March 17, 2024

Odia Express

News For Public

Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…

ଜଣେ କହୁଛନ୍ତି, ନମସ୍କାର ଜୟ ଜଗନ୍ନାଥ,ମୁଁ କେଦାରନାଥ ରାଉତ, ମାଛଗାଁ, ଓଷକଣା ଆମ ଘର।ମିଡ଼ିଆ ପଚାରୁଛନ୍ତି କେଦାର ଭାଇ ଯାତ୍ରା ଲାଇନରେ କେତେ ବର୍ଷ ହେଇଗଲାଣି?କେଦାର ଭାଇ କହୁଛନ୍ତି ମୋର ଯାତ୍ରାରେ ୪୬ ବର୍ଷ ହେଇଗଲାଣି।ମୁଁ ୧୮୭୮ ମସିହାରୁ କାମ କରୁଛି।ମିଡିଆ ପଚାରୁଛନ୍ତି ଆପଣ କେତେଟା ପାର୍ଟିରେ କାମ କରିଛନ୍ତି ଆଉ କେତେ ଟା ପାର୍ଟି ଛାଡ଼ି ସାରିଲେଣି?

ସେ କହିଲେ କି, ପ୍ରଥମେ ଇଚ୍ଛାପୁର ଅପେରା, ତାରପୁର ଅପେରା, ଆଉ ଧଉଳି, ଶିବାନୀ ଗଣନାଟ୍ୟରେ ୧୦,୧୨ ବର୍ଷ ଆଉ ଏମିତି ବହୁତ ଅପେରା ପାର୍ଟିରେ କାମ କରିଛୁ ଆଉ, ଜଉଠି ରହୁ ୫,୭ ବର୍ଷ ରହି ଯାଉ ଆଉ।ମିଡିଆ ପଚାରୁଛନ୍ତି,ଆପଣଙ୍କର ସବୁଠାରୁ ହିଟ ନାଟକ କଣ?କେଦାର ଭାଇ କହୁଛନ୍ତି ଅପାକୁ ସୁନ୍ଦର ରୂପା ପାଉଁଜି

ମିଛ ସବାରୀରେ ସତ କୋକେଇ, ଚରିତ୍ର ହୀନା, ମିଛେଇ, ବିଦେଶିନୀ ଏଇ ସବୁ ନାଟକ ଆଉ। ମିଡିଆ ପଚାରୁଛନ୍ତି ୟା ଭିତରେ ଆପଣଙ୍କର ମନ ଛୁଇଁ ଥିବା ଭଳି ନାଟକ କଣ ରହିଛି? କେଦାର ଭାଇ କହୁଛନ୍ତି ମନ ଛୁଇଁଲା ଭଳି ନାଟକ ହଉଛି ବିଦେଶିନୀ,ସିଏ ହଉଛି ଶିବାନୀ ର ଗଣନାଟ୍ୟ।ମିଡିଆ ପଚାରୁଛନ୍ତି

ଆପଣଙ୍କର ବିଦେଶିନୀରେ କଣ ରୋଲ ରହିଥିଲା?କେଦାର ଭାଇ କହୁଛନ୍ତି, ବିଦେଶିନୀରେ ମୋର ମାଇଚିଆ ଚରିତ୍ର ରହିଥିଲା,ମାଇଚିଆ ଚରିତ୍ର କରିଥିଲି।ମିଡିଆ ପଚାରୁଛନ୍ତି ସେଇ ନାଟକର ଆପଣଙ୍କୁ କଣ ଡାଇଲୋଗ ମନେ ଅଛି କି?କେଦାର ଭାଇ କହୁଛନ୍ତି, ଡାଇଲୋଗ କହିଲେ ସେ ସବୁ ଢଗ ଥିଲା ଆଉ।

ମିଡିଆ ପଚାରୁଛନ୍ତି,ଏବେ ଆପଣ କଉ ଚରିତ୍ରରେ ଅଭିନୟ କରୁଛନ୍ତି?କେଦାର ଭାଇ କହୁଛନ୍ତି,ଆଗ ମୁଁ ୟଙ୍ଗ ରୋଲ କରୁଥିଲି ହେଲେ ଏବେ ମୁଁ ବାପା ରୋଲ କରୁଛି ଆଉ।ମିଡିଆ ପଚାରୁଛନ୍ତି, ଆପଣ ୪୬ ବର୍ଷ ପୂର୍ବରୁ କମେଡିଆନ ରୋଲ କରିଥିଲେ ନା ଏବେ ଏବେ?କେଦାର ଭାଇ କହୁଛନ୍ତି,ନା ନା ମୁଁ ଆଗରୁ ୟଙ୍ଗ କମେଡିଆନ ରୋଲ କରୁଥିଲି

ଏବେ ବାପା କମେଡିଆନ ରୋଲ କରୁଛି ଆଉ।ମିଡିଆ ପଚାରୁଛନ୍ତି,ଆପଣଙ୍କର ଯୋଡ଼ି କାହା ସହ ଭଲ ରୁହେ? କେଦାର ଭାଇ କହୁଛନ୍ତି,ଆମର ଯୋଡ଼ି ପ୍ରତାପ ସହିତ ଭଲ ରୁହେ ସେ ମଧ୍ୟ ଏବେ ବାପା କମେଡିଆନ ରୋଲ କରୁଛନ୍ତି,ସେ ଏବେ ରାଜଧାନୀ ଅପେରାର କାମ କରୁଛନ୍ତି ତାଙ୍କ ସହିତ ମୋର ଭଲ ଯୋଡ଼ି ରୁହେ।

ମିଡିଆ ପଚାରୁଛନ୍ତି, ଆପଣ ତାଙ୍କୁ ମିସ କରୁଛନ୍ତି? କେଦାର ଭାଇ କହୁଛନ୍ତି, ମିସ ଆଉ କଣ ଆଜ୍ଞା ଆମର ଯାତ୍ରା ସରି ଆସିଲାଣି ୪୬ ବର୍ଷ କାମ କରି ସାରିଲୁଣି ଆଉ ୨,୪ ବର୍ଷ କାମ କରିବୁ ଆଉ।ମିଡିଆ ପଚାରୁଛନ୍ତି, ଆପଣଙ୍କୁ ଯାତ୍ରାକୁ ଆସିବାକୁ ମନ ହେଲା କାହିଁକି?କେଦାର ଭାଇ କହୁଛନ୍ତି

ଯାତ୍ରାକୁ ଆସିବାର କାରଣ ହେଲା ୮ ବର୍ଷ ବୟସ ହେଇଥିଲା ବାପା ଚାଲିଯାଇଥିଲେ, ଆଉ ମା ମତେ ପାଠ ପଢାଇବା ଅବସ୍ଥାରେ ନଥିଲା ତ ସେଥିପାଇଁ ଯାତ୍ରାକୁ ଆସିବାକୁ ପଡ଼ିଲା ଆଉ।ଯାତ୍ରାରେ କଉ ଝିଅ ପ୍ରତି ଆମର ଅଭଦ୍ରାମି ଚିନ୍ତାଧାରା ନାହିଁ, ଆଉ ଯାତ୍ରାରେ ଝିଅ ନଥିଲେ ଆମେ ଭଲ ପାଇବୁ କାହାକୁ?

Leave a Reply

Your email address will not be published. Required fields are marked *