April 26, 2024

Odia Express

News For Public

ଏହି ରାଶିର ଝିଅମାନେ ନିଜର ପୁରୁଷବନ୍ଧୁଙ୍କୁ ସବୁଠୁ ଅଧିକ ଖୁସି ରଖନ୍ତି , ଏମାନଙ୍କୁ ପ୍ରେମ କରିଲେ ଜୀବନ ସାର୍ଥକ ହେଇଯାଏ …

ବନ୍ଧୁଗଣ ଏକଥା ତ ସମସ୍ତେ ଜାଣନ୍ତି ଯେ ଆଜିର ଯୁଗରେ କେଉଁ ପୁଅ ନିଃସଙ୍ଗ ରହିବା ପସନ୍ଦ କରନ୍ତି ନାହିଁ । ଏଠାରେ ପ୍ରତ୍ୟେକଙ୍କ ମନରେ ଇଚ୍ଛା ରହିଛି ଯେ ତାକୁ ମଧ୍ୟ ଏକ ଗାର୍ଲଫ୍ରେଣ୍ଡ ମିଳିବ ଯାହାକୁ ସେ ନିଜର ହୃଦୟକଥା ଜଣେଇବ ଓ ସେ ତାହାର ଖିଆଲ ରଖିବ । କିନ୍ତୁ ଝିଅମାନେ ଯେତିକି ସହଜରେ ବୟଫ୍ରେଣ୍ଡ ବନେଇ ଥାଆନ୍ତି ସେଠାରେ ପୁଅଙ୍କୁ ଗୋଟିଏ ଗାର୍ଲଫ୍ରେଣ୍ଡ କରିବା ପାଇଁ ଅନେକ ପାମ୍ପଡ ବେଲିବାକୁ ହୋଇଥାଏ। ଅନେକ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରିବା ପରେ ଯେବେ ଗୋଟିଏ ଗାର୍ଲଫ୍ରେଣ୍ଡ ମିଳେ ତ ତାହାର ଖୁସି ସପ୍ତମ ଆକାଶରେ ପହଞ୍ଚିଯାଏ । କିନ୍ତୁ ଯେବେ କିଛି ଦିନ ପରେ ସେହି ଗାର୍ଲଫ୍ରେଣ୍ଡ ଧୋକା ଦିଏ କିମ୍ବା ଛାଡି ଦିଏ ତ ତାହାର ହୃଦୟର ହଜାର ଫାଳ ହୋଇଯାଏ। ତା ପାଇଁ ଏହି ଭଗ୍ନ ହୃଦୟକୁ ଏକତ୍ର କରିବା ମୁସ୍କିଲ ହୋଇଯାଏ। ଏହାପରେ ସେ ଆଉଥରେ ଗାର୍ଲଫ୍ରେଣ୍ଡ ବନେଇବାର ସାହସ କରିପାରିନଥାଏ କାରଣ ତାହାର ମନରେ ଡର ଥାଏ ଯେ ପୁଣିଥରେ ଆଉକିଏ ତାର ମନ ଭାଙ୍ଗି ନଦେବ ।

ଏମିତିରେ ଆପଣ ମାନଙ୍କୁ ମଧ୍ୟ ଏହି ଅବସ୍ଥା ଦେଇ ଯିବାକୁ ହୋଇପାରେ ତେଣୁ ଆଜି ଆମେ କିଛି ଏପରି ରାଶିଙ୍କ ବିଷୟରେ ଜଣେଇବୁ ଯେଉଁ ରାଶିର ଝିଅଙ୍କର ଏକ ଉତ୍ତମ ପ୍ରେମିକା ପ୍ରମାଣିତ ହୋଇଥାନ୍ତି। ଏହି ରାଶିର ଝିଅମାନଙ୍କୁ ଗାର୍ଲଫ୍ରେଣ୍ଡ କରିବାରେ ଆପଣଙ୍କୁ କେବେ ଜୀବନରେ ଧୋକା ମିଳିନଥାଏ। ତେଣୁ ଆସନ୍ତୁ ଜାଣିବା କିଏ ଅଟେ ସେହି ରାଶି ସବୁ…

