May 20, 2024

Odia Express

News For Public

ସଲମାନ୍ – Ranbir ଙ୍କ ତରଫରୁ କ୍ୟାଟରିନାଙ୍କୁ ମିଳିଲା କୋଟିଏ ଟଙ୍କାର ଗିଫ୍ଟ, ଜାଣନ୍ତୁ ବାକି ସେଲିବ୍ରେଟିଜ୍ କଣ କଣ ଦେଲେ

ବଲିଉଡ୍ ରେ ସୁନ୍ଦର ଅଭିନେତ୍ରୀଙ୍କ ଲିଷ୍ଟରେ ଲୋକପ୍ରିୟତା ପାଈଥିବା କ୍ୟାଟରିନା କୈଫ୍ ଓ ଅଭିନେତା ବିକି କୌଶଲ ନିଜ ନୁଆ ଜୀବନ ଆରମ୍ଭ କରିସାରିଛନ୍ତି, ଏହି କପଲ୍ ୯ ଡିସେମ୍ବରକୁ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବରୱାଡାରେ ଶାହି ଅନ୍ଦାଜରେ ଧୁମଧାମ୍ ରେ ବାହା ହୋଇଥିଲେ, ଏହି ସମୟରେ ଦୁହେଁ ହିଁ ପରିବାର ଓ ଖାସ୍ ବନ୍ଧୁଙ୍କ ମଧ୍ୟରେ ସାତ ଫେରା ନେଇଥିଲେ । ବିବାହ ପରେ କ୍ୟାଟରିନା ଓ ବିକି କୌଶଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି, ଓ ବହୁତ ବଲିଉଡ୍ କଳାକାରମାନେ ଏହି କପଲଙ୍କୁ ମହଙ୍ଗା ମହଙ୍ଗା ଗିଫ୍ଟ ଦେଇଛନ୍ତି, ଏହି ମଧ୍ୟରେ କ୍ୟାଟରିନାଙ୍କ ଏକ୍ସ ବୟଫ୍ରେଣ୍ତ ରଣବୀର କାପୁର ଓ ସଲମାନ୍ ଖାନ୍ ଙ୍କ ଚର୍ଚ୍ଚା ବି ହୋଇଛି,

କୁହାଯାଉଛି କି ଏହି ଦୁହେଁ ନିଜ ପୁର୍ବତନ ପ୍ରେମିକା ମାନେ କ୍ୟାଟରିନା କୈଫଙ୍କୁ ବାହାଘରରେ ମହଙ୍ଗା ଗିଫ୍ଟ ଦେଇଛନ୍ତି, ଆସନ୍ତୁ ଜାଣିବା କ୍ୟାଟରିନାଙ୍କୁ ସବୁଠାରୁ ମହଙ୍ଗା ଗିଫ୍ଟ କାହା ଦ୍ୱାରା ମିଳିଛି  । ସଲମାନ୍ ଖାନ୍ ଓ ରଣବୀର କାପୁର କ୍ୟାଟରିନା କୈଫଙ୍କୁ ଓ ବିକି କୌଶଲଙ୍କ ବାହାଘରରେ ସାମିଲ୍ ହୋଇନଥିଲେ, କିନ୍ତୁ ରିୟାଦ୍ ଦେବାପାଇଁ ପହଞ୍ଚିଯାଇଥିଲେ, ୨ ଦିନ ପରେ ସେ ମୁମ୍ବାଇକୁ ଫେରିଆସିଥିଲେ, ସେମିତି କଥା ହେବା ରଣବୀର କାପୁରଙ୍କର ତେବେ ସେ ଏହି ବାହାଘରରେ ସାମିଲ୍ ହୋଇନଥିଲେ, ଏହି ମଧ୍ୟରେ ଦାବି ହେଉଛି କି କ୍ୟାଟରିନା ଓ ବିକି କୌଶଲ ବହୁତ ସୁପରଷ୍ଟାରଙ୍କ ଠାରୁ ମହଙ୍ଗା ଗିଫ୍ଟ୍ ପାଇଛନ୍ତି ।

