April 30, 2024

Odia Express

News For Public

ପାନର ଏହି ଉପାୟ ଧନବାନ ହେବାର ଇଚ୍ଛା ପୂରଣ କରିବ , ଗଣେଶ ଭଗବାନ ସମସ୍ତ ବାଧା ଦୂର କରିବେ ..

ଦେବୀ ଦେବତାଙ୍କ ପୂଜାରେ ଅନେକ ପ୍ରକାର ସାମଗ୍ରୀ ବ୍ୟବହାର ହୋଇଥାଏ । ହିନ୍ଦୁ ପରମ୍ପରାରେ ଦେବୀ ଦେବତାଙ୍କ ଶିଙ୍ଗାର, ଭୋଗ ଆଦି ପାଇଁ ଅନେକ ପ୍ରକାର ଜିନିଷ ଉପଯୋଗ କରାଯାଏ । ଏହା କୁହାଯାଏ ଏହି ଜିନିଷ ବ୍ୟବହାର କରିବା ଦ୍ଵାରା ଆମ ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ ଓ ଆମ ପୂଜା ସଂପୂର୍ଣ୍ଣ ହୁଏ । ଏହି ଜିନିଷ ମାନଙ୍କ ମଧ୍ୟରୁ ଭଗବାନଙ୍କ ପୂଜାରେ ପାନର ବ୍ୟବହାର ମଧ୍ୟ କରାଯାଏ । ଆପଣମାନେ ଦେଖିଥିବେ ଯେକୌଣସି ଶୁଭକାର୍ଯ୍ୟ କିମ୍ବା ପୂଜାପାଠରେ ପାନପାତ୍ରର ବ୍ୟବହାର କରାଯାଏ ।

ପାନପାତ୍ର ଆପଣଙ୍କ ପୂଜାକୁ ସଫଳ କରିବା ସହ ଆପଣଙ୍କ ଜୀବନରେ ଥିବା ବହୁତ ସମସ୍ୟା ଦୂର କରି ଆପଣଙ୍କ ଇଚ୍ଛା ପୂର୍ତ୍ତି କରିଥାଏ। ଏହି ପାନ ଦ୍ଵାରା କିଛି ଉପାୟ ଅଛି ଯାହାକୁ କରାଗଲେ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆଜି ଆମେ ଆପଣଙ୍କୁ ପାନ ପତ୍ର ଦ୍ଵାରା କିଛି ଉପାୟ କହିବୁ, ଯଦି ଆପଣ ଏହି ଚମତ୍କାରୀ ଉପାୟ କରନ୍ତି ତେବେ ଆପଣଙ୍କ ଜୀବନର ଅନେକ ବାଧା ଦୂର ହୋଇଯିବ ।

 

ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ

ଭଗବାନ ଗଣେଶଙ୍କୁ ଜୀବନର ସମସ୍ତ ବାଧା ହରଣକାରୀ ରୂପେ ସମସ୍ତେ ଜାଣନ୍ତି । ଗଣେଶଙ୍କର ପୂଜାରେ ପାନର ବ୍ୟବହାର ସମସ୍ତ ପ୍ରକାର ସିଦ୍ଧି ପ୍ରଦାନକାରୀ ଭାବରେ ଗ୍ରହଣ କରାଯାଏ । ଯଦି ଆପଣଙ୍କୁ ନିଜର ଚେଷ୍ଟା କରିବା ପରେ ବି ସଫଳତା ପ୍ରାପ୍ତ ହେଉନାହିଁ ତେବେ ଆପଣ ବୁଧବାର ଦିନ ଭଗବାନ ଗଣେଶଙ୍କ ମନ୍ଦିର ଯାଇ ପାନପତ୍ର ସହିତ ଗୁଆ ଓ ଗୁଜୁରାତି ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ବାଧା ଦୂର ହେବ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ଏହାଦ୍ୱାରା ବୈବାହିକ ଜୀବନରେ ମଧୁରତା ଆସେ ।

 

ଅନେକଥର ଦେଖାଯାଏ ଯେ ପରିବାରରେ କିଛି ନା କିଛି କଥାକୁ ନେଇ ମନାନ୍ତର ଦେଖାଯାଏ କିମ୍ବା ପରିବାରର ଲୋକଙ୍କ ମନ କେଉଁ କାର୍ଯ୍ୟରେ ଲାଗେ ନାହିଁ , ପରିବାର ଲୋକ ରୋଗରେ ପଡନ୍ତି , ଏଭଳି ସମସ୍ୟା ଆପଣଙ୍କ ଘରେ ହେଉଥିଲେ ଆପଣ ପାନର ଉପାୟ କରନ୍ତୁ , ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଆପଣ ନିଜ ଘରକୁ ସଫସୁତରା ରଖିବା ସହ ପ୍ରବେଶ ଦ୍ଵାରକୁ ଶୁଦ୍ଧ ଜଳରେ ପବିତ୍ର କରନ୍ତୁ ଓ ତାପଖରେ ସବୁଜ ପାନ ପତ୍ର , ଆମ୍ବ ଡାଳ ଆଦି ଦ୍ଵାରା ପୂଜା କାରୀ ଟାଙ୍ଗି ଦିଅନ୍ତୁ , ଆପଣଙ୍କ ଘରର ନକରାତ୍ମକ ଶକ୍ତି ଦୂର ହେବ ଓ ଧନର ବୃଦ୍ଧି ହେବ । ଏହି ବିଷୟ ଧ୍ୟାନରେ ରଖିବେ ଯେ ପାନ ପତ୍ର ଶୁଖିଗଲେ ତାହା ବଦଳେଇ ତା ସ୍ଥାନରେ ନୂତନ ପତ୍ର ଟାଙ୍ଗିଦେବେ । ଶୁଖିଲା ପାନ ପତ୍ର ଟଙ୍ଗେଇ ରଖିବେ ନାହିଁ ।

 

ପରିବାରରେ କାହାକୁ ଦୃଷ୍ଟିଆ ହେଲେ ଏହି କାରଣରୁ ସୁଖ ସମୃଦ୍ଧିରେ ହାନି ହୁଏ ଓ ଗୃହରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ହୁଏ, ଏପରି ସ୍ଥିତିରେ ପାନପତ୍ର ଦୃଷ୍ଟିଦୋଷରୁ ମୁକ୍ତି ଦେଇଥାଏ । ଆପଣ ନିଜ ଘରର ମୁରବି କିମ୍ବା ଦୃଷ୍ଟିଆ ହୋଇଥିବା ବ୍ୟକ୍ତିଙ୍କୁ ପାନ ପତ୍ରରେ ଗୋଲାପ ପାଖୁଡାକୁ ଖେଳେଇ ଦିଅନ୍ତୁ ଏହାଦ୍ୱାରା ନଜର ଦୋଷ ଦୂର ହୁଏ ।

 

ସଙ୍କଟ କଟୈ ମିଟୈ ସବ ପୀରା, ଜୋ ସୁମୀରୈ ହନୁମତ ବଲବୀରା, ହନୁମାନଙ୍କର ଏହି ଚୌପାଇ ସ୍ମରଣ କାରୀ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଙ୍କୁ ମିଠାପାନ ଅର୍ପଣ କରନ୍ତୁ , ଏପରି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ବାଧା ଦୂର ହେବ ଓ ଘର ପରିବାରରେ ସୁଖ ସମୃଦ୍ଧି ଆସିବ ।

Leave a Reply

Your email address will not be published. Required fields are marked *