April 20, 2024

Odia Express

News For Public

କୌନ୍ ବନେଗା କରୋଡପତି ପରେ ସୁଶୀଲ୍ କୁମାର ଚାଲି ପଡିଲେ ବର୍ବାଦୀର ରାସ୍ତାରେ , ଫେସବୁକ୍ ରେ ବୟାନ୍ କଲେ ନିଜ କଷ୍ଟ୍…

1 min read

ମଣିଷ ଯେବେ ପର୍ଯ୍ୟନ୍ତ ସଫଳ ହୋଇନଥାଏ , ତେବେ ପର୍ଯ୍ୟନ୍ତ ନିରନ୍ତର ଚେଷ୍ଟା କରିଥାଏ , ଓ କେବେ ବି ହାର୍ ମାନିନଥାଏ,  ବହୁତ ଲୋକ ନିଜ ସଫଳତା ଷ୍ଟୋରୀ ସେୟାର୍ କରିଥାନ୍ତି, କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ସଫଳତା ପରେ ଆସିଥିବା ଖରାପ ସମୟ ବିଷୟରେ କହିଛନ୍ତି , ଏହି ବ୍ୟକ୍ତି ଆଉ କେହି ନୁହେଁ ବରଂ ସୋନୀ ଟିଭି ଚ୍ୟାନେଲରେ ପ୍ରସିଦ୍ଧ କ୍ୱିଜ୍ ଶୋ କୌନ୍ ବନେଗା କରୋଡପତି ସିଜିନ୍ ୫ ର ବିଜେତା ରହିଥିବା ସୁଶିଲ୍ କୁମାର ଅଟନ୍ତି , ବିହାରର ରହୁଥିବା ସୁଶିଲ୍ କୁମାର ୨୦୧୧ ରେ ୫ କୋଟି ଟଙ୍କାର ଜ୍ୟାକପଟ୍ ଜିତିଥିଲେ,  ଏତେ ବଡ ଧନ ରାଶି ମିଳିବାପରେ ସେ ବ୍ୟକ୍ତିର ଜୀବନରେ ଖୁସି ଆସିଯାଏ , କିନ୍ତୁ ସୁଶୀଲଙ୍କ ସହ ସବୁକିଛି ବିପରିତ ହେଲା,  ଜିତିବାପରେ ସେ ଏତେ ଚର୍ଚ୍ଚିତ ହେଉଥିବା ସୁଶୀଲ୍ ଆଜି ଆଉଥରେ ଚର୍ଚ୍ଚାର ବିଷୟ ହୋଇଗଲେ । ସୁଶୀଲ୍ କୁମାର ନିଜ ଫେସବୁକ୍ ପୋଷ୍ଟର ଜରିଆରେ ନିଜ ସଂଘର୍ଷର କାହାଣୀ ସେୟାର୍ କଲେ , ଏଇ କାହାଣୀର୍ ଅଜବ କଥା ଏହା କି କୌନ୍ ବନେଗା କରୋଡପତି ଜିତିବାପରେ ଏକ ସେଲିବ୍ରେଟି ହେବାପରେ ତାଙ୍କ ଖରାପ ସମୟ ଆସିଗଲା

ଏହି ବିଷୟରେ ସେ ଏକ ଲମ୍ବା ପୋଷ୍ଟ ଫେସବୁକ୍ ରେ ଜଣାଇଲେ ସୁଶୀଲ୍ ଲେଖିଥିଲେ କି ସେଲିବ୍ରେଟି ହେବାର ଭୟାଭୟ ସତ୍ୟତା ବହୁତ ଅଜବ ଅଟେ,  ୨୦୧୫-୨୦୧୬ ସମୟରେ ମୋର ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ୍ ଥିଲା,  ମୋତ୍ କିଛି ବୁଝାପଡୁନଥିଲା କି କଣ କରାଯିବ , ଓ କଣ ନୁହେଁ , ଏକ ସେଲିବ୍ରେଟି ହେବାକୁ ନେଇ ମାସର ଦଶରୁ ପନ୍ଦରଦିନ ତ ମୋର କେଉଁ ଇଭେଣ୍ଟ କିମ୍ବା କାର୍ଯ୍ୟକ୍ରମ ରେ ହି ଯିବାକୁ ପଡୁଥିଲା,  ଏମିତିରେ ପାଠପଢାରୁ ବହୁତ ଦୂରକୁ ଚାଲିଗଲି । ସୁଶୀଲଙ୍କ ଅନୁସାରେ ସେହି ସମୟରେ ମିଡିଆରେ ବହୁତ ଆକର୍ଷକ ଥିଲେ,  ଯେବେ ମିଡିଆ ତାଙ୍କୁ ପଚାରୁଥିଲେଏ କି ଆପଣ ଏବେ କଣ କରୁଛନ୍ତି , ତେବେ ବିନା କିଛି ଭାବି ଅଲଗା ଅଲଗା ବିଜନେସ୍ ନାଁ ନେଇଯାଉଥିଲେ,  ଯାହାଦ୍ୱାରା ମିଡିଆ ତାଙ୍କୁ ବେରୋଜଗାର୍ ନଭାବନ୍ତୁ , ତାଙ୍କ ବିଜନେସ୍ କିଛି ଦିନରେ ବୁଡିଯାଇଥା,ଏ , ସୁଶିଲ୍ କହିଲେ କି ମୁଁ ଦାନବୀର ହୋଇସାରିଥିଲି,  ମୋତେ ଗୁପ୍ତଦାନ କରୁଥିବା କଲି ଲତ୍ ଲାଗିଗଲା,

ମାସରେ ପଚାଶ ହଜାର ଦାନରେ ଉଡାଇଦେଉଥିଲି, ଏମିତିର୍ ବହୁତ ଠକ ଲୋକ ମୋର ସଂମ୍ପର୍କରେ ଆସିଲେ , ମୋତେ ବହୁତ ଠକିଲେ ବି ଯାହାର ଅନୁଭବ ମୋର ପରେ ହେଲା । ଏହା ସହ ସୁଶିଲଙ୍କ ବ୍ୟକ୍ତିଗତ ଜୀବନରେ ବହୁତ୍ କିଛି ଦେଖିବାକୁ ମିଳିଲା,  ସେ ଲେଖିଲେ କି ମୋର ସ୍ତ୍ରୀ ସହ ମୋର ସଂମ୍ପର୍କୀୟ ଦିନକୁ ଦିନ ଖରାପ ହୋଇଯାଉଥିଲେ,  ସେ ଭୁଲ୍ ଲୋକଙ୍କୁ ଚିହ୍ନା ରଖୁଥିଲା, ଓ ମୋତେ ଭବିଷ୍ୟର ଚିନ୍ତା ବିଷୟରେ କହୁଥିଲା,  ଏମିତିରେ ଯେବେ ମୁଁ ଅଣଦେଖା କରୁଥିଲି ତେବେ ବହୁତ୍ ଝଗଡା ହେଉଥିଲା,  କିଛି ମାସରେ ଦିଲ୍ଲୀ ଯିବାଆସିବା ହେଉଥିଲା,  ଏମିତିରେ ସାଙ୍ଗମାନଙ୍କ ସାଙ୍ଗରେ ମୋତେ ମଦ ଓ ସିଗାରେଟ୍ ର ଅଭ୍ୟାସ ହୋଇଗଲା । ଆରମ୍ଭରୁ ମୋତେ ସାଙ୍ଗଙ୍କ ସହ ଗ୍ରୁପରେ ବସି ସିଗାରେଟ୍ ପିଇବା ଓ ବହୁତ ଭଲ ଲାଗୁଥିଲା,  କାରଣ ଏହା ମୋ ପାଇଁ ନୁଆ ଥିଲା,  କିନ୍ତୁପରେ ସଙ୍ଗତ କିଛି ଏମିତି ହେଲା ମୋର ଭିତରେ ସିରିୟସନେସ୍ ଶେଷ ହୋଇଗଲା,

ମୁଁ ଗୋଟେ ରାତିରେ ପ୍ୟାସା ଫିଲ୍ମ ଦେଖୁଥିଲି, କ୍ଲାଇମ୍ୟାସ୍କ ଆସିବା ପରେ ସ୍ତ୍ରୀ ଚିଲ୍ଲାଇଲା, ତୁମେ ଯଦି ଏହି ଫିଲ୍ମ ବାରମ୍ବାର ଦେଖିବ ପାଗଲ ହୋଇଯିବ , ସ୍ତ୍ରୀର କଥା ଶୁଣି ମୋତେ ବହୁତ ରାଗ ଆସିଲା , ଓ ଘର ଛାଡି ବାହାରକୁ ପଳାଇଲି । ଏହାପରେ ସୁଶୀଲ୍ ଆଗକୁ ଲେଖିଲେଏ କି ମୁଁ ଯେବେ ଚାଳୁଥିଲି ତେବେ ମୋତେ ଏକ ନ୍ୟୁଜ୍ ଏଡିଟରଙ୍କ୍ କଲ୍ ଆସିଲା , ମୁଁ ସେମିତି କହିଥିଲି କି ମୁଁ ଏବେ କାଙ୍ଗାଳ ହୋଇସାରିଛି,  ଓ କ୍ଷୀର ବିକ୍ରି କରି ନିଜ ଜୀବନ ଅତିବାହିତ କରୁଛି , ଏହାର ପ୍ରଭାବ ଏମିତି ହେଲା କି ମୋତେ ଧୀରେ ଧୀରେ ସବୁ ନ୍ୟୁଜ୍ ଚ୍ୟାନେଲ୍ ରୁ କଲ୍ ଆସିବା ବନ୍ଦ ହୋଇଗଲା  ଓ ଲୋକେ ମୋତେ କାର୍ଯ୍ୟକ୍ରମରେ ଡାକିବା ବନ୍ଦ କରିଦେଲେ , ତେବେ ମୋତେ ଜଣାପଡିଲା କି ଏବେ କିଛି କରିବାର ସମୟ ଆସିଯାଇଛି ।

