April 15, 2024

Odia Express

News For Public

ରେଲୱେ ର ଟର୍ମିନାଲ୍, ଜଙ୍କସନ୍ ଓ ସେଣ୍ଟ୍ରାଲ୍ ଓ ଷ୍ଟେସନର ମଧ୍ୟରେ କଣ ଅଛି Differenece,କଣ ଆପଣ ଜାଣିଛନ୍ତି ଏହାର ଉତ୍ତର

1 min read

ଭାରତରେ ବହୁତ ସାରା ଲୋକ ଏମିତି ଅଛନ୍ତି ଯିଏ ଟ୍ରେନରେ ଯାତ୍ରା କରିବା ବହୁତ ପସନ୍ଦ କରନ୍ତି, ଲମ୍ବା ଯାତ୍ରା ପାଇଁ ଅଧିକାଂଶ ଲୋକେ ଟ୍ରେନକୁ ବାଛନ୍ତି ଏହାର କାରଣ ଏହା କି ଆଜିର ସମୟରେ ଇଣ୍ତିଆର ରେଲୱେ ଏସିଆର ଦ୍ୱିତିୟ ବଡ ରେଲ ନେଟୱର୍କ ଓ ଦୁନିଆଁର ଚତୁର୍ଥ ସବୁଠାରୁ ବଡ ରେଲ ନେଟୱର୍କ ହୋଇସାରିଛି, ସୁଚନା ପାଇଁ କହିଦେବୁ କି ଭାରତ ଏମିତି ଏକ ଦେଶ ଅଟେ ଯେଉଁଠି ରେଳର ଧାରଣା ୯୨,୦୮୧ କିମି ଦୁର ପର୍ଯ୍ୟନ୍ତ ବ୍ୟାପି

ଏହା ସହ କହିଦେବୁ କି ଏହି ରେଳର ଧାରଣା ୬୬,୬୮୬ କିମି ଏରିଆର୍ ବି କଭର୍ କରୁଛି, ଯଦି ଭାରତରେ ରେଲୱେ ଷ୍ଟେସନ କଥା କହିବା ତେବେ ଛୋଟ ଓ ବଡ ରେଲୱେ ଷ୍ଟେସନକୁ ମିଶାଇକରି ଭାରତରେ ପ୍ରାୟ ୮,୫୦୦ ରେଲୱେ ଷ୍ଟେସନ ଅଛି, ଭାରତ ଏମିତି ଏକ ଦେଶ ଯେଉଁଠି ସବୁଦିନ ୨୨ ମିଲିୟନ୍ ଲୋକ ଟ୍ରେନର ଜରିଆରେ ଯାତ୍ରା କରିଥାନ୍ତି

ଭାରତରେ ରେଲୱେ ଷ୍ଟେସନକୁ ଚାରି ଭାଗରେ ବିଭାଜିତ କରାଯାଇଛି, ଯେପରି ଟର୍ମିନସ୍, ସେଣ୍ଟ୍ରାଲ୍, ଜଙ୍କସନ୍, ଓ ଷ୍ଟେସନ୍ କିନ୍ତୁ କଣ ଆପଣଙ୍କୁ ଏହି ଷ୍ଟେସନର ମତଲବ ବିଷୟରେ ଜଣା ଅଛି, ହଁ ଆଜ୍ଞା ଷ୍ଟେସନର ଅଲଗା ଅଲଗା ମତଲବ ହୋଇଥାଏ, ଆଜି ଆମେ ଏହି ପୋଷ୍ଟର୍ ଜରିଆରେ ଏହି ଷ୍ଟେସନ ଗୁଡିକ ବିଷୟରେ ସୁଚନା ଦେବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

୧) ଟର୍ମିନାଲ୍- ଟର୍ମିନାଲ୍ ଷ୍ଟେସନ ଏମିତି ହୋଇଥାଏ ଯାହାକି କେଉଁ ଟ୍ରେନର ଶେଷ ଷ୍ଟପେଜ୍ ହୋଇଥାଏ, ଏହାର ମତଲବ ଏହା କି ସେ ଯେଉଁ ଦିଗରେ ଟ୍ରେନ୍ ଥିଲା ତାହାର ଶେଷ ଯାତ୍ରା ଶେଷ ହୋଇସାରିଛି, ଏବେ ସେହି ଟ୍ରେନ୍ ଆଉଥରେ ଯାତ୍ରା କରିବାକୁ ଦ୍ୱିତୀୟ ଦିଗରୁ ଯାତ୍ରା ଆରମ୍ଭ କରିବାକୁ ହେବ, ଭାରତରେ ସମୁଦାୟ ୨୭ ଟର୍ମିନାଲ୍ ଷ୍ଟେସନ୍ ଅଛି ।

