April 24, 2024

Odia Express

News For Public

Ashoknagar ର ଚାଷୀ ଦେଖାଇଲେ ମାନବିକତା , ସ୍କୁଲ୍ ପାଇଁ ଜାଗା ଥିଲା କମ୍, ଦାନରେ ଦେଲେ ୨୫ ଲକ୍ଷର ଜମି ଆଉ କହିଲେ ଏପରି ଯେ ସମସ୍ତଙ୍କ ମନ ଜିତିଗଲେ..

ସ୍କୁଲ ସେ ଜାଗା ହୋଇଥାଏ ଯେଉଁଠି ଯାଇକରି ଆମେ ଜ୍ଞାନ ପ୍ରାପ୍ତି କରିଥାଉ, ସ୍କୁଲକୁ ମନ୍ଦିର ବୋଲି କୁହାଯାଇଛି, ଯେପରି ଆମେ ଜାଣିଛେ କି ଆମେ ସମସ୍ତେ ଶିକ୍ଷା ପ୍ରାପ୍ତ କରିବା ବହୁତ ଜରୁରି ଅଟେ, ସ୍କୁଲକୁ ଯାଇକରି ଆମେ ଶିକ୍ଷା ଲାଭକରୁ, ଶିକ୍ଷା ସେ ଅସ୍ତ୍ର ଅଟେ ଯାହାର ସହାୟତାରେ ବଡରୁ ବଡ କଠିନତାକୁ ସାମ୍ନା କରିପାରିବା, ଶିକ୍ଷାରୁ ଆମେ ସଠିକ୍ ଭୁଲ୍ ଭେଦଭାବ ଜଣାପଡିଥାଏ, ସମସ୍ତଙ୍କ ଜୀବନରେ ଶିକ୍ଷା ବହୁତ ଉପଯୋଗୀ ହୋଇଥାଏ

ଶିକ୍ଷା ମନୁଷ୍ୟକୁ ଶଶକ୍ତ ବନାଇଥାଏ, ଓ ଜୀବନର ଚ୍ୟାଲେଞ୍ଜକୁ କୁଶଳତାର ସାମ୍ନା କରିବା ପାଇଁ ପ୍ରସ୍ତୁତ କରିଥାଏ, ସେମିତି ଦେଖିବାକୁ ଗଲେ ମହଜୁଦା ସମୟରେ ଏମିତି ବହୁତ ଇଲାକା ଅଛି ଯେଉଁଠି ସ୍କୁଲର ଅଭାବ କାରଣରୁ ଛୁଆଙ୍କୁ ଭଲ ଶିକ୍ଷା ଲାଭ କରିବାରେ ଅସୁବିଧା ହେଉଛି, ସରକାରଙ୍କ ଦ୍ୱାରା ସ୍କୁଲର ନିର୍ମାଣ କରାଇବାର କାର୍ଯ୍ୟ କରାଯାଇଛି, କିନ୍ତୁ କେଉଁ ନା କେଉଁ କାରଣରୁ ବାଧା ଉତ୍ପନ୍ନ ହେଉଛି ।

ଏବେ ଏହି ମଧ୍ୟରେ ମଧ୍ୟପ୍ରଦେଶର ଅଶୋକନଗରରୁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ରହୁଥିବା ଏକ ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ ନିଜ କ୍ଷେତ୍ରର ଆଖପାଖ ଛୁଆଙ୍କୁଭଲ ଶିକ୍ଷା ମିଳିପାରୁ ଏଥିପାଇଁ ସେ ନିଜ ଜମି ଦାନ କରିବାର ନିର୍ଣ୍ଣୟ ନେଇଥିଲେ, ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବୁ ଏହି ପୁରା ମାମଲା ଅଶୋକନଗରରୁ ୩୦ କିମି ଦୁର ମହିଦରପୁର ଗାଁ ସହ ଯୋଡି ହୋଇଛି

ଏଠାରେ ସିଏମ୍ ରାଇଜ୍ ସ୍କୁଲ୍ ସିକୃତ ହୋଇଥିଲା, କିନ୍ତୁ ଏହାପାଇଁ ପ୍ରାୟ ୧୦ ଗୁଣ୍ଠ ଜାଗା ସରକାରଙ୍କୁ ଦରକାର ଥିଲା, ପ୍ରାୟ ୬ ଗୁଣ୍ଠ ଜମି ବାହାରିଲା, ଯାହାର କାରଣରୁ ପ୍ରଶାସନ ଏହି ସ୍କୁଲକୁ ଅଲଗା ଜାଗାରେ ସିଫ୍ଟକରାଇବାର ଯୋଜନା କରିଥିଲା ।ଯେପରି ଏହି ଖବର ମହିଦରପୁର ଗାଁର ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କୁ ଜଣାଗଲା

