May 23, 2024

Odia Express

News For Public

Sanjay Mishra ଙ୍କ ଜୀବନ ଅଟେ ସଂଘର୍ଷରେ ଭରପୁର, ଅଭିନୟ ଛାଡିକରି କେବେ ବିକ୍ରି କରିବା ଆରମ୍ଭ କରିଦେଇଥିଲେ ମ୍ୟାଗି

ଦୁନିଆଁରେ ଯେତେ ବି ବଡ ଓ ସଫଳ ବ୍ୟକ୍ତି ଅଟନ୍ତି । ତାଙ୍କ ପଛରେ ତାଙ୍କ ପରିଶ୍ରମ ଓ ଷ୍ଟ୍ରଗଲ୍ ଭରା ଜୀବନ ଲୁଚି ରହିଛି, ଫିଲ୍ମ ଦୁନିଆଁରେ ଏମିତି ଅନେକ କଳାକାର ଅଛନ୍ତି ଯାହାଙ୍କ ଜୀବନ ଆରମ୍ଭ ବହୁତ କଠିନ ରହିଛି । କିନ୍ତୁ ଏବେ ସେ ସମସ୍ତଙ୍କ ପସନ୍ଦର ହୋଇକରି ଓ ଲକ୍ଷାଧିକ ଟଙ୍କା କମାଉଛନ୍ତି, ସେଥିରୁ ଜଣେ ଅଟନ୍ତି ସଞ୍ଜୟ ମିଶ୍ରା, ସଂଞ୍ଜୟ ମିଶ୍ରା ବଲିଉଡ୍ ର ଦିଗଜ୍ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ସିରିୟସ୍ ରୁ ନେଇକରି କମେଡି ଭୁମିକା ପର୍ଯ୍ୟନ୍ତ ବଢିଆ କାମ କରନ୍ତି, ଆଜି ସେମିତି ସଞ୍ଜୟ ମିଶ୍ରାଙ୍କ ପାଖରେ ଧନ ଦୌଲତ ଓ ଐଶ୍ୱର୍ଯ୍ୟର କମି ନାହିଁ କିନ୍ତୁ ଗୋଟେ ସମୟ ଥିଲା ଯେବେ ତାଙ୍କ ପାଖରେ କିଛି ନଥିଲା, ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ସଞ୍ଜୟ ମିଶ୍ରାଙ୍କ ଷ୍ଟ୍ରଗଲ୍ ଷ୍ଟୋରୀ ବିଷୟରେ କହିବାକୁ ଯାଊଛୁ, ଯାହା ବୋଧେ ଆପଣଙ୍କୁ ଆଉଥରେ ନୁଆ ପ୍ରେରଣା ଯୋଗାଇବ ।

ସଞ୍ଜୟ ମିଶ୍ରା ତାଙ୍କ କମେଡି ଭୁମିକାପାଇଁ ଜଣାଯାଆନ୍ତି, ତାଙ୍କ ଡାଇଲଗ୍ ଓ ଷ୍ଟାଇଲ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ, ଏକ ଇଣ୍ଟରଭ୍ୟୁ ସମୟରେ ସଞ୍ଜୟ ମିଶ୍ରା ନିଜ ଲାଇଫ୍ ବିଷୟରେ ବହୁତ୍ କିଛି କହିଛନ୍ତି, ସେ କହିଲେ କି ସେ ନିଜ ଜୀବନକୁ କିପରି ଅଭିନୟ ପାଇଁ ତ୍ୟାଗ କରିଦେଇଥିଲେ, ଓ ଗଂଗୋତ୍ରୀ ରାସ୍ତାରେ ସେ ମ୍ୟାଗି ଆମଲେଟ୍ ବିକ୍ରି କରିଥିଲେ, ସଞ୍ଜୟଙ୍କ ଅନୁସାରେ ସେ ବହୁତଥର ମୃତ୍ୟୁକୁ ପାଖରେ ଅନୁଭବ କରିଛନ୍ତି, ଏମିତିରେ ଜୀବନର ମାଇନା ତାଙ୍କ ପାଇଁ ବହୁତ ବଦଳି ଗଲା, ସେ ଫିଲ୍ମରୁ ଦୁରେଇବାର ଫଇସଲା ନେଲେ, କିଛି ଦିନ ସେ ଏକ ଢାବାରେ ମାମୁଲି ୱେଟର୍ ହୋଇକରି କାମ କରିବାକୁ ଲାଗିଲେ, କିନ୍ତୁ ପରେ ଯେବେ ଲୋକେ ତାଙ୍କୁ ଚିହ୍ନିଲେ ତେବେ ସେ କାମ ଛାଡିଦେଲେ, ପେଟରେ ଗମ୍ଭୀର ଇନଫେକ୍ସନ୍ କାରଣରୁ ସେ ମୁମ୍ବାଇ ଛାଡିଦେଇଥିଲେ ।

