May 4, 2024

Odia Express

News For Public

ଏହି ସମୟରେ ଝାଡୁ ମାରିଲେ ଲାଭଦାୟକ ହେଇଥାଏ – ମା ଲକ୍ଷ୍ମୀ ଧନ ବର୍ଷା କରିଥାନ୍ତି…

ପ୍ରତିଦିନ ର ଜୀବନରେ ଆମ ଦ୍ଵାରା ଜଣା ଅଜଣା ରେ ଏମିତି କିଛି ଭୁଲ ହେଇଯାଇଥାଏ ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡିଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁର ରଖିବା ସ୍ଥାନ ନିର୍ଧାରିତ ହେଇଥାଏ ଆଉ ଆମକୁ ଏହାର ଜ୍ଞାନ ନଥାଏ।ଏମିତି ହିଁ କିଛି ଭୁଲ ଆମେ ଝାଡୁକୁ ନେଇ କରିଥାଉ।ଝାଡୁ ର ଭୁଲ ବ୍ୟବହାର ଦରିଦ୍ରତା କୁ ଆମନ୍ତ୍ରଣ ଦେଇଥାଏ।ଏହାର ଠିକ ଉପଯୋଗ ମା ଲକ୍ଷ୍ମୀ ଙ୍କ ପାଇଁ ଘରର ଦ୍ୱାର ଖୋଲିଦେଇଥାଏ।ବାସ୍ତୁ ଶାସ୍ତ୍ରରେ ଝାଡୁ କିଣିବା ର ଦିନ ଓ ସମୟ ଠୁ ନେଇ ଘରେ ତାକୁ ରଖିବାର ସ୍ଥାନ ଆଉ ପୁରୁଣା ଝାଡୁକୁ ବାହାରକୁ ଫୋପାଡ଼ି ବାର ନିୟମ ମଧ୍ୟ କୁହାଯାଇଛି।

ଝାଡୁ ଯାହାକୁ ଆମେ ଏକ ସାମାନ୍ୟ ବସ୍ତୁ ମାନିଥାଉ ବାସ୍ତୁ ଶାସ୍ତ୍ରରେ ତାକୁ ମା ଲକ୍ଷ୍ମୀ ଙ୍କ ତୁଲ୍ୟ ମାନିଥାଉ।ଆମ ଦ୍ବାରା ଭୁଲରେ ଝାଡୁ ର ଅପମାନ ହେଇଥାଏ।ଏହାର ପ୍ରଭାବ ଆମର ଆର୍ଥିକ, ପାରିବାରିକ ଓ ସାମାଜିକ ଜୀବନ ଉପରେ ପଡିଥାଏ।ଘରେଝାଡୁ କୁ ଏପରି ସ୍ଥାନ ରେ ରଖିଲେ ଘରେ ସୁଖ ସମୃଦ୍ଧି ଆସିଥାଏ ଓ ମା ଲକ୍ଷ୍ମୀ ଙ୍କ କୃପା ବର୍ଷିଥାଏ।

ଝାଡୁର ସବୁବେଳେ ସନମାନ କରିବା ଉଚିତ।ଯିଏ ଆମ ଘରୁ ଦରିଦ୍ରତା, ନକରାତ୍ମକତା ରୂପକ ଅଳିଆ ବାହାରକରି ସକରାତ୍ମକ ଉର୍ଜା ରେ ଭରିଦିଏ।ଝାଡୁକୁ ସବୁବେଳେ ଏପରି ସ୍ଥାନ ରେ ରଖିବା ଉଚିତ ଯାହା ଉପରେ ବାହାର ଲୋକଙ୍କ ନଜର ନପଡୁ।ଝାଡୁ ଲକ୍ଷ୍ମୀ ଙ୍କ ରୂପ ହେଇଥାଏ।ସେଥିପାଇଁ ଏହା ଉପରେ କାହା ନଜର ପଡିବା ଉଚିତ ନୁହେଁ।