ସେ ଏହା ତୟ କରିଦେଲେ କି କିଛି ବି କରିକି ସେ ସ୍କୁଲକୁ ନିଜ ଗାଁରୁ ଯିବାକୁ ଦେବେନାହିଁ, ସେ ସଙ୍ଗେ ସଙ୍ଗେ ନିଜ ୪ ଗୁଣ୍ଠ ଜାଗା ପ୍ରଶାସନକୁ ଦାନ କରିବାର ଘୋଷଣା କରିଦେଲେ, ତାଙ୍କ ଏହି ଜମିର ଜାଗାର ଦାମ୍ ୨୫ ଲକ୍ଷ କୁହାଯାଇଚି, ବୃଜେନ୍ଦ୍ର ସିଂ ରଘୁବଂଶୀ ବିନା ବିଳମ୍ବ କରି ପ୍ରଶାସନର ଅଧିକାରିଙ୍କୁ ସାକ୍ଷାତ କରି ଓ ସରକାରୀ ଜମିକୁ ଲାଗିଥିବା ନିଜ ୪ ଗୁଣ୍ଠ ଜାଗାକୁ ସ୍କୁଲ୍ ପାଇଁ ମାଗଣାରେଦାନ କରିବାର କଥା କହିଲେ ।

ଆପଣଙ୍କୁ କହିଦେବୁ କି ବୃଜେନ୍ଦ୍ର ସିଂ ରଘୁବଂଶୀ ଙ୍କୁ ଏହି ଜମି ନିଜ ପୈତୃକ ଭାବେ ମିଳିଥିଲା, ଗ୍ରାମୀଣ ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କ ବାପା ସ୍ୱର୍ଗୀୟ ନଥନ ସିଂ ରଘୁବଂଶୀ ଗାଁରେ ୪୦ବର୍ଷ୍ ପର୍ଯ୍ୟନ୍ତ ସରପଞ୍ଚ ରହିଥିଲେ, ତାଙ୍କ କାର୍ଯ୍ୟକାଳରେ ସ୍ୱୟଂ ଜମିରେ ସ୍କୁଲ୍ , ସୋସାଇଟି, ପଞ୍ଚାୟତ, ଭବନ ହୋଇଛି, ଏହା ସହ ସେ ନିଜ ଦୁଇ ଗୁଣ୍ଠ ଜାଗା ଗାଁର୍ ନିର୍ଦ୍ଧନ ଲୋକଙ୍କୁ ଘର କରିବାରେ ଦାନ କରିଛନ୍ତି, ନଥନ ସିଂ ରଘୁବଂଶୀ କିଛି ଏହିପରି ସ୍କୁଲ୍ ପାଇଁ ନିଜ ଜମି ଦାନ କରିଦେଇଥିଲେ ।

ବୃଜେନ୍ଦ୍ର ସିଂ ରଘୁବଂଶୀଙ୍କ ଦ୍ୱାରା ସ୍କୁଲ୍ ପାଇଁ ଜାଗା ଦେବା ପରେ ଜିଲ୍ଲା ପ୍ରଶାସନ ନିଜ କାମରେ ଲାଗିପଡିଲା, ଆଶା ଅଛି କି ଜଲଦି ବୃଜେନ୍ଦ୍ର ଙ୍କ ଗାଁରେଏକ ନୁଆ ସ୍କୁଲ୍ ମିଳିଯୀବ, ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ କହନ୍ତି କି ଶିକ୍ଷାରୁ ବଡ କିଛି ବି ହୋଇପାରିବ ନାହିଁ, ମୁଁ ଏହି ଗାଁରୁ ସହର ଯାଇକରି ପଢୁଥିଲି, ଏଥିପାଇଁ ମୋତେ ଜଣାଅଛି କି ଶିକ୍ଷାର ମହତ୍ତ୍ୱ କଣ ହୋଇଥାଏ, କିନ୍ତୁ ପ୍ରଶାସନର ଏତେ ବଡ ଯୋଜନାର ଲାଭ ଆମ ଗାଁ ଓ ଆମର ଛୁଆଙ୍କୁ ମିଳୁ, ଏଥିପାଇଁ ମୁଁ ଏହି ନିର୍ଣ୍ଣୟ ନେଲି, ଏହା ମୋର ସୌଭାଗ୍ୟ କି ମୁଁ ମୋର ବାପାଙ୍କ ପଦଚିହ୍ନରେ ଅଗ୍ରସର ହେଉଛି ।

Leave a Reply

Your email address will not be published. Required fields are marked *