April 24, 2024

Odia Express

News For Public

୨୪ ଏପ୍ରିଲ୍ ୨୦୨୨ ଆଜିର ର ରାଶିଫଳ,ଆଜି ଏହି 5 ରାଶିକୁ ମିଳିପାରେ ସଂମ୍ପତ୍ତିର ଲାଭ , ଆସିବ Bhagyaରେ ସୁଧାର,ଚମକିବ ଏମାନଙ୍କ ଭାଗ୍ୟ…

1 min read

ମେଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣଙ୍କୁ ଶାସନ ଓ ସତ୍ତାର ଭରପୁର ସହଯୋଗ ମିଳିପାରିବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି । ତେବେ ତାହାର ଭଲ ଫାଇଦା ମିଳିପାରିବ, କେଉଁ ପୁରୁଣା କ୍ଷତିର ଭରପାଇ କରିପାରିବେ, କାରୋବାର ଭଲ ଚାଲିବ, ଜୀବନସାଥିଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି, ପୁରୁଣା ସାଙ୍ଗଙ୍କ ସହ ମିଶିକରି ଅଧୁରା କାର୍ଯ୍ୟକୁ ପୁରା କରିବେ । ଆପଣ ନିଜ ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ସଫଳ ହେବେ ।

ବୃଷ ରାଶି- ଆଜି ଆପଣଙ୍କ ଜରୁରୀ କାମରେ ବ୍ୟସ୍ତରହିବେ, ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ,  ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, ଆପଣ ନିଜ ଘରୋଇ ଖର୍ଚ୍ଚ ଉପରେ ଲଗାମ୍ ଲଗାନ୍ତୁ ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ନଜର ଆସୁଛି, ଆପଣଙ୍କୁ ନିଜ ସାଥିଙ୍କ ଭାବନାକୁ ବୁଝିବାର ଆବଶ୍ୟକତା ଅଛି, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପରେ ଫଳଦାୟକ ରହିବ । କିଛି ବଡ ସଂମ୍ପତ୍ତି ମିଳିବାର ପ୍ରବଳ ଯୋଗ ହେଉଛି, ଆର୍ଥିକ ସ୍ଥିତି ମଜବୁତ୍ ହେବ । ଘରୋଇ ଦରକାରିତାର ପୁର୍ତ୍ତି ହେବ, ଆୟର ଜରିଆ ବଢିବ ,  ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ, ବାହାନ ସୁଖ ପ୍ରାପ୍ତି ହେବ, ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିପାରିବ । ଯାହା ଦ୍ୱାରା ମନ ହର୍ଷିତ ରହିବ । ଆପଣଙ୍କ ଆଧ୍ୟାତ୍ମିକ ପ୍ରତି ରୁଚି ବଢିବାର ନଜର ଆସିବ । ଯାହାକୁ ଦେଖିକରି ପରିବାର ସଦସ୍ୟଙ୍କ ମନ ପ୍ରସନ୍ନ ହେବ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟର ଦୃଷ୍ଟିକୋଣରୁ ବହୁତ ଭଲ ନଜର ଆସୁଛି । ସନ୍ତାନଙ୍କ ପ୍ରତି  ବିଶ୍ୱାସ ଆହୁରି ଅଧିକା ମଜବୁତ୍ ହେବ । ଆପଣ ଯେଉଁ ବି କାମ କରିବାକୁ ଚାହିଁବେ, ସେଥିରେ ସଫଳତା ମିଳିବାର ଆଶା ଅଛି । ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ କେଉଁ ଅଧୁରା ଇଚ୍ଛା ପୁରା ହୋଇପାରେ । ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ଆଶା ଅଛି ।

