11 ମାର୍ଚ୍ଚ ୨୦୨୨ Friday ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଆଜି ଏହି ୫ ଟି ରାଶିର ଜୀବନରେ ଅସୁବିଧା ହେବ ଦୁର, ହେବ ସବୁ ଗୋଟେ କାମ

୧) ମେଷ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି, ଆପଣଙ୍କ ମନ ବହୁତ ଖୁସି ରହିବ । ଆପଣ ସବୁ କାମକୁ ସମୟରେ ପୁରା କରିପାରିବେ, ଆପଣ ଯେଉଁ କାମରେ ହାତ ଦେବେ ତାହା ସଫଳ ହୋଇଯିବ, ଘରର ଆର୍ଥିକ ସ୍ଥିତି ମଜବୁତ୍ ହେବ, କମାଇର ଜରିଆ ବଢିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେବ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଶେଷ ହୋଇଯିବ, ଆପଣ ନିଜ ସ୍ୱଭାବରୁ ଅନ୍ୟଙ୍କୁ ପ୍ରଭାବିତ୍ କରିବେ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଉତ୍ତମ ନଜର ଆସୁଛି, ନୁଆ ବାହାନ କିଣିପାରନ୍ତି, ଆପଣଙ୍କ କିଛି ଅଧୁରା ଇଚ୍ଛା ପୁରା ହୋଇପାରେ, ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ, ଏହା ସହ ବେତନ ବୃଦ୍ଧି ପରି ଶୁଭ ସୁଚନା ମିଳିପାରେ , ଯାହା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଆପଣଙ୍କୁ ବେପାରରେ ଲାଭ ମିଳିବ, ଛୋଟ ମୋଟ ବେପାରିଙ୍କ ଗ୍ରାହକଙ୍କ ବୃଦ୍ଧି ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଘର ପରିବାରର ମାହୋଲ୍ ଖୁସିମୟ ରହିବ, ଭାଇ ଭଉଣୀ ଭରପୁର୍ ସୁଖ ମିଳିବାର ନଜର ଆସୁଛି, ରୋଜଗାର ପାଇଁ ଏପଟ ସେପଟ ଭଟକୁଥିବା ଲୋକଙ୍କୁ ଆଜି କେଉଁ ଶୁଭ ସୁଚନା ମିଳିବାର ଅଛି, ଜୀବନସାଥୀଙ୍କ ସହ ଯଦି କିଛି ବୈଚାରିକ ମତଭେଦ ଚାଲୁଛି, ତେବେ ତାହା ଶେଷ ହେବ, ମା ବାପାଙ୍କ ସହ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି, ଆପଣ ନିଜ ଖର୍ଚ୍ଚ ଉପରେ କାବୁ ରଖନ୍ତୁ ନହେଲେ ଆଗକୁ ଯାଇକରି ଆର୍ଥିକ ସ୍ଥିତି ଖରାପ ହୋଇପାରେ, ଅନ୍ୟଙ୍କ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ, ଆପଣଙ୍କୁ ନିଜ ଜରୁରୀ କାମରେ ଧ୍ୟାନ ଦେବାକୁ ହେବ, ଆପଣ ନିଜ ଛୁଆଙ୍କର ନକରାତ୍ମକ ଗତିବିଧି ଗୁଡିକ ଉପରେ ନଜର ରଖିବେ, ନହେଲେ ଆଗକୁ ଯାଇକରି ହଇରାଣ ହୋଇପାରନ୍ତି ।

କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଟିକିଏ ନିରାଶଜନକ ନଜର ଆସୁଛି, ବେପାରରେ କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କୁ ତାର ଅନୁସାରେ ଫଳର ପ୍ରାପ୍ତି ହେବନାହିଁ, ପରିବାରର କେଉଁ ସଦସ୍ୟଙ୍କ ସହ କଥା କଟାକଟି ହୋଇପାରେ, ଆପଣ ନିଜ ବାଣୀ ଓ ରାଗ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ବିଦ୍ୟାର୍ଥିଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ, ଧାର୍ମିକ କାର୍ଯ୍ୟରେ ଅଧିକା ମନ ଲାଗିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ଭଲ ନଜର ଆସୁଛି, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଅଟକିଥିବା କାମ ପୁରା ହୋଇପାରେ, ଆପଣଙ୍କ ପରିଶ୍ରମରେ କଠିନରୁ କଠିନ କାମ ସହଜରେ ପୁରା କରିପାରିବେ, ବାହାନ ସୁଖ ପ୍ରାପ୍ତି ହେବ, ଆପଣ ନିଜ ବିରୋଧିଙ୍କୁ ପରାସ୍ତ କରିବେ, ମା ବାପାଙ୍କ ଆଶିର୍ବାଦ ମିଳିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ହେବ, କିନ୍ତୁ ଆପଣ କେଉଁ ଅଜଣା ଲୋକଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ସକରାତ୍ମକ ପରିଣାମ ନେଇକରି ଆସିବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ଆପଣ କେଉଁଠି ଧନ ନିବେଶ କରିପାରନ୍ତି, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ରହିବ, ବେପାରରେ ଭଲ ଲାଭ ହେବ, କାରୋବାରରେ ଉନ୍ନତି ହେବ । ଛୋଟ ବେପାରୀଙ୍କୁ ଲାଭ ବଢିବାର ଆଶା ଅଛି, ଘରୋଇ ଦରକାରିତାର ପୁର୍ତ୍ତି ହେବ, ବନ୍ଧୁଙ୍କ ସହ ମିଶିକରି ନୁଆ ବେପାର ଆରମ୍ଭ କରିପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ, କେଉଁ ସଂମ୍ପତ୍ତି ପ୍ରାପ୍ତି ହୋଇପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ, ପ୍ରୋପଟି କାମରେ ଭଲ ଲାଭ ମିଳୁଥିବାର ନଜର୍ ଆସୁଛି, ଆପଣ କେଉଁଠି ବଡ ନିବେଶ କରିପାରନ୍ତି, ବାପାଙ୍କ ମାର୍ଗଦର୍ଶନରୁ ଆପଣ ଯେଉଁ ବି କାମକୁ ହାତ ମାରିବେ ସେଥିରେ ସଫଳତା ମିଳିବ, ଆପଣ କେଉଁ ମିତ୍ରଙ୍କ ସ୍ୱାସ୍ଥ୍ୟକୁ ନେଇକରି ଟିକିଏ ଚିନ୍ତିତ ହୋଇପାରନ୍ତି, ନୁଆ ନୁଆ ଲୋକଙ୍କ ସହ ସାକ୍ଷାତ ହେବ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ନିଜ ଜୁନିୟର୍ ସହ କଥାବାର୍ତ୍ତା କରିବା ସମୟରେ ମଧୁରତା ରଖିବାର ଅଛି, ନହେଲେ ଯୁକ୍ତିତର୍କ ହୋଇପାରେ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଶାସନ ସତ୍ତାର ଭରପୁର ସହଯୋଗ ମିଳୁଥିବାର ନଜର ଆସୁଛି, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କୁ ଉତ୍ତମ ଲାଭପ୍ରାପ୍ତି ହେବ, ବେପାରରେ ଭଲ ଲାଭ ହେବ, ଲାଭଦାୟକ ବୁଝାମଣା ହାତ ଲାଗିପାରେ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି, ଜୀବନରେ ଚାଲୁଥିବା ଅସୁବିଧା ଦୁର ହୋଇଯିବ, ରୋଜଗାରର୍ ନୁଆ ଦିଗରେ କରିଥିବା ପ୍ରୟାସରେ ସଫଳ ହେବେ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପକ ଫଳ ଦାୟକ ରହିବ, ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ, ଯାହାର କାରଣରୁ ଆପଣଙ୍କୁ ଶାନ୍ତି ମିଳିବ, ପ୍ରେମଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ଆପଣ ନିଜ ପାର୍ଟନରଙ୍କ ସହ ନିଜ ହୃଦୟର କଥା ସେୟାର୍ କରିପାରିବେ, ବେପାର ସହ ଯୋଡି ହୋଇଥିବା ଲୋକଙ୍କୁ ନୁଆ ଟେକନିକ୍ ବ୍ୟବହାର କରିବାର ସୁଯୋଗ ମିଳିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱକାଂକ୍ଷାରେ ଭରପୁର ରହିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ବିବାଦ ଶେଷ ହୋଇପାରେ, ବିବାହ ଯୋଗୁଅ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରେ,  ଘର ପରିବାରରେ ଖୁସିମୟ ବାତାବରଣ ରହିବ, କାମ କାର୍ଯ୍ୟରେ ଚାଲୁଥିବା ଅସୁବିଧା ଦୁର ହୋଇଯୀବ, କାର୍ଯ୍ୟାଳୟରେ ବଡ ଅଧିକାରୀଙ୍କ ପୁରା ସପୋର୍ଟ ମିଳିବ, ଆୟର ନୁଆ ଜରିଆ ହାତରେ ଲାଗିବ ।

୧୨) ମୀନ୍ ରାଶି-ଆଜି ଆପଣଙ୍କ ଦିନ ମଧ୍ୟମ ରୁପକ ଫଳଦାୟକ ରହିବ, ଜୀବନସାଥୀ କ୍ୟାରିୟରରେ ଉନ୍ନତି ଦେଖି ମନ ଖୁସି ହେବ, ବେରୋଜଗାର ବ୍ୟକ୍ତିଙ୍କୁ କିଛି ନୁଆ ଚାକିରି ମିଳିପାରିବ, ଅଚନକ ଦୁର ସଂଚାର ମାଧ୍ୟମରେ ଖୁସି ଖବର ମିଳିବ, ଯାହାଦ୍ୱାରା ମନ ଖୁସି ହେବ, ବାପାଙ୍କ ଠାରୁ କିଛି ଧନ୍ ପ୍ରାପ୍ତି ହୋଇପାରେ, ଯାହାକୁ ପାଇକରି ଆପଣ ବହୁତ ଖୁସି ହେବେ, ପାରିବାରିକ ଜୀବନରେ ଖୁସି ମିଳିବ ।

Leave a Reply

Your email address will not be published.