ସୁଶୀଲ୍ କହିଲେ କି ସେହି ଦିନ ସ୍ତ୍ରୀସହ ଝଗଡା ଏତେ ବଢିଗଲା କି କଥା ଛାଡପତ୍ର ଯାଏଁ ଆସିଗଲା,  ଏମିତିରେ ରିଲେସନ୍ ବଞ୍ଚାଇବାକୁ ଯାଇ ସେ ଫିଲ୍ମ ନିର୍ଦ୍ଧେଶକ ହେବାର ସ୍ୱପ୍ନରେ ମୁମ୍ବାଇ ପହଞ୍ଚିଲେ,  ଯେବେ ଏକ ପ୍ରଡୁସର୍ ମିତ୍ର ଏହି ସଂବନ୍ଧିତ ତାଙ୍କୁ ଟେକ୍ନିକାଲ୍ ପ୍ରଶ୍ନ ପଚାରିଲେ ତେବେଏ ସେ ଉତ୍ତର ଦେଇପାରିନଥିଲେ,  ଓ କହିଲେ କି ପ୍ରଥମେ ତାଙ୍କୁ କେଉଁ ଟିଭି ସିରିଆଲ୍ ରେ ନିଆଯାଉ ଯାହାପରେ ସେ ଫିଲ୍ମ ଦେଖିନେବେ , ସୁଶୀଲ୍ କହିଲେ କି ପରେ ମୋତେ କାମ ମିଳିଗଲା କିନ୍ତୁ ସୁଟିଙ୍ଗ୍ ଏକ ଜାଗାରେ ପୁରାଦିନ ରହିରହି ମୋର ମନ ବ୍ୟାକୁଳ ହୋଇଗଲା,  ସବୁସିନ୍ ତିନି ହିଁ ଜାଗାରେ ସୁଟ୍ ହେଉଥିଲା, ଅଗଣା, ବେଡରୁ ଓ କିଚେନ୍, ଏମିତିରେ ମନ ଲାଗିଥାଏ ତ କିପରି , ନିଜ ଖାଲି ସମୟରେ ବହି ପଢୁଥିଲି, ଓ ଦିନେ ଏକ ଡବା ଖୋଲି ସିଗାରେଟ୍ ଧୁଆଁ ଉଡାଇଦେଲି ।

ସୁଶୀଲଙ୍କ ଅନୁସାରେ ସେ ପରେ ବୁଝିପାରିଲେ କି ସେ ଡାଇରେକ୍ଟର ହୋଇପାରିବେ ନାହିଁ , ଆଗକୁ ଲେଖିଲେ କି ମୁଁ ତିନୋଟି କାହାଣୀ ଲେଖିଛି,  ଓ ଗୋଟେ କାହାଣୀ ପ୍ରଡକ୍ସନ୍ ହାଉସ୍ କୁ ପସନ୍ଦ ଆସିଛି,  ଯାହାପରେ ମୋତେ ୨୦ ହଜାର୍ ଟଙ୍କା ବି ମିଳିଛି,  ପରେ ମୋତେ କୁହାଯାଇଥିଲା କି ଷ୍ଟୋରୀର ଆଇଡିଆ ଭଲ ଅଛି ,ଏଥିପାଇଁ ଟିକିଏ ଚେଞ୍ଜ୍ କରିବାକୁ ପଡିବ , ଏଥିପାଇଁ ଆପଣଙ୍କୁ କମ୍ ପଇସା ଦିଆଯାଇଛି ,ମୁଁ ନିରାଶ୍ ହୋଇ ଘରକୁ ଫେରିଲି ଓ ଶିକ୍ଷକ ହେବାର ପ୍ରସ୍ତୁତି କରିଦେଲି, କଣ ଥିଲା ମୁଁ ସେଥିରେ ପାସ୍ କରିଦେଲି, ଏବେ ସବୁଦିନ ଏକ ନୁଆ ଜୀବନ ଓ ଉତ୍ସାହ ଅନୁଭବ ହୋଇଥାଏ , ଆଜି ମୋତେ ସଚ୍ଚା ଆନନ୍ଦ ମିଳୁଛି , ମୋତେ ଖାଲି ଏତିକି ଇଚ୍ଛା ଅଛି କି ଯାହା ମୋର୍ ସବୁ ଦରକାର ପୁରା କରିପାରିବ , ଓ ଆଜି ମୁଁ ବହୁତ ଖୁସିରେ ଅଛି ।

Leave a Reply

Your email address will not be published. Required fields are marked *