ଝାଡୁକୁ କେବେବି ଛିଡା କରିକି ରଖନ୍ତୁ ନାହିଁ।ଏହାକୁ ଶୁଆଇ ରଖନ୍ତୁ।ଏହାର ତାତ୍ପର୍ଯ୍ୟ ଏହାଯେ ଲକ୍ଷ୍ମୀ ଆମ ଘରେ ଆରାମ ରେ ଶୋଇଛନ୍ତି।ଏହି କଥାକୁ ଧ୍ୟାନ ରଖନ୍ତୁ ଯେ ଝାଡୁ ସବୁବେଳେ ସ୍ୱଚ୍ଛ ଜାଗାରେ ରହିବା ଉଚିତ।ଏହି ଜାଗାମାନଙ୍କରେ ଭୁଲରେ ଝାଡୁ ରଖନ୍ତୁ ନାହିଁ ଯେଉଁଠି ଆଳିଆ, ଜୋତା,ଚପଲ ରଖାଯାଇଥାଏ।ଝାଡୁ ରଖିବାର ଯୋଗ୍ୟ ଜାଗା ଦକ୍ଷିଣ କିମ୍ବା ପଶ୍ଚିମ ଅଟେ।ବିଶେଷ କରି ପଶ୍ଚିମ ଦିଗରେ ଝାଡୁ ରଖିଲେ ଘରେ ପ୍ରସନତା ଆସିଥାଏ।ଝାଡୁକୁ ଭୁଲରେ ବି ଐଶ୍ବନ କୋଣରେ ରଖନ୍ତୁ ନାହିଁ।ଏହାଦ୍ୱାରା ଦୁର୍ଭାଗ୍ୟ ଶୀଘ୍ର ଆସିଥାଏ।ସାଥିରେ ଈଶ୍ୱର ଓ ସୌଭାଗ୍ୟ ମାର୍ଗରେ ବାଧା ଉତ୍ପନ ହେଇଥାଏ।

ଝାଡୁକୁ ଏପରି ଜାଗାରେ ରଖନ୍ତୁ ନାହିଁ ଯେଉଁଠି କାହାର ଗୋଡ ବାଜିବାର ସମ୍ଭାବନା ରହିଥାଏ କିମ୍ବା ଏହା ଉପରେ ଡେଇଁ ଯିବାକୁ ପଡିଥାଏ।ଏହା ଅଶୁଭ ହେଇଥାଏ ଯାହାର ଦୁଷ ପରିଣାମ ହେଇଥାଏ।

ଘରେ ନୂଆ ଝାଡୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର କୁ ସନ୍ଧ୍ୟା ପୂର୍ବରୁ କିଣିବା ଉଚିତ।ଖାଇବା ଅଇଁଠା କେବେବି ଝାଡୁରେ ପୋଛିବା ଉଚିତ ନୁହେଁ।ଛିଣ୍ଡା କିମ୍ବା ପୁରୁଣା ଝାଡୁକୁ ଶନିବାର ଅମାବାସ୍ୟା ରାତି ସମୟରେ ଆଦର ସନମାନ ସହିତ ଘରର ବାହାରେ ରଖିବା ଉଚିତ।

ସନ୍ଧ୍ୟା ସମୟରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ।କାରଣ ସନ୍ଧ୍ୟା ସମୟରେ ଝାଡୁ ଲଗାଇଲେ ମା ଲକ୍ଷ୍ମୀ ଘରୁ ପଳାଇଥାନ୍ତି।ଆଉ ଘରେ ଦାରିଦ୍ର୍ୟ ଆସିଥାଏ।ସେଥିପାଇଁ ଝାଡୁ ମାରିବା ପାଇଁ ସକାଳ ସମୟ ହିଁ ଧରନ୍ତୁ।ଯେତେବେଳେ ସୂର୍ଯ୍ୟ କିରଣ ଘର ଭିତରେ ପ୍ରବେଶ କରିବ ସେହି ସମୟରେ ଝାଡୁ ଲଗାଇବା ଉଚିତ।ଏହା ଦ୍ୱାରା ଘରେ ଥିବା ନକରାତ୍ମକ ଉର୍ଜା ସୂର୍ଯ୍ୟ କିରଣରେ ନଷ୍ଟ ହେଇଯାଇଥାଏ।

Leave a Reply

Your email address will not be published. Required fields are marked *