March 21, 2024

Odia Express

News For Public

୧୨ Sept ୨୦୨୨ ଆଜିର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିପାରେ ଖୁସି ଖବର

1 min read

ତାରିଖ ହେଉଛି ୧୨ ସେପ୍ଟେମ୍ବର ୨୦୨୨। ଆମେ ବର୍ତ୍ତମାନ ୧୨ ତାରିଖର ରାଶିଫଳ ସମ୍ପର୍କରେ ଆଲୋଚନା କରିବା।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ନା କାହିଁକି ଆପଣଙ୍କ ସଦା ସର୍ବଦା ସତ୍ୟରେ ରୁହ, ନ୍ୟାୟରେ ରୁହ,ସତ କର୍ମ କର ଭଗବାନଙ୍କ କୃପା ପ୍ରାପ୍ତି ହେବ।

ମେଷ ରାଶି:- ପରିବହନ କ୍ଷେତ୍ରରେ ସମସ୍ୟା ଗୁଡ଼ିକର ଅନ୍ତ ହେବ।ଖାଲି ସମୟରେ ଆନନ୍ଦ ନେଇ ପାରିବେ।ଏହା ବ୍ୟତୀତ ବିଦେଶ ଯାଇ ଶିକ୍ଷା ଅର୍ଜନ କରିବା ପାଇଁ ଚାହୁଁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ରହିବ।ବୃଷ ରାଶି:- ଆପଣ ନିଜର ଖାଲି ସମୟ ଆଜି ଆପଣ ନିଜର ବନ୍ଧୁ ମାନଙ୍କ ସହିତ ଅତିବାହିତ କରିବେ ଏହା ବ୍ୟତୀତ ଏପରି କୌଣସି ଲୋକଙ୍କୁ ଧାର ଦିଅନ୍ତୁ ନାହିଁ ଯିଏ ଆପଣଙ୍କୁ ପୂର୍ବରୁ ଅର୍ଥ ଫେରାଇ ନାହାନ୍ତି।

ମିଥୁନ ରାଶି:- ଅଜଣା ବ୍ୟକ୍ତି ଓ ନିଜର ବନ୍ଧୁ ମାନଙ୍କ ପାଖରୁ ମଧ୍ୟ ସାବଧାନ ରୁହନ୍ତୁ।ଏହା ବ୍ୟତୀତ ଆପଣ ଆଜି ନିଜର ପରିବାର ଲୋକଙ୍କ ପାଖରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ।

କର୍କଟ ରାଶି:- କ୍ରୀଡା ସଙ୍ଗୀତ କ୍ଷେତ୍ରରେ ଆପଣ ବିଶେଷ ଭାବରେ ସଫଳତା ଅର୍ଜନ କରିବାର ଅନେକ ବିଶେଷ ସମ୍ଭାବନା ରହିଛି ଏହା ବ୍ୟତୀତ ଆପଣ ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ବିରୋଧର ସମ୍ମୁଖିନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଅଛି।

ସିଂହ ରାଶି:- ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ।ଏହା ବ୍ୟତୀତ ଅଧିକ ତେଲ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ।

କନ୍ୟା ରାଶି:- କର୍ମ କ୍ଷେତ୍ରରେ ଆଳସ୍ୟ କାରଣରୁ ବନ୍ଧୁ ମାନଙ୍କ ସମ୍ମୁଖରେ ଅପମାନିତ ହୋଇ ପାରନ୍ତି ଏହା ବ୍ୟତୀତ ବ୍ୟବସାୟ କ୍ଷେତ୍ରରେ ଅଧିକ ଆଶା କରିବା ଫଳରେ ଆପଣ ନିରାଶର ସମ୍ମୁଖୀନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି।

ତୁଳା ରାଶି:- ଏହା ବ୍ୟତୀତ ଆଜି ଆପଣ ଯଥା ଶୀଘ୍ର ନିଜର କାର୍ଯ୍ୟ ଶେଷ କରି ନିଜର ପରିବାର ସହିତ ସମୟ ବିତାଇବା ପାଇଁ ଆସିବେ।ଯାହା ଫଳରେ ପରିବାର ଲୋକ ଅନେକ ଖୁସି ଅନୁଭବ କରିବେ ଓ ଆପଣ ମଧ୍ୟ ତାହା ଅନୁଭବ କରି ପାରିବେ।

ବିଛା ରାଶି:- ଆଜି ଆପଣଙ୍କୁ ଯାତ୍ରା ଓ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନେକ ମନ କରିବ।ଏହା ବ୍ୟତୀତ ଆଜି ଆପଣ କିଛି ଦୂର ସ୍ଥାନକୁ ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହି ଅଛି।ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେ ସବୁ କାର୍ଯ୍ୟକାରୀ କରିବା ପାଇଁ ସମୟ ମିଳିଯିବ।

ଧନୁ ରାଶି:- ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ।ଏହା ବ୍ୟତୀତ ଗରିବ ଲୋକ ମାନଙ୍କୁ ଦାନ ଧର୍ମ କରିବା ଫଳରେ ସେମାନଙ୍କ ଆଶୀର୍ବାଦ ପାଇ ପାରିବେ, ଦାନ ଦେବା ଶୁଭ କାର୍ଯ୍ୟ ଅଟେ।

ମକର ରାଶି:- ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ଅଧିକାରୀ ମାନେ କାମ କରିବା ପାଇଁ ଆପଣଙ୍କ ସହାୟତା ଲୋଡ଼ିବେ ଏହା ବ୍ୟତୀତ ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ କ୍ଷତି କରିବା ପାଇଁ ପ୍ରୟାସ କରିବା ପରେ ମଧ୍ୟ କିଛି କରି ପାରିବେ ନାହିଁ।

କୁମ୍ଭ ରାଶି:- କଳା,କ୍ରୀଡା,ସଙ୍ଗୀତ,ଚଳଚ୍ଚିତ୍ର ତଥା ରାଜନୀତି ଏବଂ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ଶାରୀରିକ ରୋଗରୁ ଠିକ ହେବାର ଅନେକ ସମ୍ଭାବନା ଅଛି। ଆଜିର ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ଏକ ବିଶେଷ ଦିନ ହେବ।

ମୀନ ରାଶି:- ଆପଣ ଆଜି ପିଲା ମାନଙ୍କ ଉପରେ ନିଜର ନିଷ୍ପତି ଲଦି ଦେବା ଫଳରେ ସେମାନେ ଚାପ ଗ୍ରସ୍ତ ହୋଇ ପାରନ୍ତି ତେଣୁ ଆପଣ ଆଜି ସେମାନଙ୍କୁ ନିଜର କଥା ଭଲ ଭାବରେ ବୁଝାଇବା ଆବଶ୍ୟକ ଅଟେ।ଆଜି ଆପଣଙ୍କ ପାଇଁ ଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଶୁଭ ଦିନ ଅଟେ।ତେବେ ଆପଣଙ୍କର ଯେଉଁ ରାଶି ହେଉ ଭଗବାନଙ୍କ ନାମ ଜପ, ଭଜନ କୀର୍ତ୍ତନରେ ମନ ରଖ ସବୁ ଦୁଃଖ ଦୂର ହେବ।

Leave a Reply

Your email address will not be published. Required fields are marked *