March 29, 2024

Odia Express

News For Public

୧୭ ବର୍ଷ Age ରେ ହୋଇଯାଇଥିଲା ବାହାଘର,ସ୍ତ୍ରୀ ହୋଇକରି ବି ପୁରୁଷଙ୍କ ବିଜନେସ୍ କରୁଛନ୍ତି ମହିଳା, ଏପରି କମାଉଛନ୍ତି ୧,୫ କୋଟି ବାର୍ଷିକ

1 min read

ଆଜିକାଲିର ସମୟରେ ମହିଳା ପୁରୁଷ ଏକା ସମାନ ଅଟନ୍ତି, ଦୁନିଆଁରେ ଏମିତି ବହୁତ କାମ ଅଛି ଯାହା ପୁରୁଷ କରୁଛନ୍ତି, ଏତିକି ନୁହେଁ ବରଂ ସେହି କାମକୁ ମହିଳା ବି କରୁଛନ୍ତି, ଓ ସେ ଏହି କ୍ଷେତ୍ରରେ ସଫଳତା ହାସିଲ୍ କରିସାରିଛନ୍ତି, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଏକ ଏମିତି ମହିଳାଙ୍କ କାହାଣୀ କହିବାକୁ ଯାଉଛୁ, ଯେଉଁଥିରେ ପୁରୁଷଙ୍କ ନାଁରୁ ଜଣାଶୁଣା କାରୋବାରରେ ନିଜ ଅଲଗା ପରିଚୟ ବନାଇଛନ୍ତି । ଆପଣଙ୍କୁ କହିଦେବୁ କି ପୁଣେର ଏହି କାରୋବରରେ ପ୍ରାୟ ୫୦୦ ପୁରୁଷ କାମ କରୁଥିବେ, କିନ୍ତୁ ଏଥିରେ ସେ ଏକେଲା ମହିଳା ଅଟନ୍ତି, ଏହି ମହିଳା ନା କେବଳ ପୁରୁଷଙ୍କ କାରୋବାରକୁ ବାଛିଲେ ବରଂ ଏଥିରେ ସଫଳତା ବି ହାସିଲ୍ କଲେ, ଆଜି ତାଙ୍କର ବାର୍ଷିକ ଟର୍ଣ୍ଣଓଭର୍ ୧,୫ କୋଟି ବୋଲି ଜଣାଯାଏ ।

ଆଜି ଆମେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ତାଙ୍କ ନାଁ ଶ୍ରଦ୍ଧା ଥୋରାଟ୍ ଅଟେ, ଯିଏକି ପ୍ରମାଣିତକରିଦେଇଛନ୍ତି କି କେଉଁ ବି କାମ କଠିନ ହୋଇନଥାଏ, ସେ କାମ ପୁରୁଷଙ୍କ ହେଉ କିମ୍ବା ସ୍ତ୍ରୀ ଲୋକଙ୍କର, ଶ୍ରଦ୍ଧା ଥୋରାଟ ପୁରୁଷଙ୍କ ଏହି ବିଜନେସ୍ କୁ କରି ଏକ ନୁଆ ସଫଳତା ହାସିଲ୍ କରିନେଇଛନ୍ତି, ଓ ସେହି ମହିଳାଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି, ଯିଏ ପୁରୁଷଙ୍କ ବିଜନେସ୍ ରେ କାମ କରିବାକୁ ଭୟ କରନ୍ତି

ପୁଣେରେ ରହୁଥିବା ଶ୍ରଦ୍ଧା ଥୋରାଟ ନିଜ ଶିକ୍ଷା ପୁଣେରୁ ପ୍ରାପ୍ତ କରିଥିଲେ, ସେ ନିଜ ଶିକ୍ଷା ବହୁତ ମଉଜ ମସ୍ତି ସହ ପୁରା କରିଥିଲେ, ସେ ଆରମ୍ଭରୁ ପାଠପଢାରେ ଭଲ ଥିଲେ, ତାଙ୍କ ବାପାଙ୍କ ଅନ୍ୟ ବିଜନେସ୍ ଥିଲା,ତାଙ୍କ ମା ଗୃହଣୀ ଥିଲେ, ମା ବାପା ଛୋଟ ଭଉଣୀ ଓ ଭାଇଙ୍କ ସହ ତାଙ୍କର ଏକ ଛୋଟ ପରିବାର ଥିଲା । ଶ୍ରଦ୍ଧା ଥୋରାଟ ଦଶମରେ ପ୍ରଥମ ଆସିଯାଇଥିଲେ, ଏହାପରେ ସେ କମର୍ସ କୋର୍ସ କରିଥିଲେ, ଶ୍ରଦ୍ଧା ଥୋରାଟଙ୍କ ସ୍ୱପ୍ନ ଥିଲା, କି ସେ ସିଏ ହେବେ କିନ୍ତୁ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା, କାରଣ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଗଲା, ସେମିତି ତାଙ୍କ ଜେଜେମା ଙ୍କ ଏହି ଇଚ୍ଛା ଥିଲା କି ତାଙ୍କ ନାତୁଣୀ ବାହାଘର ତାଙ୍କ ଆଖି ସାମ୍ନାରେ ହେଉ,

ଯାହାକୁ ନେଇ ବାପା ତୁରନ୍ତ ବାହାଘର କରାଇବାର ନିର୍ଣ୍ଣୟ ନେଇଥିଲେ, ତାଙ୍କ ବାହାଘର ଏକ ସଂମ୍ପର୍କୀୟଙ୍କ ସହ ତୟ ହୋଇଗଲା, ଯେବେ ଶ୍ରଦ୍ଧା ଥୋରାଟ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ ତାହାପରେ ସେ କରାଡ ଚାଲିଗଲେ, କିନ୍ତୁ ଶଶୁରଘରରେ ତାଙ୍କ ଶିକ୍ଷାକୁ ଅନୁମତି ମିଳିପାରିଲା ନାହିଁ, ସେ ବାହାରେ ପରୀକ୍ଷା ଦେଇକରି କଲେଜ ଆରମ୍ଭ କଲେ, ତାଙ୍କ ଏକ ଚାଷୀ ପରିବାର ଥିଲା ତେବେ କିଛି ଅଲଗା ଆମଦାନୀ ନଥିଲା, ସେ ପରିବାରର ସାହାଯ୍ୟରୁ ସିଲାଇ କାମ କରିବା ଆରମ୍ଭ କରିଦେଲେ, କିନ୍ତୁ ଅଧିକା ଆୟ ହୋଇପାରୁନଥିଲା  ।ଶଶୁରଘରର ଆର୍ଥିକ ସ୍ଥିତି ଠିକ୍ ନହେବା କାରଣରୁ ଶ୍ରଦ୍ଧା ନିଜ ପରିବାରର ସାହାଯ୍ୟ କରିବାକୁ ଚାହୁଁଥିଲେ

ଯେବେ ସେ ସିଲାଇ କାମରୁ ଅଧିକା ଆମଦାନୀ କରିପାରିନଥିଲେ ତେବେ ସେ ସେହି କାମ ଛାଡିଦେଲେ, ତାହାପରେ ଚାକିରି କରିବାର ବିଚାର କଲେ, ଏହି ମଧ୍ୟରେ ସେ ଗର୍ଭବତୀ ହୋଇଯାଇଥିଲେ, ଯେବେ ତାଙ୍କ ଡେଲିଭରି ହେବାର ଥିଲା ତେବେ ସେ ପୁଣେ ଆସିଥିଲେ ଓ ସେଠାରେ ଚାକିରି କରିବାର ଭାବି ବିଚାରି ଥିଲେ, ସେମିତି ତାଙ୍କ ମା ବାପା ବି ତାଙ୍କୁ ଚାକିରି କରିବାକୁ ମନା କରିଦେଇଥିଲେ ।ଶ୍ରଦ୍ଧା ଏହାପରେ ନିଜ ସ୍ୱାମୀଙ୍କ ସହ କଥାବାର୍ତ୍ତା କରିଥିଲେ, ଓ ସେ ପୁଣେ ଆସିବାପାଇଁ ପ୍ରସ୍ତୁତ କଲେ, ତାଙ୍କ ପରିବାର ପୁଣେ ଆସିଗଲା, ଓ ସେଠାରେ ସ୍ୱାମୀକୁ ବି ଚାକିରି ମିଳିଗଲା

ପରେ ଶ୍ରଦ୍ଧା ଏକ କମ୍ପ୍ୟୁଟର ଇନଷ୍ଟିଟ୍ୟୁଟ୍ ରେ ଚାକିରି କରିବା ଆରମ୍ଭ କରିଦେଇଥିଲେ, କିନ୍ତୁ ଅଧିକା ଇନକମ୍ ନହେବା କାରଣରୁ ସେ ସେଠାରୁ ଚାକିରି ଛାଡିଦେଲେ,  ଏହି ପରି ବହୁତ କମ୍ପାନୀ ଏହି ସମୟରେ ବଦଳାଇଲେ । ଆପଣଙ୍କୁ କହିଦେବୁ ଇ ପୁଣେ ରେ ଶ୍ରଦ୍ଧାଙ୍କ ପରିବାର ୧୦x୧୦ ରେ ଏକ ରୁମରେ ରହୁଥିଲେ, ସେ ୨୦୧୨ ରେ ନିଜ ସଞ୍ଚୟରୁ ଓ ଗହଣା ବିକ୍ରି କରି ଏକ ଫ୍ଲାଟ୍ ବୁକ୍ କରାଇଲେ, ଯେଉଁ କମ୍ପାନୀରେ ସେ ଶେଷଥର କାମ କରିଥିଲେ ସେଥିରେ ଲେଟ୍ କମିଙ୍ଗ୍ ଚାର୍ଜ ଲଗାଯାଉଥିଲା, ତେବେ ସେ ନିଜର କମ୍ପାନୀ ଆରମ୍ଭ କରିବାର ଯୋଜନା କଲେ, ସେ କେବଳ ଏକ ବ୍ୟବସାୟ ଚଲାଇବାପାଇଁ ନିଜ ଚାକିରି ଛାଡିଦେଲେ