୨)ସେଣ୍ଟ୍ରାଲ୍- ସେଣ୍ଟ୍ରାଲ୍ ଷ୍ଟେସନ୍ କୁ ଷ୍ଟେସନ୍ କୁ କୁହାଯାଏ ଯେଉଁଥିରେ ବହୁତ ସାରା ଷ୍ଟେସନ ଏକା ସାଙ୍ଗେ ମିଶିଛି, ମତଲବ ଏହା କି ଆପଣ ଷ୍ଟେସନରେ ବହୁତ ରୁଟ୍ ଟ୍ରେନ୍ ନେଇପାରିବେ, ଏହି ଷ୍ଟେସନଗୁଡିକ ବହୁତ ବିଜି ରହିଥାଏ, ଓ ଭାରତରେ ଆଜି ପର୍ଯ୍ୟନ୍ତ ପୁରୁଣା ରେଲୱେ ଷ୍ଟେସନକୁ ସେଣ୍ଟ୍ରାଲ୍ ଷ୍ଟେସନ କୁହାଯା, ଭାରତରେ ଏହି ପ୍ରକାରର ୫ ଟି ଷ୍ଟେସନ୍ ସାମିଲ୍ ଅଛି, ଏହି ଷ୍ଟେସନରେ ମୁମ୍ବାଇ ସେଣ୍ଟ୍ରାଲ୍, ଚେନ୍ନାଇ ସେଣ୍ଟ୍ରାଲ୍, କାନପୁର୍ ସେଣ୍ଟ୍ରାଲ୍, ତ୍ରିବେନ୍ଦମ୍ ସେଣ୍ଟ୍ରାଲ୍, ଓ ମ୍ୟାଙ୍ଗାଲୋର୍ ସେଣ୍ଟ୍ରା, ପରି ଷ୍ଟେସନ୍ ସାମିଲ୍ ଅଛି ।

୩) ଜଙ୍କସନ୍- ଜଙ୍କସନ୍ ରେଲୱେ ଷ୍ଟେସନ୍ ସେହି ରେଲୱେ ଷ୍ଟେସନକୁ କୁହାଯାଏ ଯେଉଁଠି ଟ୍ରେନ୍ ଯିବା ଆସିବା କରିବା ପାଇଁ କମ୍ ସେ କମ୍ ତିନିଟି ରୁଟ୍ ହୋଇଥିବ, ଏହାର ମତଲବ ଯେଉଁଠି ଏକା ସାଙ୍ଗରେ ତିନୋଟି ଟ୍ରେନ୍ ଅଲଗା ଅଲଗା ରୁଟ୍ ରୁ ଆସିପାରିବ ଓ ଯାଇବି ପାରିବ, ତାହାକୁ ଜଙ୍କସନ୍ କୁହାଯାଏ, ଭାରତରେ ସବୁଠାରୁ ବଡ ଜଙ୍କସନ୍ ମଥୁରା ଜଙ୍କସନ୍ ଅଛି, ଏଠାରେ ୭ ଟି ରୁଟ୍ ରୁ ଟ୍ରେନ୍ ଆସିପାରିବ ଓ ଯାଇପାରିବ ।

୪) ଷ୍ଟେସନ୍- ସୁଚନାପାଇଁ କହିଦେବୁ କି ଭାରତରେ ଷ୍ଟେସନ ତାହାକୁ କୁହାଯାଏ ଯେଉଁଠି ଟ୍ରେନ୍ ଯାତ୍ରୀଙ୍କୁ ଜିନିଷ ଭରିବା ପାଇଁ ଅଟକିଥାଏ, ଭାରତରେ ଛୋଟ ବଡ ମିଶାଇକରି ୮୫୦୦ ଷ୍ଟେସନ ତିଆରି ହୋଇଛି, ଭାରତରେ ଏସିଆର ଦ୍ୱିତୀୟ ବଡ ରେଲୱେ ନେଟୱର୍କ ଅଛି ।

Leave a Reply

Your email address will not be published. Required fields are marked *