April 30, 2024

Odia Express

News For Public

ମୋଦୀ ସରକାରଙ୍କ ଫଇସଲା, ସେନାର କୁକୁରଙ୍କୁ ମରାଯିବ ନାହିଁ ଗୁଳି , ରିଟାୟର୍ଡମେଣ୍ଟ ପରେ ଆରାମରେ ବଞ୍ଚିପାରିବେ କାରଣ..

କୁକୁରଙ୍କ କଥା ପଡିଲେ ଆମେ ପ୍ରଥମେ ତାଙ୍କର ବିଶ୍ୱାସୀକତା ଉପରେ ଧ୍ୟାନ ଦେଇଥାଉ , କିନ୍ତୁ କିଛି ସମୟ ପୂର୍ବରୁ ଇଣ୍ତିଆନ୍ ଆର୍ମୀ କୁକୁରଙ୍କ ବିଶ୍ୱାସ ବଦଳରେ ମୃତ୍ୟୁ ମିଳୁଥିଲା , ଆର୍ମୀର କୁକୁର ସେପରି କାମ କରୁଥିଲେ , ଯେପରି ସୈନିକ , ଭାରତୀୟ ସେନାରେ କାମ ଆସୁଥିବା ଏହି ସ୍ପେସାଲିଷ୍ଟ କୁକୁର ପ୍ରଥମଥର ଆଘାତ ଲାଗିଲେ କିମ୍ବା କାମ ଠିକ୍ ଭାବରେ ନ କରିପାରିଲେ ତାଙ୍କୁ ଗୁଳିମାରିକରି ହତ୍ୟା କରିଦେଉଥିଲେ ।ଏବେ ମୋଦୀ ସରକାର ଏହା ଉପରେ କଟକଣା ଲଗାଇଦେଇଛନ୍ତି , ଏବେ କୁକୁରଙ୍କୁ ମରା ହେବ ନାହିଁ , ତାଙ୍କୁ ଅନ୍ୟ କେଉଁ କାମରେ ଲଗାଇଦିଆଯିବ , ଏକ ଆର୍ ଟିଆଇ ଦ୍ୱାରା ସରକାର ଏହି ସୂଚନା ଜାରି କରିଛନ୍ତି , ଏହି କୁକୁରଙ୍କୁ ଖାସ୍ ଟ୍ରେନିଙ୍ଗ୍ ଦେଇଥାନ୍ତି ,

 

ଏମାନେ ବମ୍ ଶୁଙ୍ଗିବା ଓ ବିପଦ ଆସିଲେ ସତର୍କ କରାଇବା ପରି କ୍ଷମତା ଥାଏ , ଭାରତୀୟ ସେନାଙ୍କ ପାଖରେ ଅଧିକାଂଶ ଲାବ୍ରାଡଗ୍ , ଜର୍ମାନୀ ସେପର୍ଡ, ବେଲଜିୟନ୍ ସେପର୍ଡ ପ୍ରଜାତିର କୁକୁର ଅଛନ୍ତି , ଏହି କୁକୁରଙ୍କ ରାଙ୍କ୍ ଓ ନମ୍ବର ଦ୍ୱାରା ଚିହ୍ନା ପଡିଥାନ୍ତି , ଏହି କୁକୁର ମାନଙ୍କର ବ୍ୟବହାର ସେନାର ବିସ୍ପୋଟକ ଖୋଜିବାରେ ବ୍ୟବହାର କରାଯାଏ , ସେନାର ଘୋଡା ସବାର ଦସ୍ତାର ମାଉଣ୍ଟ ରେଜିମେଣ୍ଟରେ ବି ସେମିତି ଚର୍ଚ୍ଚିତ ଅଛି , ଉଚ୍ଚତା ବିଶିଷ୍ଟ କ୍ଷେତ୍ରରେ ମାଲ ଉଠାଇ ନେବାପାଇଁ ଘୋଡା,ଖଚର , ଆଦି ବ୍ୟବହାର କରାଯାଏ ।

 

ଏହି କୁକୁରଙ୍କର ବୁଦ୍ଧି କ୍ଷମତା ତାଙ୍କର ପ୍ରଜାତି ଉପରେ ନିର୍ଭର କରିଥାଏ , ଏଥିପାଇଁ ସବୁ କୁକୁର ଏକା ପରି ନଥାନ୍ତି , ଅଲଗା ଅଲଗା ପ୍ରଜାତିର କୁକୁର ଅଲଗା ଅଲଗା ପ୍ରତିଭା ବାଲା ହୋଇଥାନ୍ତି , ଏଥିପାଇଁ ତାଙ୍କୁ ଅଲଗା ଅଲଗା କାମରେ ଲଗାଯାଇଥାଏ , ତା ସହ ସେମାନେ ଏମିତି ଜାଗାର ଯାଞ୍ଚ କରିପାରନ୍ତି , ଯାହା ଜବାନ ମାନଙ୍କୁ ଯାଇକରି ଯାଞ୍ଚ କରିବା ସମ୍ଭବପର ହୋଇପାରିନଥାଏ ।

 

ଏହି ଖରାପ ଚାଲିଚଳଣ ଇଂରେଜ ଶାସନ କାଳରୁ ଆସିଛି , ଇଣ୍ତିଆନ୍ ଆର୍ମୀ ଦେଶର ସୁରକ୍ଷାକୁ ଧ୍ୟାନରେ ରଖିକରି ଏହା କରି ଆସୁଛି , ଆର୍ମୀର ଲୋକଙ୍କୁ ଡର ଲାଗିଥାଏ କି କେବେ କୁକୁର କେଉଁ ଖରାପ ବ୍ୟକ୍ତି ହାତରେ ନ ପଡିଯାନ୍ତୁ , କାରଣ ଏହି ଏକ୍ସପର୍ଟ କୁକୁରଙ୍କୁ ଆର୍ମୀର ନିରାପଦ ଓ ଗୁପ୍ତ ଠିକଣା ବିଷୟରେ ଅବଗତ ଥାଏ ,

ଏହା ଛଡା ଗମ୍ଭୀର ରୁପରେ ଆଘାତ ପାଇଥିବା କୁକୁରଙ୍କୁ ମାରି ଦିଆଯାଇଥାଏ , ଏମିତି ସାଧାରଣ ରୋଗରେ ପଡିଲେ ଆର୍ମୀ ତାଙ୍କର ଚିକିତ୍ସା କରିପାରିବ , କିନ୍ତୁ ସୁସ୍ଥ୍ୟ ସୁଧାର ହୋଇପାରିବେ ନାହିଁ ସେମାନେ ପୁନଶ୍ଚ ଆଉଥରେ ସେହି କାମ କରିପାରିବେ ନାହିଁ ତେଣୁ ତାଙ୍କୁ ମାରିଦିଆଯାଏ ।

Leave a Reply

Your email address will not be published. Required fields are marked *