ସିଂହ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ଶଶୁରଘର ପକ୍ଷରୁ କେଉଁ ବ୍ୟକ୍ତି ସହ ଆପଣଙ୍କ ବାଦ ବିବାଦ ହୋଇପାରେ, ଆପଣ ନିଜ କ୍ରୋଧ ଓ ବାଣୀରେ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ । ମୌସୁମର ପରିବର୍ତ୍ତନ ହେବା କାରଣରୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ, ଆପଣ ନିଜ ଘରର ଆର୍ଥିକ ସ୍ଥିତି ମଜବୁତ୍ କରିବାରେ ଯଥା ସଂମ୍ଭବ ଚେଷ୍ଟା କରିବେ, ଯେଉଁଥି ଆପଣ ବହୁ ପରିମାଣରେ ସଫଳତା ପାଇବାର ଯୋଗ ଅଛି ।

କନ୍ୟା ରାଶି-ଆଜି ଆପଣ ଅଟକିଥିବା କାମକୁ ପୁରା କରିପାରିବେ , ବେପାର ଭଲ ରହିବ, ଅନୁଭବି ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, ଯାହା ଆଗକୁ ଯାଇକରି ଆପଣଙ୍କୁ ଭଲ ଫାଇଦା ଦେବ, ଆପଣଙ୍କ ଆତ୍ମବିଶ୍ୱାସ ଭରପୁର ନଜର ଆସୁଛି । ମା ବାପାଙ୍କ ସୁଖ ଓ ସହଯୋଗ ଭରପୁର ମାତ୍ରାରେ ପାଇପାରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆଗୁଆ ରହିବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଇପାରେ, ବେପାର କରୁଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଧନ ଲାଭ ମିଳିବାର ଆଶା ଅଛି ।

ତୁଳା ରାଶି- ଆଜି ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତି ହେବ , ଧନ ସଂମ୍ପତ୍ତିରେ ବୃଦ୍ଧି ହେବ,ସାଙ୍ଗ ବୃଦ୍ଧି ହେବେ, ଯଦି ଆପଣ କେଉଁଠି ପଇସା ବିନିଯୋଗ କରିବାକୁ ଯାଉଛନ୍ତି ତେବେ ଆଜିର ଦିନ ଠିକ୍ ନଜର ଆସୁଛି, ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ପଦୋନ୍ନତି ଓ ବେତନ ବୃଦ୍ଧି ମିଳିବାର ଆଶା ଅଛି, ବିଦ୍ୟର୍ଥିଙ୍କ ନିଜ ଗୁରୁଙ୍କ ପ୍ରତି ଭକ୍ତିଭାବ ଓ ନିଷ୍ଠା ରଖିବେ , ଆପଣଙ୍କ କେଉଁ ସଂମ୍ପତ୍ତି ପ୍ରାପ୍ତିର ଅଭିଳାଷା ପୁରା ହେବାର ନଜର ଆସୁଛି ।

ବିଛା ରାଶି-ଆଜି ଆପଣଙ୍କ ମନ କେଉଁ କଥାକୁ ନେଇକରି ଚିନ୍ତିତ ରହିପାରେ, ଗୁପ୍ତ ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇବାରେ ଚେଷ୍ଟା କରିବେ , ଏହାକୁ ନେଇ ଆପଣଙ୍କୁ ସାବଧାନ ରହିବାକୁ ହେବ । କିଛି ଜରୁରି କାର୍ଯ୍ୟ ହେଉ ହେଉ ବିଗିଡିବାର ନଅଜ୍ର ଆସୁଛି, ଯାହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ, ଆପଣ ନିଜ ଭାବନାକୁ ସକରାତ୍ମକ ରଖିବାର ଆବଶ୍ୟକତା ଅଛି, ଘର ପରିବାର ସଦସ୍ୟଙ୍କ ପୁରା ସହଯୋଗ ମିଳିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ, ବେପାରରେ ଚାଲୁଥିବା ସମସ୍ୟା ସହଜରେ ସମାଧାନ କରିପାରିବେ  ।

