April 23, 2024

Odia Express

News For Public

20 ମାର୍ଚ୍ଚ ୨୦୨୩ ସୋମବାର,ଆଜିର ରାଶିଫଳ କେମିତି କାଟିବ ଆଜି ଆପଣଙ୍କ ଦିନ…

1 min read

ମେଷ ରାଶି:- ପାରିବାରିକ ଅଶାନ୍ତି ଜନିତ ମନ ଅସ୍ତିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପ୍ରଣାଳୀ ଗ୍ରହଣ କରିବେ।ଗର୍ଭବତୀ ମହିଳା ମାନଙ୍କ ପାଇଁ ସାବଧାନ ରହିବା ଅତି ଆବଶ୍ୟକ ଅଟେ।

ବୃଷ ରାଶି:- କୌଣସି ନିଷ୍ପତି ନେବା ଆଗରୁ ପରିବାର ଲୋକଙ୍କ ମତ ନେବା ଆବଶ୍ୟକ। ଅର୍ଥ ରୋଜଗାର କରିବା ପାଇଁ ନୂତନ ସୁଯୋଗ ଲାଭ କରିବେ। ଆପଣଙ୍କ ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି। ସବୁ ଜିନିଷ ଆପେ ଠିକ ହେବାକୁ ଅପେକ୍ଷା କରନ୍ତୁ ନାହିଁ।

ମିଥୁନ ରାଶି:- ରଚନାତ୍ମକ କାର୍ଯ୍ୟରେ ଆଜି ଅଗ୍ରଗତି ଘଟିବ।ଯୋଗ ଓ ତପସ୍ୟା ଆଜି ଆପଣଙ୍କର ମନ ସୁସ୍ଥ ରଖିବାରେ ସହଯୋଗ କରିବ। ପ୍ରେମ ସମ୍ପର୍କରେ ଅଳ୍ପ ବାଧା ଆସି ପାରେ ଆଜି ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଏହା ଭାବିବେ ନାହିଁ।

କର୍କଟ ରାଶି:- ସାମାଜିକ ସ୍ତରରେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରି ପାରନ୍ତି। ଆପଣଙ୍କୁ ବୁଝିବା ଆବଶ୍ୟକ କି ଆପଣଙ୍କ ଡର ଆପଣଙ୍କର ଶାରୀରିକ ଉର୍ଜା ଶୋଷି ନେଇ ଥାଏ ତେଣୁ ଡର ଠାରୁ ମୁକ୍ତି ପାଆନ୍ତୁ। ଆପଣଙ୍କ ପାଇଁ ଆଜି ପ୍ରତିକାର ହେଉଛି ଚାଉଳର ଦାନ କରନ୍ତୁ।

ସିଂହ ରାଶି:- କାମ ବିଶୃଙ୍ଖଳିତ ହୋଇ ପାରେ।ପଡୋଶୀଙ୍କ ସହୃଦୟତା ପାଇଁ ଲାଭ ହେବ।ପ୍ରେମ ସଦାବେଳେ ଭାବ ପୂର୍ଣ୍ଣ ହୋଇଥାଏ ଏହା ଆପଣ ଆଜି ଅନୁଭବ କରିବେ ପରିସ୍ଥିତି ଅନୁସାରେ ବ୍ୟବହାର କରନ୍ତୁ ଆବଶ୍ୟକ ନ ପଡ଼ିଲେ ଚୁପ ରହିବା ଆବଶ୍ୟକ ଅଟେ।

କନ୍ୟା ରାଶି:- ବ୍ୟବସାୟରେ ପ୍ରତିଯୋଗିତା ବଢିବା କାରଣରୁ ବ୍ୟସ୍ତତା ଅନୁଭବ କରିବେ। ଅଚାନକ ଭାବରେ ଧନ ମିଳିବ। ଯାହା ଆପଣଙ୍କ ଦିନକୁ ସୁଖ ମୟ କରିବ। ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ। କିଛି ଲୋକଙ୍କୁ ସେମାନଙ୍କ ମନ ପସନ୍ଦର ଜୀବନସାଥି ମିଳିବା କାରଣରୁ ସେମାନଙ୍କ ମନ ଭଲ ରହିବ।

ତୁଳା ରାଶି:- ନିଜର ଅବହେଳା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିବ। ଘର କାମ ଛାଡି ବାହାର କାମରେ ଅଧିକ ସମୟ ବିତାଇବେ।

ବିଛା ରାଶି:- ବନ୍ଧୁଙ୍କ ଦ୍ଵାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରି ପାରନ୍ତି। ଆଶା ଅନୁସାରେ ପ୍ରାପ୍ତି ସନ୍ତୋଷଜନକ ନ ହୋଇ ପାରେ।

ଧନୁ ରାଶି:- ଆଜିର କର୍ମ କ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଶାରୀରିକ ଅସୁସ୍ଥ ହୋଇ ପାରନ୍ତି।

ମକର ରାଶି:- ଏହି ରାଶିର ଲୋକମାନଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ। ଆଜି ଭଲ ବିଚାରରେ ଆପଣ ମନ ଭରି ରହିବ।

କୁମ୍ଭ ରାଶି:- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସହାୟତା କରିବେ। ନିବେଶ କରିବା ଆଜି ଆପଣଙ୍କ ପାଇଁ ଉପକାରୀ ରହିବ।

ମୀନ ରାଶି:- ଆଜି ଆପଣ ନିଜ କାର୍ଯ୍ୟ ପଛକୁ ପକାଇ ଅନ୍ୟ ମାନଙ୍କ ନିର୍ଦ୍ଦେଶରେ କାମ କରିବେ ବନ୍ଧୁମାନଙ୍କ ସହାୟତା କାରଣରୁ ମୂଲ୍ୟବାନ ଦ୍ରବ୍ୟପ୍ରାପ୍ତ ହୋଇ ପାରେ। ଯଦି ଆପଣ ନିଜର ଜୀବନ ସାଥିଙ୍କ ସହିତ ବାହାରକୁ ଯିବେ ତେବେ ଆପଣଙ୍କ ସମ୍ପର୍କ ଅଧିକ ଦୃଢ଼ ହେବ।

ତେବେ ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସତ ପଥରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଜୀବନରେ ଉନ୍ନତି କରିବେ।

Leave a Reply

Your email address will not be published. Required fields are marked *