ଏକ ରିପୋର୍ଟରୁ ଜଣାଯାଏ କି ଅଭିନେତା ସାହାରୁଖ୍ ଖାନ୍ କ୍ୟାଟରିନା ଓ ବିକି କୌଶଲଙ୍କୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଏକ ପେଣ୍ଟିଙ୍ଗ୍ ପଠାଇଛନ୍ତି ସେମିତି ଅଭିନେତା ହିତ୍ରିକ୍ ରୋଶନ୍ ଏହି କପଲଙ୍କୁ ବିଏମଡବଲୁ ଜି୩୧୦ ଆର୍ ବାଇକ୍ ଗିଫ୍ଟ୍ କରିଛନ୍ତି, ଯାହାର ଦାମ୍ ୩ ଲକ୍ଷ ଟଙ୍କା କୁହାଯାଊଛି, ସେମିତି ଅଭିନେତ୍ରୀ ତାପସୀ ପନ୍ନୁ ଏହି କପଲଙ୍କୁ ପ୍ଲାଟିନମ୍ ବ୍ରେସଲେଟ୍ ଗିଫ୍ଟ କରିଛନ୍ତି ଯାହାର ଦାମ୍ ୧,୪ ଲକ୍ଷ ରୁ ଅଧିକା ଅଟେ ।

ଆଲିଆ ଭଟ୍ଟ କ୍ୟାଟରିନାଙ୍କୁ ଲକ୍ଷେଟଙ୍କାର ପରଫ୍ୟୁମ୍ ଦେଇଛନ୍ତି, ତେବେ ସେମିତି ଅଭିନେତ୍ରୀ ଅନୁଷ୍କା ଶର୍ମା ୬,୪ ଲକ୍ଷ ଟଙ୍କାର ଇୟରରିଙ୍ଗ୍ସ୍ ଦେଇଛନ୍ତି । ଏବେ କଥା ଆସେ କ୍ୟାଟରିନା କୈଫଙ୍କ ବୟଫ୍ରେଣ୍ତ ସଲମାନ୍ ଖାନ୍ ଓ ରଣବିର୍ କାପୁରଙ୍କର ତେବେ କୁହାଯାଉଛି କି ସଲମାନ୍ ଖାନ୍ ଏହି କପଲଙ୍କୁ ରେଞ୍ଜ ରୋଭର୍ କାର୍ ଦେଇଛନ୍ତି ଯାହାର ଦାମ୍ ୩ କୋଟି ଅଟେ, ତେବେ ସେମିତି ରଣବୀର କାପୁର କ୍ୟାଟେରିନାଙ୍କୁ ୨,୫୦ କୋଟିର ଅଧିକା ଡାଇମଣ୍ତ୍ ନେକଲେସ୍ ଦେଇଛନ୍ତି, ଏହି କଥାରେ କେତେ ସତ୍ୟତା ଅଛି ଏହା କେହି ଜାଣନ୍ତି ନାହିଁ, କିନ୍ତୁ ଏମିତି ଆଶା କରାଯାଉଛି କି ସଲମାନ୍ ଓ ରଣବୀରଙ୍କ ଠାରୁ କ୍ୟାଟରିନାଙ୍କୁ କୋଟିଏ ଟଙ୍କାର ଗିଫ୍ଟ ମିଳୀଛି ।

ସେମିତି କୁହାଯାଉଛି କି ବିକି କୌଶଲ ନିଜ ସ୍ତ୍ରୀଙ୍କୁ ୧,୩ କୋଟିର ଏକ ହିରାର ମୁଦି ଦେଇଛନ୍ତି, ତେବେ କ୍ୟାଟରିନା ନିଜ ସ୍ୱାମୀଙ୍କୁ ମୁମ୍ବାଇରେ ଏକ ଶାନଦାର୍ ଆପାର୍ଟମେଣ୍ଟ ଗିଫ୍ଟକରିଛନ୍ତି, ଯାହାର ଦାମ୍ ୧୫ କୋଟିରୁ ଅଧିକା ବୋଲି କୁହାଯାଉଛି,

Leave a Reply

Your email address will not be published. Required fields are marked *