March 13, 2024

Odia Express

News For Public

24 ମାର୍ଚ୍ଚ ୨୦୨୩ ଶୁକ୍ରବାର,ଆଜିର ରାଶିଫଳ,ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଜାଣି ରଖନ୍ତୁ…

1 min read

ମେଷ ରାଶି:- କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କୁ କୈଫତ ଦେବାକୁ ପଡିପାରେ। ଦୂର ଯାତ୍ରା କରିବାର ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ।

ବୃଷ ରାଶି:- ବିଭିନ୍ନ ପ୍ରକାରର କାମର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ। ବିଚାର ବିଭାଗ ଆପଣଙ୍କ ସପକ୍ଷରେ ଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।ପୁରାତନ ରୋଗର ଉପଶମ ପରିଲିକ୍ଷିତ ହେବ।

ମିଥୁନ ରାଶି:- ନେତୃତ୍ୱ ନେଇ ପ୍ରଶଂସିତ ହେବ। ପ୍ରତିବନ୍ଧକ ଦୂରେଇ ଯିବା ସହିତ ଶିଳ୍ପ ପାଇଁ ଅସୁବିଧା ରହିବ ନାହିଁ। ନିଜ ଲୋକଙ୍କ ସହିତ କୌଣସି ସମ୍ପର୍କ ଖରାପ କରନ୍ତୁ ନାହିଁ ନଚେତ ମାନସିକ ଚିନ୍ତା ଲାଗି ରହିବ। ଋଣ ଭରଣ ପାଇଁ ଚେଷ୍ଟା ଓ ସରକାରୀ କାମରେ ସଫଳତା ପାଇବେ ଅଚାନକ ଭାବରେ ଧନ ପ୍ରାପ୍ତି ହେବ।

କର୍କଟ ରାଶି:- ପରିବାରରେ ପ୍ରତିକୂଳ ପରିବେଶ ଯୋଗୁ କାମ ସଠିକ ଭାବରେ ସମ୍ପନ୍ନ ହେବ ନାହିଁ। ସହକର୍ମୀ ମାନଙ୍କ ସହଯୋଗ ପାଇ କାମ ସହଜରେ କରିବେ। ଯଦି କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଗେଇ ନେବା ଆବଶ୍ୟକ।

ସିଂହ ରାଶି:- ଅନେକ ଦିନରୁ ରହିଥିବା କାମରେ ବ୍ୟସ୍ତ ରହିବେ ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦରେ ପଡିବେ। କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ଆଗରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଆବଶ୍ୟକ।

କନ୍ୟା ରାଶି:- ଆତ୍ମୀୟଙ୍କ ସହଯୋଗ ପାଇ ଖୁସି ହେବେ। ଔଷଧ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଫଳ ପାଇବେ।ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନରେ ଉନ୍ନତି ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ। ଆପଣଙ୍କ ପାଇଁ ଆଜି ପ୍ରତିକାର ହେଉଚି ମାତା ଦୁର୍ଗାଙ୍କ ପୂଜା କରନ୍ତୁ।

ତୁଳା ରାଶି:- ଭୁଲ ବୁଝାମଣା ଜନିତ ପାରିବାରିକ କ୍ଷେତ୍ର ଭଲ ରହିବ ନାହିଁ। କଚେରି କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି।

ବିଛା ରାଶି:- ନିଜ ପରିସରରେ ଶୁଣା କଥାକୁ ବିଶ୍ବାସ କରି ଚିନ୍ତା ବଢିବ। ଆର୍ଥିକ ପରିସ୍ଥିତି ଭଲ ରହିବ ଓ ବ୍ୟବସାୟରେ ଲାଭ ପାଇବେ।

ଧନୁ ରାଶି:- ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁମାନେ ସହାୟତା କରିବେ। ନିଜର ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ।

ମକର ରାଶି:- ପାରିବାରିକ କ୍ଷେତ୍ରରେ ଦେଖା ଯାଉଥିବା ଅଶାନ୍ତି ଅଚାନକ ସବୁ ବଦଳାଇ ଦେବ। କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବାଧା ଦେଖାଯାଇପାରେ।

କୁମ୍ଭ ରାଶି:- କିଣା ବିକା କାରବାରରେ ଅବଦସ୍ତ ହେବାର ସମ୍ଭାବନା ରହିଛି। ଆପଣଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ।

ମୀନ ରାଶି:- କର୍ମ କ୍ଷେତ୍ରରେ ପ୍ରଶଂସିତ ହେବ। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଇଥିବା ଅର୍ଥ ଫେରି ପାଇବାର ଅକ୍ଷମ ହେବେ। ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। ବୈବାହିକ ଜୀବନ ସୁଖମୟ ରହିବାକୁ ଯାଉଚି।

ତେବେ ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ ଆପଣ ସତ କର୍ମ କରନ୍ତୁ, ସତରେ ରୁହନ୍ତୁ, ନ୍ୟାୟ ପଥରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ପ୍ରଭୁଙ୍କ କୃପାରୁ ଉନ୍ନତି ଦିଗରେ ଅଗ୍ରସର ହେବେ।

Leave a Reply

Your email address will not be published. Required fields are marked *