April 19, 2024

Odia Express

News For Public

୭ October ୨୦୨୨ ଆଜିର ରାଶିଫଳ,ଆଜି ଏହି ରାଶି ପାଇଁ ଭଲ ଦିନ ରହିବ,ଖୁସି ଖବର ପାଇବେ ଏହି ରାଶି..

1 min read

ମେଷ ରାଶି:- ଆପଣ ଆଜି ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି ଏହା ବ୍ୟତୀତ ଅନେକ ଦିନ ଧରି ଲାଗି ରହିଥିବା ସ୍ଵାସ୍ଥ୍ୟ ଓ ପାରିବାରିକ କଳହ ଆପଣ ମନକୁ ଆଜି ଆନ୍ଦୋଳିତ କରିବାର ସମ୍ଭାବନା ରହି ଅଛି।କଳା,ସାହିତ୍ୟ ଏବଂ ସଂଗୀତରେ ସୁନାମ ଅର୍ଜନ କରିବେ।

ବୃଷ ରାଶି:- ଆପଣ ବିବାଦରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ କାରଣ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ।ଆଜି ଆପଣ ନିଜର ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି।ଯାହା ଫଳରେ ଆପଣଙ୍କ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଅଛି।

ମିଥୁନ ରାଶି:- ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ।ଏହା ବ୍ୟତୀତ ଆଜି ଆପଣଙ୍କ କୋର୍ଟ କଚେରି ମାମଲା ଯାହା ରହିଥିଲା ଏହାର ସମାଧାନ ହୋଇଯିବାର ସମ୍ଭାବନା ରହିଅଛି।ସତ୍ୟର ସାଥ ଦିଅ,ସୁଖରେ ରହିବେ।

କର୍କଟ ରାଶି:- ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ ଆଜି କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ।ଏହା ବ୍ୟତୀତ କୌଣସି ସମସ୍ୟା ଥିଲେ ଏହା ବନ୍ଧୁଙ୍କ ସହଯୋଗ ଫଳରେ ସମାଧାନ ହୋଇଯିବ।

ସିଂହ ରାଶି:- ଆଜି ଆପଣଙ୍କୁ ନିଜର ଶରୀରର ଯତ୍ନ ନେବା ପାଇଁ ଅନେକ ସମୟ ମିଳିବ।ଏହାର ଆପଣ ଉପଯୋଗ କରନ୍ତୁ ଏହା ବ୍ୟତୀତ ଆଜି ଆପଣଙ୍କୁ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଅଛି।

କନ୍ୟା ରାଶି:- ଆପଣ ଆଜି ମାନସିକ ଚିନ୍ତାରେ ରହିପାରନ୍ତି।ଏହା ବ୍ୟତୀତ ଆପଣଙ୍କ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ଆପଣଙ୍କ ଘରେ ଆଜି ଶାନ୍ତି ଫେରି ଆସିବ।ଏହା ବ୍ୟତୀତ ନିମନ୍ତ୍ରଣ ପାଇ ଆଜି ଆପଣ ଦୂର ଯାତ୍ରା କରିବାର ସମ୍ଭାବନା ରହିଅଛି।

ତୁଳା ରାଶି:- ଛୋଟ କଥାରେ ଆଜି ଆପଣ ଅନ୍ୟ ଉପରେ ବିରକ୍ତ ହେବେ ଏହା ବ୍ୟତୀତ ଘରେ ପାରିବାରିକ କଳହ ଲାଗି ରହିବା ଫଳରେ ଆଜି ଆପଣଙ୍କ ମନ ଭଲ ରହିବ ନାହିଁ।ଅନ୍ୟ ଉପରେ ଛୋଟ ଛୋଟ କଥା ନେଇ ପାଟି କରିବେ ,ସତର୍କତା ଅବଲମ୍ବନ କରନ୍ତୁ।

ବିଛା ରାଶି:- ବୃଥା ଚିନ୍ତା କରି ଆପଣ ମନ ଭାର ଗ୍ରସ୍ତ କରନ୍ତୁ ନାହିଁ।ଏହା ବ୍ୟତୀତ ନିଜର ଲୋକ ଆଜି ଆପଣଙ୍କୁ ଧୋକା ଦେବା ଭଳି କାର୍ଯ୍ୟ କରିପାରନ୍ତି।

ଧନୁ ରାଶି:- ଆଜି ଆପଣ ନିଜର ପ୍ରେମୀ ସହିତ ଯଥେଷ୍ଟ ସମୟ ଅତିବାହିତ କରି ପାରିବେ।ଏହା ବ୍ୟତୀତ ଆପଣଙ୍କ ପରିବାରରେ କୌଣସି କାରଣରୁ କଳହ ହୋଇପାରେ ଯାହା ଫଳରେ ଆପଣ ଚିନ୍ତା ଗ୍ରସ୍ତ ରହିବେ।

ମକର ରାଶି:- ଆପଣଙ୍କ ମାନସିକ ଚାପ ବଢ଼ିପାରେ।ଏହା ବ୍ୟତୀତ ଆଜି ଆପଣ କିପରି ଅନୁଭବ କରୁଛନ୍ତି ଏହା କାହାକୁ କୁହନ୍ତୁ ନାହିଁ।ଆପଣ ଯାହା ସହିତ ଅନେକ ଦିନ ଧରି କଥା ହେବା ପାଇଁ ଚାହୁଁଥିଲେ ଆଜି ତାଙ୍କର ଫୋନ ଆପଣଙ୍କ ପାଖକୁ ଆସିବ।

କୁମ୍ଭ ରାଶି:- ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଭଳି ସ୍ଵଭାବ ଠାରୁ ଆଜି ଦୂରେଇ ରହିବା ପାଇଁ ପ୍ରୟାସ କରନ୍ତୁ ଏହା ବ୍ୟତୀତ ଅନ୍ୟ କଥାରେ ପଡ଼ି ଆପଣ ଆଜି ନିଜର ଭଲ ବନ୍ଧୁକୁ ଭୁଲ ବୁଝି ପାରନ୍ତି।

ମୀନ ରାଶି:- ଆବଶ୍ୟକତା କାରଣରୁ ଆଜି ଆପଣ ନିଜର ବନ୍ଧୁଙ୍କ ଠାରୁ ଆଶା ଅନୁସାରେ ଅର୍ଥ ସହଯୋଗ ପାଇବେ।ଅନେକ ଦିନରୁ ଚିନ୍ତା କରିଥିବା କାର୍ଯ୍ୟ ଆପଣଙ୍କର ଆଜି ହଠାତ ହୋଇଯିବ।

ତେବେ ଆପଣଙ୍କ ରାଶିରେ ଯାହାବି କୁହାଯାଇଥାଉ ଆପଣ ସତ କର୍ମ କରନ୍ତୁ, ସତର ସାଥ ଦିଅନ୍ତୁ,ନ୍ୟାୟରେ ରୁହନ୍ତୁ,ନ୍ୟାୟର ସାଥ ଦିଅନ୍ତୁ,ଭଗବାନଙ୍କ ନାମ ସ୍ମରଣ କରନ୍ତୁ,ପ୍ରଭୁଙ୍କ ନାମ ଜପ କରନ୍ତୁ,ଭଗବାନ ଶନିଦେବଙ୍କ ନାମ ଜପ କରନ୍ତୁ, ସବୁ ଦୁଃଖ କଷ୍ଟ ହୋଇଯିବ ଆପେ ଆପେ ଦୂର, ପାଇବେ ସୁଖ ଓ ଶାନ୍ତି।

Leave a Reply

Your email address will not be published. Required fields are marked *