April 17, 2024

Odia Express

News For Public

ଚାରି ବର୍ଷର କଡା ପରିଶ୍ରମର ପରେ ଏହି ଚାହା ବାଲା ହୋଇଗଲା କୋଟିପତିର ମାଲିକ, ଜାଣନ୍ତୁ MBA ଚାହା ବାଲା ସଫଳତାର କାହାଣୀ ପଛରେ କାହାଣୀ…

ଯଦି ଭାଗ୍ୟର ସହ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖିବେ ତେବେ ନିଶ୍ଚିତ ଆପଣ ଦିନେ ନା ଦିନେ ସଫଲତା ହାସିଲ୍ କରିପାରିବେ , କାରଣ ସଫଳତା ତେବେ ଯାଇ ମିଳିଥାଏ ଯେବେ ଆପଣ ନିଜ କର୍ମ ଉପରେ ଅଗାଢ ବିଶ୍ୱାସ ରଖୁଥିବେ, ଆଜି ଆମେ ଆପନଙ୍କୁ ଏହି ପୋଷ୍ଟର ଜରିଆରେ ଏକ ଏମିତି ଲୋକ ବିଷୟରେ କହିବାକୁ ଯାଉଛୁ, ଯିଏକି ଚାହା ଦୋକାନରୁ ନିଜ କାରୋବାର ଆରମ୍ଭ କରି ଆଜି କୋଟିଏ ଟଙ୍କାର ବିଜନେସ୍ ସ୍ଥାପନା କରିଛି, କିନ୍ତୁ ଭାରତ ସେହି ଦେଶ ଅଟେ ଯେଉଁଠି ଚାହା ବିକ୍ରି କରୁଥିବା ପ୍ରଧାନମନ୍ତ୍ରୀ ବି ହୋଇପାରିବ , ତେବେ ଗୋଟେ ଚାହା ବିକ୍ରି କରୁଥିବା କୋଟିପତି ବିଜନେସମ୍ୟାନ୍ କଣପାଇଁ ହୋଇପାରିବ ନାହିଁ ।

ଏହି କଥା ପ୍ରଫୁଲ୍ଲ ନାମକ ଏକ ବ୍ୟକ୍ତି ସତ କରିଦେଖାଈଛନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଏକ ଚାହା ବାଲା ବିଷୟରେ କହିବାକୁ ଯାଉଛୁ, ଯିଏକି କେବଳ ୪ ବର୍ଷରେ କୋଟିପତି ହୋଇଯାଇଛି ଆସନ୍ତୁ ଜାଣିବା ତାର ବିଷୟରେ । ସୁଚନା ପାଇଁ କହିଦେବୁ କି ଚାହା ବିକ୍ରି କରୁଥିବା ଏହି ବ୍ୟକ୍ତିଙ୍କ ନାଁ ପ୍ରଫୁଲ୍ଲ୍ ଅଟେ, ଯିଏକି ଗ୍ରାଜୁଏସନ୍ ଡିଗ୍ରୀ ପାଇବାରେ ଅସଫଳ ହେଲେ ଓ ଯାହାପରେ ସେ ନିଜ ଜୀବନକୁ ଅଧିକା ନିରାଶ ହୋଇଗଲା, ଯାହାକୁ ନେଇ ସେ ନିଜ ପାଠପଢା ଅଧାରୁ ଛାଡିଦେଲା, କିଛି ସମୟ ଯାଏଁ ସେ ଡେଲିଭରି ବୟ ଭାବେ କାମ କରିଥିଲା, କିନ୍ତୁ ସେ ନିଜ ଚାକିରିରେ ଏତେ ଅଧିକା ଖୁସି ରହୁନଥିଲା