ସଞ୍ଜୟ ମିଶ୍ରା ଏକ ଇଣ୍ଟରଭ୍ୟୁ ସମୟରେ କହିଲେ କି ପେଟରେ ଇନଫେକ୍ସନ୍ କାରଣରୁ ସେ ନିଜ ବାପାଙ୍କ ସହ ରହିବାକୁ ଚାଲିଗଲେ କିନ୍ତୁ ଏଠାରେ ରହିବା ସମୟରେ ଅଚାନକ ବାପାଙ୍କ ନିଧନ ହୋଇଗଲା, ଓ ସେ ପୁରା ଭାଙ୍ଗିପଡିଥିଲେ, ପାଖରୁ ମୃତ୍ୟୁକୁ ଦେଖିକରି ସଞ୍ଜୟ ଏପରି ଭାଙ୍ଗିଯାଈଥିଲେ କି ମୁମ୍ବାଇ ଆଉ ଆସିବାକୁ ଚାହୁଁନଥିଲେ, ଏମିତିରେ ସେ ପାହାଡର ମଧ୍ୟରେ ଗଂଗୋତ୍ରି ରାସ୍ତାରେ ମ୍ୟାଗି ବିକ୍ରି କରିବା ଓ ଆମଲେଟ୍ ବିକ୍ରି କରିବା କାମ ଆରମ୍ଭ କରିଦେଲେ, ପରେ କିଛି ପଥଯାତ୍ରୀ ତାଙ୍କୁ ଅଭିନେତା ଭାବେ ଚିହ୍ନିପାରିଲେ ।

ଯେବେ ସଞ୍ଜୟ ଅସୁବିଧାର ସମୟ ଦେଇ ଗତି କରୁଥିଲେ ତେବେ ତାଙ୍କ ମା ତାଙ୍କ ହାତ ଧରିଥିଲେ, ଓ ଆଶା ବାନ୍ଧିକରି ତାଙ୍କୁ ଦାଢୀ କଟାଇବାର କହିଥିଲେ, ଦିନେ ରୋହିତ୍ ସେଟ୍ଟି ତାଙ୍କୁ ଫୋନ୍ କରି କହିଲେ କି ଅଲ ଦି ବେଷ୍ଟ ଫିଲ୍ମ ପାଇଁ ତାଙ୍କୁ ସେ କାଷ୍ଟ କରିବାକୁ ଚାହୁଁଛନ୍ତି, ମାଙ୍କ ବୁଝାଇବା ପରେ ସଞ୍ଜୟ ହଁ କରିଦେଲେ ଓ କମ୍ ବ୍ୟାକ୍ କରି ତାଙ୍କ କମେଡିର ଯାଦୁ ଦେଖାଇଦେଲେ, ଆଜି ସଞ୍ଜୟ ମିଶ୍ରା ଏକ ଶାନଦାର୍ ଅଭିନେତାର ଜୀବନ ଚଳୁଛନ୍ତି, ଓ କମେଡି ଅନ୍ଦାଜରୁ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ।

Leave a Reply

Your email address will not be published. Required fields are marked *