ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା, ଏମିତି କୁହାଯାଏ କି ବ୍ରାହ୍ମଣୀ ରେଡି ନିଜ ବାହାଘର ଉପରେ ୧୭ କୋଟିର କାଞ୍ଜିବରମ୍ ଶାଢୀ ପିନ୍ଧିଥିଲେ, ଓ ୯୦ କୋଟିର ଗହଣା ପିନ୍ଧିଥିଲେ, ଖବର ଅନୁସାରେ ୫୫୦ କୋଟି ଏହି ବାହାଘରରେ ଖର୍ଚ୍ଚ ହୋଇଥିଲା ।

୪) ସୁର୍ଯ୍ୟ ଓ ଜ୍ୟୋତିକା- ସୂର୍ଯ୍ୟା ଓ ଜ୍ୟୋତିକାଙ୍କ ବାହଘରରେ ବହୁତ ପଇସା ଖର୍ଚ୍ଚ ହୋଇଥିଲା, ଏହି ସାଉଥ୍ ସିନେମାର ସବୁଠାରୁ ମହଙ୍ଗା ବାହାଘରରୁ ଗୋଟେ ଜଣାଯାଏ , ଖବର ଅନୁସାରେ ଏମିତି କୁହାଯାଏ କି ବିବାହରେ ଜ୍ୟୋତିକା ୩ ଲକ୍ଷ ଟଙ୍କାର୍ ଲେହେଙ୍ଗା ପିନ୍ଧିଥିଲେ, ଏହି ଦୁହେଁଙ୍କ ବିବାହରେ କମଲ ହାସନ, ଧନୁଷ, ଐଶ୍ୱର୍ଯ୍ୟା ରାୟଙ୍କ ସହିତ ବହୁତ ବଡ ବଡ କଳାକାର ଆସିଥିଲେ ।

୫) ରାମଚରଣ ତେଜା ଓ ଉପାସନା କମିନେନି- ସାଉଥ୍ ଅଭିନେତା ରାମଚରଣଙ୍କ ବିବାହ ସବୁଠାରୁ ମହଙ୍ଗା ବାହାଘରରୁ ଗୋଟେ ବୋଲି ଜଣାଯାଏ , ଚିରଞ୍ଜିବିଙ୍କ ପୁଅ ରାମଚରଣ ତେଜା ନିଜ ଛୁଆବେଳର ସାଙ୍ଗ ଉପାସନା କମିନେନିଙ୍କୁ ବିବାହ କରିଥିଲେ, ଏହି ଦୁହେଁଙ୍କ ବିବାହ ୨୦୧୨ ରେ ହୋଇଥିଲା ।ଏମିତି କୁହାଯାଏ କି ଏମାନଙ୍କ ବାହାଘରରେ ଅମିତାଭ ବଚ୍ଚନ, ଶ୍ରୀଦେବୀ, ବୋନି କାପୁର ସହିତ ବଲିଉଡ୍ ର ବହୁତ ବଡ ବଡ କଳାକାର ଆସିଥିଲେ, ଏହି ଦୁହେଁଙ୍କ ବିବାହ ପାଣି ପରି ପଇସା ଖର୍ଚ୍ଚ ହୋଇଥିଲା ।

Leave a Reply

Your email address will not be published. Required fields are marked *