ସେ ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହୁଁଥିଲା ଯାହାପରେ ସେ ଚାହା ବିକ୍ରି କରିବା ଆରମ୍ଭ କରିଦେଲା, ସେହି ସମୟରେ ପ୍ରଫୁଲ୍ଲଙ୍କ ପାଖରେ କିଛି ଅନ୍ୟ ବିଜନେସ୍ କରିବାପାଇଁ ପଇସା ନଥିଲା, ସେ ନିଜ ପରିବାର ଠାରୁ ୮ ହଜାର ଟଙ୍କା ଉଧାର ନେଇକରି ନିଜ ବିଜନେସ୍ ଆରମ୍ଭ କରିଥିଲା । କହିଦେବୁ କି ବୋଧେ ଏହି ଚାହା ବାଲା ବିଷୟରେ ଆପଣ ସୋସିଆଲ୍ ମୀଡିଆରେ କେଉଁଠି ଶୁଣିଥିବେ, ମିଡିଆ ରିପୋର୍ଟସ୍ ଅନୁସାରେ ପ୍ରଫୁଲ୍ଲଙ୍କ ଚାହା ବିକ୍ରି କରିବା ବିଜନେସ୍ ବିଲକୁଲ୍ ଚାଲିଲା ନାହିଁ

କିନ୍ତୁ ଧୀରେଧୀରେ ସେ ଲୋକଙ୍କ ପାଖରେ ଚାହା ପହଞ୍ଚାଇବା କାମ ଆରମ୍ଭ କରିଦେଲେ, ଓ ସେ ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବାକୁ ଲାଗିଲେ ଏହା ଦ୍ୱାରା ଗ୍ରାହକ ବଢିବାକୁ ଲାଗିଲେ, ଓ ତାଙ୍କର ଦିନରେ ହଜାର ଟଙ୍କା ଆୟ ହେବାକୁ ଲାଗିଲା, ଏହା ସହ ସେ ବାହାଘରରେ ବି ଚାହା ବିକ୍ରି କରିବା ଆରମ୍ଭ କରିଦେଲେ, ଓ ଏହା ସହ ସେ ଚାହା ବିକିବା ସହ ନିଜ ଗାଡିରେ ଏକ ମାଇକ୍ ଓ ମ୍ୟୁଜିକ୍ ସିଷ୍ଟମ୍ ଲଗାଇଦେଲେ

ଏତିକିନୁହେଁ ସେ ଭ୍ୟାଲେନଟାଇନ୍ ଡେ ସମୟରେ ସିଙ୍ଗଲ୍ ପୁଅଙ୍କୁ ଫ୍ରୀରେ ଚାହା ପିଆଇବା ଆରମ୍ଭ କରିଥିଲେ, ଯାହାକୁ ନେଇ ସେ ବହୁତ ଚର୍ଚ୍ଚିତ ହୋଇଥିଲେ ।ସୁଚନାପାଇଁ କହିଦେବୁ କି ପ୍ରଫୁଲ୍ଲ ନିଜ ଦୋକାନର୍ ନାଁ ଏମବିଏ ଚାହାବାଲା ରଖିଥିଲେ, ତାଙ୍କ ଦୋକାନର୍ ନାଁ ଗ୍ରାହକଙ୍କୁ ବେଶୀ ପ୍ରଭାବିତ୍ କରିଥିଲା, ନିଜ ଦୋକାନର ନାଁ ରଖିବାର୍ ପଛରେ କାରଣ ପ୍ରଫୁଲ କହିଲେ କି ସେ ପୁର୍ବରୁ ନିଜ ଦୋକାନର ନାଁ ମିଷ୍ଟର୍ ଅହମଦାବାଦ୍ ଚାହାବାଲା ରଖିଥିଲେ

ଯାହାପରେ ଲୋକେ ସର୍ଟ ଫର୍ମରେ ଏମବିଏ ଚାହା ବାଲା ଡାକିଲେ,  ଓ ଏହି ନାଁ ସବୁ ଗ୍ରାହକଙ୍କୁ ପସନ୍ଦ ଆସିଲା, ଆଜି ପ୍ରଫୁଲ୍ଲ ଦେଶରେ ପ୍ରାୟ ୧୧ ଟି ଚାହାର ବ୍ରାଞ୍ଚ ଅଛି, ଓ ସେ ଏକ ମୋଟିଭେସନାଲ୍ ସ୍ପିକର୍ ରୁପରେ କାମ କରନ୍ତି, ଏତିକି ନୁହେଁ ସେ ବହୁତ କଲେଜରେ ଲେକଚର୍ ଦେଇସାରିଛନ୍ତି, ଓ ନିଜର ସଫଳତାର ଶିଖରକୁ ଛୁଇଁକରି କୋଟିଏ ଟଙ୍କା ଆୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *