April 20, 2024

Odia Express

News For Public

ମଜାଳିଆ Joks – ସ୍ୱାମୀ- ତୁମେ ଏତେ କଣ ପାଇଁ ଚିଲ୍ଲାଉଛ,ସ୍ତ୍ରୀ- କାରଣ ସବୁଥର ଭୁଲ୍ ତୁମେ କରୁଛ, ସ୍ୱାମୀ- ହେ ଭଗବାନ, ମୋ ସ୍ତ୍ରୀକୁ ଗୋଟେ ଛେଳି କରିଥାନ୍ତ ହେଲେ,କାରଣ…

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବା ଓ ହସାଇବାର କିଛି ବି ମଉକା ହାତଛଡା କରିବା ଉଚିତ୍ ନୁହେଁ , ଯେବେ ଆମେ ଖୁସି ହୋଇଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ଏକଦମ୍ ସୁସ୍ଥ୍ୟ ରହେ, ଏହି କଥାକୁ ଧ୍ୟାନରେ ରଖି ଆଜି ଏହି ପୋଷ୍ଟରେ ଆମେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ତେବେ ଆଉ ବିଳମ୍ବ କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା- ସାଙ୍ଗ କାଲି ସଂନ୍ଧ୍ୟାକୁ ଭାଉଜ ତୋତେ କଣପାଇଁ ଏତେ ମାରୁଥିଲେ ? ବାନ୍ତା- କଣ କହିବି ସାଙ୍ଗ ସରକାରି ଅଫିସରେ କାମ କରି କରି ମୋର ଦିମାଗ୍ ଖରାପ ହୋଇଯାଈଛି, ସାନ୍ତା- କିନ୍ତୁ କଣହେଲା କହ ? ବାନ୍ତା- ସାଙ୍ଗ କାଲି ନିଜ ଗାର୍ଲଫ୍ରେଣ୍ତକୁ ପ୍ରେମପତ୍ର ଲେଖିଲି, ଓ ପ୍ରତିଲିପି ସୁଚନାର୍ଥ ଏବଂ ଆବଶ୍ୟକ କାର୍ଯ୍ୟବାହି ହେତୁ ସ୍ତ୍ରୀକୁ ପଠାଇଦେଲି ।

୨) ସ୍ତ୍ରୀ- ତୁମେ ମୋତେ ରାଣୀ କହିକରି କଣପାଇଁ ଡାକୁଛ ? ସ୍ୱାମୀ-କାରଣ ଚାକରଣୀ ଶବ୍ଦ ଲମ୍ବା ହୋଇଯାଉଛି, ସ୍ତ୍ରୀ-ଚିଢିକରି- ତୁମକୁ ଜଣାଅଛି, ମୁଁ ତୁମକୁ ଜାନ୍ କହିକରି କଣପାଇଁ ଡାକୁଛି ? ସ୍ୱାମୀ-ନା, କୁହ କଣପାଇଁ ? ସ୍ତ୍ରୀ-କାରଣ ଜାନୱର ଶବ୍ଦ ବଡ ହୋଇଯାଏ ସେଥିପାଇଁ ।

୩) ମୁଁ ଆଜି ଗାର୍ଲଫ୍ରେଣ୍ତକୁ କହିଲି ତୁମର ନାଁ ହାତରେ ଲେଖିବି କି ହୃଦୟରେ ? ତେବେ ସେ ପ୍ରେମରେ କହିଲା କି ପ୍ରୋପର୍ଟି ପେପରରେ ଲେଖିଦିଅ ନା, ଏହି ଝିଅମାନେ ଷ୍ଟାର୍ ପ୍ଲସ୍ ଦେଖିକରି ଚାଲାକ୍ ହୋଇଗଲେଣି, ୯ ଟି ଝିଅ ତ ଘରୁ ଫେରାର୍ ହୋଇଯାଇଛନ୍ତି ।

୪) ମଜା ତ ସେହି ଦିନ ଆସିବ, ଯେବେ ଆଧାରକାର୍ଡରେ ଫେସବୁକ୍ ଲିଙ୍କ୍ ହେବ, ତେବେ ଲୋକଙ୍କୁ ଜଣାପଡିବ କି ଯେଉଁ ଅଞ୍ଜଳି ବର୍ମା ସହ ରାତିରେ ଚାର୍ଟିଙ୍ଗ୍ କରୁଥିଲେ ସେ ଅସଲରେ ସେ ତ ଟିକାରାମ ସାହୁ ଅଟେ,

୫) ଏକ ମଦୁଆ ସ୍ୱାମୀ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡା ହେଲା, ମଦୁଆ ସ୍ୱାମୀ- ତୁ ମୋଟି, କଳା ସ୍ତ୍ରୀ ଲୋକ, ସ୍ୱାମୀ- ତୁ ମଦୁଆ, ସ୍ୱାମୀ ଜୋର୍ ଜୋର୍ ରେ ହସିବାକୁ ଲାଗିଲା, ଓ କହିଲା ମୁଁ ତ କାଲି ସକାଳ ଯାଏଁ ଠିକ୍ ହୋଇଯିବି, ତୁ ସବୁ ବୟସ ଯାକ ସେମିତି ରହିଥିବୁ

୬) ପ୍ରୋଫେସର୍- ହାତରେ ଚୁଡି ଆରସୀକୁ କଣ ମତଲବ କୁହ, ପପୁ- ଯେଉଁ ମହିଳା ହାତରେ ଚୁଡି ପିନ୍ଧିକରି ଗାଡି ଚଲାନ୍ତି, ପୋଲିସ୍ ତାଙ୍କୁ ଆରସି ମାଗେନାହିଁ  ପ୍ରୋଫେସର୍ ସାହେବ ସବୁ ବହିକୁ ନିଆଁ ଲଗାଇଦେଲେ ।

୭) ଶିକ୍ଷକ- ରହିମ୍ ଙ୍କ କିଛି ଦୋହା କୁହ, ପପୁ –ସାର୍ ମୋତେ ଆସେନି, ଶିକ୍ଷକ- ତୁମକୁ ଯେତିକି ଆସିଛି ସେତିକି ଶୁଣାଇଦିଅ, ପପୁ-କେବେ ଶୋଷିଲା ଲୋକକୁ ପାଣି ପିଆଇନାହିଁ ପରେ କ୍ୱାଟର୍ ପିଆଇଲେ କଣଫାଇଦା ? ଶିକ୍ଷକ- ପଳା ଏଠୁ ମାଇଣ୍ତ ଚେଞ୍ଜ୍ କରିଦେଉଛୁ ମୋର ।

୮) ଧନୀ ବ୍ୟକ୍ତି ବାହାଘରର ପରେ ହନିମୁନ୍ ପାଇଁ ବାହାରିଯାଏ, ଯେବେ କି ଗରିବ ଲୋକ ଗତ ୬ ମାସ ପର୍ଯ୍ୟନ୍ତ ଟେଣ୍ଟ୍ ବାଲା ପଡିଥାନ୍ତି, ୬ ଟି ଜଗ୍, ୧୩ ଟି ଥାଳି, ଓ ୯ ଟି ଗିଲାସ ଓ ୧ ଷ୍ଟିଲ୍ ବାଲଟି ଦିଅ, କହିକରି ।

୯) କବାଟ ଖୋଲୁଖୋଲୁ, ଝିଅ- ମୋର ପରଦିନ ବାହାଘର, ଏବେ କଣପାଇଁ ଆସିଛ ମୋର ଜୀବନରେ ଆଉଥରେ, ପୁଅ- ପାଣିର ଜାର୍ କେଉଁଠି ରଖିବି ? କାମ ଧନ୍ଦା ବି ଛାଡିଦେବି ନା କଣ ?

୧୦)ସ୍ୱାମୀ- ତୁମେ ଏତେ କଣପାଇଁ ଚିଲ୍ଲାଉଛ? ସ୍ତ୍ରୀ- କାରଣ ତୁମେ ସବୁବେଳେ ଭୁଲ୍ କରୁଛ, ସ୍ୱାମୀ-ହେ ଭଗବାନ ମୋତେ ଛେଳି କରିଥାନ୍ତ ହେଲେ, ସ୍ତ୍ରୀ-ତେବେ ତୁମେ କଣକରିଥାନ୍ତ ? ସ୍ୱାମୀ- ତାପରେ ମୁଁ ତୋତେ ପଚାରିଥାନ୍ତି କି କହ କିଏ ଭୁଲ୍ କରିଛି, ଓ ତୁ ଚିଲ୍ଲାଇକରି କହିଥାନ୍ତୁ ମେଁ ମେଁ ମେଁ ।

Leave a Reply

Your email address will not be published. Required fields are marked *