April 25, 2024

Odia Express

News For Public

NH 55 ଜାତୀୟ ରାଜପଥ ମରାମତି ପାଇଁ ଆଜି ପୁରା ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିଲା,ଦେଖନ୍ତୁ କଣ ରହିଲା ପ୍ରଭାବ…

1 min read

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ। ଜାତୀୟ ରାଜପଥ ସଂପସାରଣ ଦାବିରେ ଦିଆଯାଇଛି ବନ୍ଦ ଡାକରା।ତେବେ ଢେଙ୍କାନାଳ NH 55 ସଂପସାରଣ ନେଇ ବିଭିନ୍ନ ସଂଗଠନ ତରଫରୁ ଦିଆ ଯାଇଛି ବନ୍ଦ ଡାକରା।ସେହିପରି ରାସ୍ତାରେ ଗମନାଗମନ ହେଉଛି ବାଧା ପ୍ରାପ୍ତ।ଏକ ରିପୋର୍ଟରୁ ଜଣା ଯାଇଛି କି ଜିଲ୍ଲାର ସମସ୍ତ ଅଞ୍ଚଳ ବନ୍ଦ ହୋଇଛି।ଜଣେ ବ୍ୟକ୍ତି କହୁଛନ୍ତି କି ଆମେ ସମସ୍ତେ ଗୋଟିଏ ସ୍ୱରରେ ଏକାଠି ହେଇଛୁ ଢେଙ୍କାନାଳ ବନ୍ଦ ହୋଇଛି, NH କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଆଉ ଜନସାଧାରଣ ସ୍ୱାର୍ଥକୁ କାର୍ଯ୍ୟକାରୀ କରାଯାଉ।

ଆଉ ଜଣେ କହୁଛନ୍ତି କି 55 ନମ୍ବର ଜାତୀୟ ରାଜପଥରେ ଯେଉଁଭଳି ଭାବରେ ରାସ୍ତାର ଦୁର୍ଵ୍ୟଵସ୍ଥା ଅଛି ଲୋକମାନେ ସେଥିରେ ଯାତାୟାତ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି। ତାକୁ ଆମ ଢେଙ୍କାନାଳ ବାସୀ ମାନେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା କରିଛନ୍ତି। ସେ କହିଛନ୍ତି କି ଏହି ଯୋଉ ବନ୍ଦ ଡାକରା ହୋଇଛି ଏହା ଯଦି ଫଳଫ୍ରଦ ନହୁଏ ତେବେ ଏମିତି ଆଗକୁ ଲାଗିରହିବ।

ବିଶେଷ ରିପୋର୍ଟ ଅନୁସାରେ ସକାଳ ୬ରୁ ଏହି ବନ୍ଦ ଡାକରା ଥିବା ବେଳେ ରେଳପଥକୁ ମଧ୍ୟ ଦିନ ୨ ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେହିପରି ଦିନ ୨ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରଖାଯିବା ସହ ଢେଙ୍କାନାଳର ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଦୋକାନ ପ୍ରତିଷ୍ଠାନ ଗୁଡିକ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି ବୋଲି ତଥ୍ୟରୁ ଅନୁଯାୟୀ ଜଣା ଯାଇଛି।

ତେବେ ଏହି ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ସ୍ଥାନୀୟ ଜନସାଧାରଣ ସମର୍ଥନ କରିଛନ୍ତି। ବିଶେଷ ରିପୋର୍ଟ ରୁ ଜଣା ଯାଇଛି ଢେଙ୍କାନାଳ ଓକିଲ ସଂଘ, ସାମ୍ବାଦିକ ସଂଘ , ବଣିକ ସଂଘ ଦେଇଛନ୍ତି ୧୨ ଘଣ୍ଟିଆ ବନ୍ଦ ଡାକରା। NH 55 ର କାର୍ଯ୍ୟ ଏତେ କଦର୍ଯ୍ୟ ହୋଇଯାଇଛି ଯେ ୬୪୦ ଜଣଙ୍କର ମୃତ୍ୟୁ ଏହି ବର୍ଷ ହୋଇଛି। ସେଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ହୋଇଛି, ଢେଙ୍କାନାଳ ବାସୀ ନି ସମର୍ଥନ ଦେଇଛନ୍ତି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।

Leave a Reply

Your email address will not be published. Required fields are marked *