ବ୍ୟବସାୟିକ ଅନୁଭବ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିଥିଲେ, ଓ ଏହି ବିଷୟରେ ଶିଖିଥିଲେ, ତାଙ୍କ ପାଖରେ କମ୍ପ୍ୟୁଟର ଇନଷ୍ଟିଟ୍ୟୁଡ୍ ହାଉସ୍ କିପିଙ୍ଗ୍ କମ୍ପାନୀ ରିୟଲ୍ ଇଷ୍ଟେଟ୍ ଯେପରି ବହୁତ ବିକଳ୍ପ ଥିଲା । ଶ୍ରଦ୍ଧା ନିଜ ଚାକିରି ସମୟରେ ଯାହା ଏଫଡି କରିଥିଲେ ସେଥିରୁ ବହୁତ ଭାବିବା ପରେ ସେ ନିଜ ସ୍ୱାମୀଙ୍କ ଉପଦେଶରେ ସେକେଣ୍ତ ହ୍ୟାଣ୍ତ୍ କାର୍ ବିଜନେସ୍ ରେ ଯିବାର୍ ନିର୍ଣ୍ଣୟ କଲେ,କିନ୍ତୁ ଏହି ବେପାରରେ ବ୍ୟବସାୟ କରିବାପାଇଁ ପୁଞ୍ଜିର ଦରକାର ଥିଲା ସେ ଗାଁର ଜମିକୁ ବିକ୍ରି କରି ଓ ଗହଣା କରଜ ନେଇକରି କେଉଁ ପରି ପୁଞ୍ଜି ଏକତ୍ରିତ କରିଥିଲେ, ଆରମ୍ଭରୁ ସେ ଏକ ଛୋଟ ଜାଗାରେ ନିଜ କାରୋବାର ଆରମ୍ଭ କରିଥିଲେ

କିନ୍ତୁ ୧୦ ମାସ ପରେ ସେ ଜାଗା ଛାଡିବାକୁ ପଡିଲା, ସେଠାରେ ବିଜନେସ୍ ଭଲ ଚାଲୁଥିଲା କିନ୍ତୁ ଜାଗା ଛାଡିବାପରେ ଆଉଥରେ ସେ ଜିରୋକୁ ଚାଲିଆସିଲେ, ଖର୍ଚ୍ଚ୍ ବାହାର କରି ବହୁତ ମୁସକିଲ୍ ହେଉଥିଲା, ତାପରେ ସେ ଗୋଟେ ସ୍ଥାନରେ ଆଉଥରେ କାରୋବାର ଆରମ୍ଭ କରିବାକୁ ନିର୍ଣ୍ଣୟ ନେଲେ, ଏହାପରେ ୭ ବର୍ଷର ବୁଝାମଣା ଉପରେ ହସ୍ତାକ୍ଷର କରିଥିଲେ

କିନ୍ତୁ ମାଲିକ ବିବାଦକୁ ନେଇ ଜାଗାକୁ ୨ ମାସ ପରେ ଛାଡିବାକୁ ପଡିଥିଲା, ଶ୍ରଦ୍ଧା ଆଉଥରେ ନୁଆ ଜାଗାରେ ନିଜ କାରୋବାର ଆରମ୍ଭ କରିଥିଲେ, ସ୍ୱାମୀ ତାଙ୍କ ପୁରା ସାଥ୍ ଦେଲେ, ମହଜୁଦା ସମୟରେ ତାଙ୍କ ଶୋରୁମ୍ ରେ ମାସକୁ ୩୫-୪୦ କାର୍ ବିକ୍ରି ହୋଇଯାଏ, ବାର୍ଷିକ ଟର୍ଣ୍ଣଓଭର୍ ୧,୫ କୋଟି ଆସିଯାଏ, କେବଳ ୧୭ ବର୍ଷର ବୟସରେ ଶ୍ରଦ୍ଧାଙ୍କ ବାହାଘର ହୋଇଯାଇଥିଲା, ସେ ନିଜ ଜୀବନରେ କଠିନ ସଂଘର୍ଷ କରିଥିଲେ, ନିଜ ପରିଶ୍ରମ, ଲଗନ ଓ କଠିନ ସଂଘର୍ଷ ରୁ ସେ ସଫଲତା ହାସିଲ୍ କରିଥିଲେ ।

Leave a Reply

Your email address will not be published. Required fields are marked *