December 10, 2023

Odia Express

News For Public

ଜୟ ଶ୍ରୀ କ୍ରିଷ୍ଣା TV Show ରେ ଏହି ଶିଶୁ କଳାକାର ନିଭାଇଥିଲେ କାହ୍ନାର ଭୁମିକା, ଏବେ ହୋଇଯାଇଛନ୍ତି ଏତେ ବଡ କି ଚିହ୍ନିବା ହୋଇଯିବ କଷ୍ଟକର

ଟିଭି ଇତିହାସରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏକି କୃଷ୍ଣ ହୋଇକରି ପରଦାରେ ରୋଲ୍ କରିଥିଲେ, ଏହି ସିରିଆଲ୍ ଜରିଆରେ ଦର୍ଶକମାନେ ଶ୍ରୀକୃଷ୍ଣଙ୍କୁ ବହୁତ ଭଲ ପାଇବା ଦେଇଥିଲେ, କିଛି କଳାକାର ଏମିତି ଅସଲ ଜୀବନରେ ତାଙ୍କୁ ଭଗବାନ ଭାବି ପୁଜା କରିବାକୁ ଲାଗିଲେ, ସେମିତି ବହୁତ ଶୋ ମଧ୍ୟରେ ଏତେ ପପୁଲାର୍ ହୋଇଗଲେ କି ଲୋକେ ତାଙ୍କୁ ଦେଖିବାକୁ ପୁରା ବ୍ୟଗ୍ର ହୋଇଗଲେ, ଏଥିରୁ କର୍ଲରସ୍ ଟେଲିଭିଜନରେ ପ୍ରସାରିତ ହେଇଥିବା ଜୟ ଶ୍ରୀକୃଷ୍ଣା ପୁନଃ ପ୍ରସାରଣ ସାମିଲ୍ ଅଛି, କଣ ଆପଣ ଜାଣିଛନ୍ତି କି ୨୦୦୮ ରେ ପ୍ରସାରିତ ହେଇଥିବା ଟେଲିଭିଜନ୍ ସିରିଆଲ୍ ଜୟ ଶ୍ରୀକୃଷ୍ଣା ଭଗବାନ ଶ୍ରୀକୃଷ୍ଣଙ୍କ ଭୁମିକାରେ ଏକ ଝିଅ ଅଭିନୟ କରିଥିଲା ।

ନିଜ ମନମୋହକ ହସରୁ ଲୋକଙ୍କୁ ଦିୱାନା କରିଥିବା ଏହି ଛୁଆଟିର ନାଁ ଧୃତି ଭାଟୀଆ ଅଟେ, ଟେଲିଭିଜନ ଶ୍ରୀକୃଷ୍ଣାରେ ଦର୍ଶକଙ୍କୁ ଆଉଥରେ ମନେ ପକାଇଦେଇଛି ଧୃତିଙ୍କ ଅଭିନୟ ବିଷୟରେ, ଶୋରେ ମୋହକ ହସ ଓ ଲୋକଙ୍କ ହୃଦୟ ଜିତିଥିବା ଧୃତି ଭାଟ୍ଟିଆ ବହୁତ ବଡ ହୋଇସାରିଛନ୍ତି । ତାଙ୍କ ନାଁରେ ଏକ ଇନଷ୍ଟାଗ୍ରାମ ଏକାଉଣ୍ଟ ବି ଅଛି, ତାହା ତାଙ୍କର ଭେରିଫାଏଡ୍ ଏକାଉଣ୍ଟ ନୁହେଁ, ଏହା କହିପାରିବା ମୁସକିଲ୍ ଅଟେ

କିନ୍ତୁ ଏହି ଏକାଉଣ୍ଟରେ ଧୃତିଙ୍କ ବହୁତ ସାରା ଫଟୋ ଅଛି , ଯେଉଁଠି ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି, କହିଦେବୁ କି ଯେଉଁ ସମୟରେ ଧୃତି କୃଷ୍ଣାଙ୍କ ରୋଲ୍ ନିଭାଇଥିଲେ, ସେଇ ସମୟରେ ସେ କେବଳ ୩ ବର୍ଷର ଥିଲେ , ଧୃତିଙ୍କୁ ଦର୍ଶକମାନେ ବହୁତ ସାରା ଭଲ ପାଇବା ଦେଲେ । ଲୋକେ ଟିଭିରେ ତାଙ୍କର ଆସିବାର ଅପେକ୍ଷା କରୁଥିଲେ, ଶ୍ରୀକୃଷ୍ଣଙ୍କ ବାଳ ରୁପରେ ଲୋକେ ତାଙ୍କୁ ଜାଣିଲେ ଓ ପସନ୍ଦ ବି କଲେ

ଏହା ସହ ଧୃତିଙ୍କ ନିରିହ ହସ ଲୋକଙ୍କୁ ଏବେ ବି ମନେ ଅଛି, କିନ୍ତୁ ଧୃତି ଏବେ ବଡ ହୋଇସାରିଛନ୍ତି, ଓ ପୁରୁଣା ଫଟୋଗୁଡିକ ମୁତାବିକ ତାଙ୍କୁ ଚିହ୍ନିପାରିବା ମୁସକିଲ୍ ହେଉଛି । ଧୃତି ଏହି ଦିନରେ ଟେଲିଭିଜନ ଧାରାବାହିକରୁ ଦୁରେଇଯାଇ ପାଠପଢାରେ ଧ୍ୟାନ ଦେଉଛନ୍ତି, ଏହି ସିରିଆଲ୍ ପରେ ଧୃତି ବହୁତ ସିରିଆଲ୍ ରେ ନଜର ଆସିଥିଲେ, ଯେଉଁଥିରେ ବରୁଣ ସୋବତୀ ସିରିଆଲ୍ ଇସ୍ ପ୍ୟାର୍ କା କ୍ୟା ନାମ୍ ଦୁଁ ଓ ମାତା କି ଚୌକି ସାମିଲ୍ ଅଛି

ଧୃତି ଏବେ ୧୫ ବର୍ଷୀୟ ହୋଇସାରିଛନ୍ତି ।କହିଦେବୁ କି ଧୃତିଙ୍କ ବାପା ଗଗନ ଭାଟିଆ ଏକ ବିଜନେସମ୍ୟାନ୍ ଅଟନ୍ତି, ସେମିତି ମା ପୁନମ୍ ଭାଟିଆ କୋରିଓଗ୍ରାଫର୍ ଅଟନ୍ତି, ଓ ତାହା ସହ ଅଭିନେତ୍ରୀ ବି ଅଟନ୍ତି , ଧୃତି ନିଜ ମାଙ୍କ ପରି କୋରିଓଗ୍ରାଫର୍ ହେବାକୁ ଆଶା ରଖିଛନ୍ତି, ଏଥିପାଇଁ ସେ ବହୁତ ଦିନରୁ କ୍ଲାସିକାଲ୍ ଶିଖୁଛନ୍ତି ।

Leave a Reply

Your email address will not be published. Required fields are marked *