November 27, 2023

Odia Express

News For Public

DHENKANAL ରେ ସ୍ୱାମୀ ର ତୁମୁଳକାଣ୍ଡ,କହିଲେ ମୁଁ ସ୍ତ୍ରୀ କୁ ପୁରା ମୂଳରୁ ସଫା କରିଦେଇଛି,ଆଉ ମୋତେ ପରିସ୍ଥିତି ବାଧ୍ୟ କରିଛି ଏମିତି କରିବା ପାଇଁ କାରଣ…

1 min read

ସାଙ୍ଗ ମାନେ ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀର ମୁ-ଣ୍ଡ କା-ଟି-ଲା ସ୍ବାମୀ।ସ୍ତ୍ରୀର ସେହି ମୁଣ୍ଡ ଧରି ୧୨ କିମି ଚାଲିଲା ସ୍ଵାମୀ।ମୁଁ ତାକୁ ପୁରା ମୂଳରୁ ସଫା କରି ଦେଇଛି।ମତେ ଆଜି ପରିସ୍ଥିତି ବାଧ୍ୟ କରିଚି ଏମିତି କରିବା ପାଇଁ।ଆଜ୍ଞା ମୋ ବାହାଘରକୁ ୨୫ ବର୍ଷ।ମୋର ଦୁଇଟି ପୁଅ।ଗୋଟିଏ ପୁଅ ଆର୍ମିରେ ଓ ଆଉ ଏକ ପୁଅ କମ୍ପାନୀରେ ଚାକିରୀ କରିଚି।ହେଲେ ମୋ ସ୍ତ୍ରୀ ଆଉ କାହା ସହ ଅନୈତିକ ସମ୍ପର୍କରେ ଲିପ୍ତ ରହିଛି।ମୁଁ ମୂଲ ଲାଗିବା ପାଇଁ ଗଲା ବେଳେ ମୋ ସ୍ତ୍ରୀ ପର ପୁରୁଷ ସହ ଏମିତି କରୁଛି।ମୁଁ ଦୁଇ ଥର ଦେଖିଲି ସମ୍ଭାଳି ପାରିଲି ନାହିଁ।ହେଲେ ୩ ଥର ଦେଖିବା ସମୟରେ ଭୋର ୩ ଟା ସମୟରେ ପୁରା ସଫା କରି ଦେଲି।କଟୁରୀ ରେ

ଆଉ କଣ କରି ଥାଆନ୍ତି ଆଜ୍ଞା ମୋ ସ୍ତ୍ରୀର ପରକୀୟା ପ୍ରୀତି ଆଉ ପୁଅ ବୋହୁଙ୍କ ଅତ୍ୟାଚାର ମତେ ଏମିତି କରିବା ପାଇଁ ବାଧ୍ୟ କଲା।ମୁଁ ମୂଲ ଲାଗି ଗୋଟିଏ ପୁଅକୁ ଆର୍ମି ଓ ଆଉ ଗୋଟିଏ ପୁଅକୁ କମ୍ପାନୀରେ ଚାକିରି କରାଇଲି।ହେଲେ ମତେ କଣ ମିଳିଲା ଆଜ୍ଞା।ମୂଲ ଲାଗି ମୁଁ ରୋଜଗାର କରିବି ହେଲେ ମତେ ଗଣ୍ଡେ ଖାଇବା ପାଇଁ ଦିଆଯିବ ନାହିଁ।

ସବୁବେଳେ ଗାଳି ଗୁଲଜ ଅତ୍ୟାଚାର କେତେ ଆଉ ସହି ଥାଆନ୍ତି।ସବୁରି ମୂଳରେ ମୋ ସ୍ତ୍ରୀ ହିଁ ଥିଲା ସେଥିପାଇଁ ତାକୁ ମୂଳରୁ ସଫା କରିଦେଲି।ଏହା ହେଉଛି ସ୍ତ୍ରୀର ଛେଦନ କରିଥିବା ଗୋଟିଏ ସ୍ୱାମୀର ଅଭିଯୋଗ।ଏହି ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଚନ୍ଦ୍ର ଶେଖରପୁର ଗ୍ରାମର।

ସକାଳୁ ସକାଳୁ ଚନ୍ଦ୍ରଶେଖର ପୁର ଗାଁ ରେ ଏପରି କିଛି ଦୃଶ୍ୟ ଦେଖିଥିଲା।ସମସ୍ତଙ୍କୁ ଭୟଭୀତ କରାଇ ଦେଇଥିଲା।କଳା ମଚ ମଚ ପିଚୁ ରାସ୍ତାରେ ପଡି ଚାଲିଥିଲା ଛିଟା।ରାସ୍ତା ଉପରେ ଯିଏ ଯାଉଥିଲେ ଏହି ଦୃଶ୍ୟକୁ ଦେଖି ଅଟକି ଯାଉଥିଲେ।ପଛକୁ ଚାହିଁ ରହି ଯାଉଥିଲେ।କାରଣ ପିଶାଚ ସ୍ବାମୀ ହାତରେ ତାଙ୍କ ସ୍ତ୍ରୀର ମୁଣ୍ଡ ଆଉ ଗୋଟିଏ ହାତରେ କ-ଟ-ରୀ ଧରି ଚାଲି ଚାଲି ଯାଉଥିଲେ।

ସେ ମୁଣ୍ଡ ଧରି ୧୨ କିମି ଚାଲି ଚାଲି ଯାଇଥିଲେ। ଗଁଦିଆ ପୋଲିସ ଖବର ପାଇବା ପରେ ମୁଣ୍ଡକୁ ଜବତ କରିବା ସହ କାନପୁରୀ ମାଝୀଙ୍କୁ ଗିରଫ କରିଥିଲା।ସ୍ତ୍ରୀର ପରକୀୟା ପ୍ରୀତି ଓ ପୁଅ ବୋହୂ ସବୁବେଳେ ହଇରାଣ କରିବାରୁ ଏମିତି କରିଛନ୍ତି ବୋଲି କହିଛନ୍ତି ଅଭିଯୁକ୍ତ ସ୍ବାମୀ।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *