April 25, 2024

Odia Express

News For Public

+୨ ପାସ୍ ପାୱାର୍ ମ୍ୟାନ୍ ଦେଶୀ ଯୋଗାଡରେ କରୁଛନ୍ତି ଗାଁର ସବୁ ଘରକୁ ଉଜ୍ଜଳ Light, ୧୮ ବର୍ଷର ନିରନ୍ତର ପ୍ରୟାସରେ ବିଜୁଳି କରିଛନ୍ତି ଉତ୍ପାଦନ-କେବେ ହେଉନାହିଁ ପାୱାର କଟ…

1 min read

ମଣିଷ ଜୀବନରେ ବହୁତ ଉତଥାନ ପତନ ଆସିଥାଏ । କେବେ ଭଲ ସମୟ ଆସିଥାଏ ତେବେ କେବେ ଖରାପ ସମୟ ବି ଆସିଥାଏ, କିନ୍ତୁ ଖରାପ ସମୟରୁ ସେ ମଣିଷ ଡରିଥାଏ, ଯାହାର ସାହାସ ଦୁର୍ବଳ ହୋଇଥାଏ, ସେମିତି ମଜବୁତ୍ ସାହାସୀ ମଣିଷ ନିଜ ସବୁ ବିପତ୍ତିରୁ ବାହାରିବାପାଇଁ ନିଜେ ରାସ୍ତା ବାଛିନିଏ ।ଆଜି ଆମେ ଏହି ଲେଖ ମାଧ୍ୟମରେ ଏକ ଏମିତି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜ ଗାଁର ମୁଖ୍ୟ ସଙ୍କଟର ଆଗରେ ହାର୍ ମାନିନଥିଲା, ସେ କେବଳ +୨ ପାସ୍ କରିଛନ୍ତି, ଯଦି ତାଙ୍କ କାରନାମା ଶୁଣିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି ଏକ କମାଲ୍ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଆଜି ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବୁ ତାଙ୍କ ନାଁ କେଦାର ପ୍ରସାଦ ମହନ୍ତୋ ଅଟନ୍ତି । ଯିଏକି ଝାରଖଣ୍ତର ଦୁଲମୀ ପ୍ରଖଣ୍ତର ବୟାଙ୍ଗ ଗାଁରେ ରହନ୍ତି, ତାଙ୍କ ଗାଁରେ ବିଜୁଳି ସମସ୍ୟା ବହୁତ ଦିନରୁ ଥିଲା, ଯାହାର କାରଣରୁ ଗାଁ ଲୋକ ବହୁତ ହଇରାଣ ହେଉଥିଲେ, କିନ୍ତୁ କେଦାର ପ୍ରସାଦ ମହନ୍ତୋ ବିଜୁଳିର ଉତ୍ପାଦନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ, ଯେବେ ସେ ନିଜ ଗାଁରେ ବିଜୁଳି ସମସ୍ୟା ଦେଖିଲେ ତେବେ ସେ ନିଷ୍ପତ୍ତି କରିନେଇଥିଲେ କି ବିଜୁଳି ଉତ୍ପାଦନ କରିବେ ।

କେଦାର ପ୍ରସାଦ ମହନ୍ତୋ ୧୮ ବର୍ଷର ବହୁମୁଲ୍ୟ ସମୟ ପର୍ଯ୍ୟନ୍ତ ନିରନ୍ତର ପ୍ରଚେଷ୍ଟା କରୁଥିଲେ, ଓ ପରିଶେଷରେ ସେ ପାଞ୍ଚ କିଲୋ ୱାଟର ବିଜୁଳି ଉତ୍ପାଦନ କରିଦେଲେ, ଆଜି ଏହି ବିଜୁଳିରୁ ଗାଁ ଓ ଦୁର୍ଗା ମନ୍ଦିର ଆଲୋକରେ ଚମକୁଛି ।

ମିଡୀଆ ରିପୋର୍ଟ୍ ଅନୁସାରେ ଏମିତି କୁହାଯାଉଛି କି କେଦାର ପ୍ରସାଦ ମହନ୍ତୋ ୨୦୦୪ ରେ ବିଜୁଳି ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା, ସେ କିନ୍ତୁ ନିରନ୍ତର ଚେଷ୍ଟାରେ ଥିଲେ, କେଦାର ସେହି ସମୟରେ ୧୨ ଭୋଲଟ୍ ର ବିଜୁଳି ଉତ୍ପାଦନ କରିବାର ସଫଳ ହୋଇଥିଲେ, ଏହାପରେ ୨୦୧୪ ରେ ସେ ଏକ କିଲୋୱାଟ୍ ବିଜୁଳି ବି ଉତ୍ପାଦନ କରିନେଲେ, ଏହାପରେ ସେ ନିଜ ପ୍ରୟୋଗ ଜାରିରଖିଥିଲେ ।

କେଦାର ମହନ୍ତ କେବଳ +୨ ଯାଏଁ ପଢିଛନ୍ତି, ସେ ପେଶାରେ ଚାଷୀ ଅଟନ୍ତି ସେ ହାଇସ୍କୁଲ୍ ଡଭାତୁରୁ ମ୍ୟାଟ୍ରିକ୍, ଛିନ୍ନମସ୍ତା ଇଣ୍ଟରକଲେଜରୁ +୨ ଯାଏଁ ପଢିଛନ୍ତି, କଲେଜରୁ ବିଏ ପାର୍ଟ ୱାନ୍ ପଢିଛନ୍ତି, ଯେବେ ସେ ଏକ କିଲୋ ୱାଟ ବିଜୁଳି ଉତ୍ପାଦନ କରିବାରେ ସଫଳତା ପାଇଥିଲେ, ତେବେ ସେ ଲଗାତାର୍ ପ୍ରୟୋଗ ଜାରି ରଖିଥିଲେ, ଓ ପରିଶେଷରେ ୨୦୨୧ ରେ ନିଜ ସ୍ୱପ୍ନ ସାକାର କରିଦେଖାଇଥିଲେ, ଓ ୫ କିଲୋ ୱାଟ ବିଜୁଳି ଉତ୍ପାଦନ କରିବାରେ ସଫଳ ମିଳିଥିଲା ।

+୨ ପାସ୍ କେଦାର୍ ପ୍ରସାଦ ମହନ୍ତୋ ୱାଇରିଙ୍ଗ୍ କାମ କରୁଥିଲେ, ଓ ସେଏହି ପଇସାକୁ ଏକାଠି କରି ନିଜ ସ୍ୱପ୍ନକୁ ପୁରା କରିବାରେ ଲାଗିପଡିଲେ, କିଛି ଅଲଗା କରିବାର ଇଚ୍ଛାରେ କେଦାର ପ୍ରସାଦ ମହନ୍ତୋ ଙ୍କୁ ସାହାସ ଦେଇଥିଲା, ଓ ସେ କେବେ ନିଜ ବିଷୟରେ ଭାବିନଥିଲେ, ସେ ନିଜ ପକେଟ୍ ରୁ ପଇସା ବଞ୍ଚେଇକରି ୩ ଲକ୍ଷ ଟଙ୍କା ପ୍ରୟୋଗରେ ଏହି ବିଜୁଳି ଉତ୍ପାଦନ କରିଥିଲେ, କେଦାର୍ କହନ୍ତି କି ତାଙ୍କ ଏହି ଦେଶୀ ଯୋଗାଡରେ ୩୦୦ କେଭି ବିଜୁଳି ଉତ୍ପାଦନ ହୋଇପାରିବ, ଏଥିରେ ଗାଁର ବିଜୁଳି ସପ୍ଲାଇ ହୋଇପାରିବ, ସେ ସରକାରି ସହଯୋଗର ଦରକାରକରୁଛନ୍ତି, ଏହି ପ୍ରୋଜେକ୍ଟରେ ଏବେ ୩୦-୩୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହେବ, ଏତେ ପଇସା ତାଙ୍କ ପାଖରେ ନାହିଁ ।

Leave a Reply

Your email address will not be published. Required fields are marked *