ଧନୁ ରାଶି-ଆଜି ଆପଣଙ୍କ ମନ ପୁଜା ପାଠରେ ଅଧିକା ଲାଗିବ, କିଛି ଧାର୍ମିକ ଅନୁଷ୍ଠାନରେ ସମ୍ମିଳିତ ହେବାର ଆଶା ଅଛି, ଯଦି ଆପଣ କାହାକୁ ସାହାଯ୍ୟ କରିବାର ମଉକା ମିଳିପାରେ, ତେବେ ବୁଝିବିଚାରି ଆଗକୁ ବଢନ୍ତୁ ନହେଲେ ଆପଣଙ୍କୁ ସ୍ୱାର୍ଥୀ ବୁଝାଯିବ, ବାହାର ଖାଦ୍ୟପେୟରୁ ଦୁରେଇ ରହିବାକୁ ହେବ, ନହେଲେ ପେଟ ସଂବନ୍ଧି ଅସୁବିଧା ହୋଇପାରେ, ଆର୍ଥିକ ସ୍ଥିତି ଭଲ ରହିବ, ଆପଣ କେଉଁ ନୁଆ ବେପାର ଆରମ୍ଭ କରିବାର ଯୋଜନା କରିପାରନ୍ତି ।

ମକର ରାଶି- ଆଜି ଆପଣଙ୍କ ଦିନ ବହୁତ ଉତଥାନ ପତନ ଦେଇ ଗତି କରିବ, ଆପଣ ନିଜ ଦାମୀ ଜିନିଷକୁ ଦାୟିତ୍ୱରେ ରଖନ୍ତୁ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ । ଯାହାର କାରଣରୁ ଆପଣ ବହୁତ ଚିନ୍ତିତ ରହିବେ । ଛୁଆଙ୍କ ନକରାତ୍ମକ ଗତିବିଧି ଉପରେ ନଜର ରଖନ୍ତୁ ନହେଲେ ହଇରାଣ ହୋଇପାରନ୍ତି, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖିବାକୁ ହେବ ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଭୌତିକ ସୁଖ ସୁବିଧାରେ ବୃଦ୍ଦି ହେବ, କାମକାର୍ଯ୍ୟରେ ମନ ମୁତାବିକରେ ସଫଳତା ମିଳିବାରୁ ଆପଣଙ୍କ ମନ ହର୍ଷିତ ହେବ , ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଆପଣ ଚତୁରାଇରେ ଅଧୁରା କାମ ପୁରା କରିବାରେ ସଫଳ ହେବେ , ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ ।ବେପାରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଲାଭ ଦାୟକ ବୁଝାମଣା ମିଳିବାର ଆଶା ଅଛି ।

ମୀନ ରାଶି- ଆଜି ଆପଣଙ୍କ ମନ ଖୁସି ରହିବ । ଆପଣ ସବୁ କାର୍ଯ୍ୟକୁ ପୁରା ଜୋସ୍ ରସହ କରିବେ, ଆପଣ ନିଜ ଖୁସିମିଜାଜ୍ ବ୍ୟକ୍ତିତ୍ୱ ପାଇଁ ନୁଆ ମିତ୍ରଙ୍କ ସହ ସଫଳ ହୋଇପାରିବ, ସନ୍ତାନଙ୍କ ସଂବନ୍ଧିତ କିଛି ସମସ୍ୟା ଚାଲୁଥିଲେ ତେବେ ତାହାର ସମାଧାନ ହୋଇପାରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଇପାରେ, ଆପଣ ନିଜ ବାଣୀ ଉପରେ ମଧୁରତା ରଖନ୍ତୁ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମାନ ସମ୍ମାନ ପ୍ରାପ୍ତି ହେବ, ଯାହଦ୍ୱାରା ଆପଣଙ୍କ ମନୋବଳ ବଢିବ । ଛୋଟ ବେପାରୀଙ୍କୁ ନଗଦ ଧନର କମି ପାଇଁ ସାମ୍ନା କରିବାକୁ ପଡିପାରେ, କିନ୍ତୁ ସେ ନିଜ ଦୈନିକ ଖର୍ଚ୍ଚ ବାହର କରିବାରେ ସଫଳ ହେବେ ।

Leave a Reply

Your email address will not be published. Required fields are marked *