ଏହି ରାଶିର ଝିଅମାନେ ହୋଇଥାନ୍ତି ଉତ୍ତମ ଗାର୍ଲଫ୍ରେଣ୍ଡ

ମେଷ ରାଶି: ଏହି ରାଶିର ଝିଅମାନେ ଯାହାକୁ ଥରେ ହୃଦୟରୁ ନିଜର ମାନି ନିଅନ୍ତି ତାପରେ ତାଙ୍କର ସାଥି କେବେ ଛାଡନ୍ତି ନାହିଁ । ଏମାନେ ନିଜର ବୟଫ୍ରେଣ୍ଡ ପ୍ରତି ସଚ୍ଚୋଟ ରହନ୍ତି ଓ ତାଙ୍କ ବ୍ୟତୀତ ଅନ୍ୟ କାହା ତରଫକୁ ଦେଖନ୍ତି ନାହିଁ। କିନ୍ତୁ ଏହି ରାଶିର ଝିଅମାନେ ନିଜର ବୟଫ୍ରେଣ୍ଡଙ୍କୁ ନେଇ କିଛି ଅଧିକ ଯତ୍ନଶୀଳ ହୋଇଥାନ୍ତି। ମାନେ ଯଦି ଆପଣ ଅନ୍ୟ କେଉଁ ଝିଅ ସହିତ କଥା ହେବେ ତ ଏମାନଙ୍କୁ ଈର୍ଷା ହେବାରେ ଲାଗେ। ଏମାନେ ସର୍ବଦା ଆପଣଙ୍କୁ ନିଜର କରି ରଖିବା ଚାହାନ୍ତି ।

ମିଥୁନ ରାଶି: ଏହି ରାଶିର ଝିଅମାନେ ବହୁତ ସାଧାସିଧା ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏଥିପାଇଁ ଏମାନଙ୍କୁ ଗାର୍ଲଫ୍ରେଣ୍ଡ କରିବାରେ କୌଣସି ଟେନସନ ହୋଇନଥାଏ। ଏମାନେ ଆପଣଙ୍କ କଥାକୁ ଭଲଭାବରେ ବୁଝିପାରନ୍ତି। ଏମାନେ ଆପଣଙ୍କୁ ସେପର୍ଯ୍ୟନ୍ତ ଛାଡନ୍ତି ନାହିଁ ଯେପର୍ଯ୍ୟନ୍ତ ଆପଣ କୌଣସି ବଡ ଭୁଲ ନକରନ୍ତି। କିନ୍ତୁ ଯଦି ଆପଣଙ୍କ ଦ୍ଵାରା ଭୁଲ ହୁଏ ତେବେ ମଧ୍ୟ ଆପଣ ଭୁଲ ମାଗି ଏମାନଙ୍କୁ ମନେଇଲେ ଏମାନେ ସହଜରେ ଆଉଥରେ ମାନିଯିବେ । ଏମାନଙ୍କୁ ଏହି ଗୁଣ ଏମାନଙ୍କୁ ଏକ ପ୍ରକୃତ ଗାର୍ଲଫ୍ରେଣ୍ଡ ବନେଇଥାଏ। ମୁଖ୍ୟତଃ ସେହି ଲୋକଙ୍କ ନିମନ୍ତେ ଯେଉଁମାନେ ଭୁଲ କରନ୍ତି ।

କୁମ୍ଭ ରାଶି: ଏହି ରାଶିର ଝିଅମାନେ ବହୁତ ହସମୁଖ ସ୍ଵଭାବର ହୋଇଥାନ୍ତି। ଏମାନେ ଆପଣଙ୍କ ବ୍ୟକ୍ତିଗତ କଥାର ଧ୍ୟାନ ରଖନ୍ତି ଓ ଆପଣଙ୍କୁ ଅଧିକ ହଇରାଣ କରନ୍ତି ନାହିଁ। କିନ୍ତୁ ଆମେ ତ ଏହା କହିବୁ ଯେ ଏମାନେ ସବୁବେଳେ ନିଜର ଆଖପାଖର ଲୋକଙ୍କୁ ଖୁସି ଦେଖିବା ପସନ୍ଦ କରନ୍ତି । ଏହି କାରଣରୁ ଏମାନେ କେବେ ନିଜର ନିକଟତର ମାନଙ୍କର ମନକୁ କଷ୍ଟ ଦେବା କଥା ଚିନ୍ତା ମଧ୍ୟ କରନ୍ତି ନାହିଁ । ଏମାନଙ୍କର ଏହି ଗୁଣ ପ୍ରେମ ସମ୍ପର୍କରେ ମଧ୍ୟ ଝଲକିଥାଏ ଯେଉଁ କାରଣରୁ ଏମାନେ ଆପଣଙ୍କୁ ଛାଡି କିମ୍ବା ଧୋକା ଦେଇ ଆପଣଙ୍କ ହୃଦୟ ଭାଙ୍ଗନ୍ତି ନାହିଁ । କୁମ୍ଭ ରାଶିର ଝିଅମାନଙ୍କୁ ଗାର୍ଲଫ୍ରେଣ୍ଡ କରିବାରେ ଆପଣ ଜୀବନରେ କେବେ ଉଦାସ ରହିବେ ନାହିଁ ଏମାନେ ସବୁବେଳେ ଆପଣଙ୍କୁ ହସେଇଥାନ୍ତି ।

Leave a Reply

Your email address will not be published. Required fields are marked *