April 26, 2024

Odia Express

News For Public

ବାସ୍ତୁର ଏହି ନିୟମରେ ଲଗାନ୍ତୁ ଘରର ନେମ୍ ପ୍ଲେଟ୍ , ହୋଇଯିବେ ମାଲାମାଲ୍…

ଆମର ହିନ୍ଦୁ ଧର୍ମରେ ବାସ୍ତୁର ଅଧିକା ମହତ୍ତ୍ୱ ଦିଆଯାଈଛି, ଏକ ସଠିକ୍ ବାସ୍ତୁରୁ ତିଆରି ହୋଇଥିବା ଘରେ କେବେ କେଉଁ ଅସୁବିଧା ଆସେ ନାହିଁ । ଏମିତି କୁହାଯାଏ କି ବାସ୍ତୁ ରୁ ହିଁ ଆପଣଙ୍କ ଘରର ନିୟତି ତୟ ହୋଇଥାଏ , ଏହା ଘରେ ସକରାତ୍ମକ ଉର୍ଜା ଓ ନକରାତ୍ମକ ଉର୍ଜା ଉପରେ ଗଭିର ପ୍ରଭାବ ପକାଇଥାଏ , ସଠିକ୍ ବାସ୍ତୁ ହେଲେ ଘରେ ସକରାତ୍ମକ ଉର୍ଜା ଆସିଥାଏ ଯାହା ସୁଖ,ଶାନ୍ତି ଓ ସମୃଦ୍ଧି ଆଣିଥାଏ , ସେମିତି ଭୁଲ୍ ବାସ୍ତୁ ଘରେ ନକରାତ୍ମକ ଉର୍ଜା ମାନେ ଖରାପ ସ୍ୱାସ୍ଥ୍ୟ, ଅଶାନ୍ତି, ଓ କଙ୍ଗାଳୀ ସ୍ରୋତ ଆଣିଥାଏ ।

ଘରର ବାସ୍ତୁରେ ମୁଖ୍ୟ ଦ୍ୱାରକୁ ପ୍ରମୁଖ ରୋଲ୍ ହୋଇଥାଏ , ସେମିତି ସେହି ଦ୍ୱାର ହୋଇଥାଏ ଯେଉଁ ଘର ଦୁଆର ବନ୍ଧରୁ ଲୋକେ ଘରକୁ ଲୋକେ ପ୍ରବେଶ କରନ୍ତି , ଏମିତିରେ ଏହି ମୁଖ୍ୟଦ୍ୱାର କିମ୍ବା ଘର ବାହାର ନିଜ ନାଁର ନେମ୍ ପ୍ଲେଟ୍ ଲଗାଯାଇଥାଏ , ବହୁତ ଲୋକେ ଏହି ନେମ୍ ପ୍ଲେଟ୍ ଲଗାଈବା ସମୟରେ ବାସ୍ତୁର ଧ୍ୟାନ ଦିଅନ୍ତି ନାହିଁ,  ଯାହା ଆଗକୁ ଯାଇକରି ତାଙ୍କ ପାଇଁ ଚିନ୍ତାର କାରଣ ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଘରର ନେମ୍ ପ୍ଲେଟ୍ ସହ ଯୋଡି ହୋଇଥିବା କିଛି ବାସ୍ତୁ ଟିପ୍ସ କହିବୁ ଯାହାକୁ ଆପଣାଇବାପରେ ଆପଣଙ୍କ ଘରେ ସୁଖ,ଶାନ୍ତି ଓ ସମୃଦ୍ଧିର ବାସ ହେବ ।

୧) ନେମ୍ ପ୍ଲେଟ୍ ସବୁବେଳେ ଘରର ମୁଖ୍ୟଦ୍ୱାରର ବାମପଟେ ଲଗାଇବା ଉଚିତ୍ , ଏହା ଶୁଭ ହୋଇଥାଏ ।

୨) ନେମ୍ ପ୍ଲେଟ୍ ସବୁବେଳେ ଘରର୍ ମୁଖ୍ୟ ଦ୍ୱାରର ଉଚ୍ଚତାରୁ ଅଧା ଉଚ୍ଚତାରେ ଲଗାଇବା ଉଚିତ୍ ।

୩) ନେମ୍ ପ୍ଲେଟର୍ ଆକାର ବୃତ୍ତାକାର, ତ୍ରିକୋଣ, କିମ୍ବା ବିଷମ ଆକୃତିର ହୋଇଥିଲେ ଭଲ ।

୪) ଆପଣ ଯେଉଁଠି ନେମ୍ ପ୍ଲେଟ୍ ଲଗାଇଛନ୍ତି ତାହାର ସାମ୍ନାରେ କିଛି ବି ଝାଡୁରେ ସଫାସଫି ଜିନିଷ ରଖନ୍ତୁ ନାହିଁ ।

୫) ଯେଉଁଠି ହୋଇପାରିବ ନେମ୍ ପ୍ଲେଟରେ କେଉଁ ପ୍ରକାରର କିଛି ଚିତ୍ର  ଲଗାନ୍ତୁ ନାହିଁ ଏହାର କାରଣ ଏହି ଚିତ୍ର ଆପଣଙ୍କ ପାଇଁ ଶୁଭ ସଙ୍କେତ ଆଣିବ ଏହାର ଜରୁରୀ ନଥାଏ ।

୬) ଯେବେ ଆପଣ ନେମ୍ ପ୍ଲେଟ୍ ବନାଇବେ ତେବେ ପ୍ରଥମେ ଘରର ମୁଖ୍ୟ ବ୍ୟକ୍ତିଙ୍କ ରାଶିର ରଙ୍ଗ ଜାଣିନିଅନ୍ତୁ, ଆପଣ ତାଙ୍କ ରଙ୍ଗ ଅନୁସାରେ ନିଜ ନେମ୍ ପ୍ଲେଟ୍ କରାଇବେ ।

୭) ନେମ୍ ପ୍ଲେଟ୍ ଭଙ୍ଗାଭଙ୍ଗି, ହେଲେ ଧନର ହାନି ହୋଇଥାଏ , ଏଥିପାଇଁ ଏମିତି ହେଲେ ତୁରନ୍ତ୍ ବଦଳାଇଦିଅନ୍ତୁ ।

୮) ନେମ୍ ପ୍ଲେଟ୍ ଉପରେ କ୍ରିଷ୍ଟାଲ୍ ବଲ୍ ଟଙ୍ଗାଇଲେ ଘରେ ନେଗେଟିଭ୍ ଏନର୍ଜୀ ଆସେ ନାହିଁ ।

୯) ନେମ୍ ପ୍ଲେଟ୍ ରେ ଭୁଲରେ ମାଟି ଧୁଳି ଜମିବାକୁ ଦିଅନ୍ତୁ ନାହିଁ, ନହେଲେ କେଉଁ ପ୍ରକାରର ହାନି ହୋଇପାରେ ।

୧୦) ନେମ୍ ପ୍ଲେଟ୍ କୁ ସବୁବେଳେ ଘରର ବୋହୁ ଦ୍ୱାରା ଲଗାଇବା ଦରକାର, ଏମିତି କରିଲେ ଘରେ ସୁଖ ଓ ଧନର ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *