April 30, 2024

Odia Express

News For Public

ଜଣେ ୭ ବର୍ଷର ଝିଅ ନିଜ ବାପାର ଜୀବନ ବଞ୍ଚାଇବା ପାଇଁ ୨ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ୍ ବୋତଲ ଧରି ଏପରି ଭାବେ ଠିଆ ହୋଇରହିଥିଲା – ସାରା ବିଶ୍ୱ ସେହି ଝିଅର ପ୍ରଶଂସା କରୁଛି..

ଆସିବା ଦିନରୁ ସୋସିଆଲ୍ ମିଡିଆରେ ବହୁତ ସରକାରୀ ମେଡିକାଲ୍ ରେ ଅନିୟମିୟତା ଖବର ଆମେ ଶୁଣିବାକୁ ପାଇଥାଉ , ଓ ଏଥିରେ କୌଣସି ବି ସୁଧାର ଦେଖିବାକୁ ମିଳୁନାହିଁ , ଆଜିକାଲି ସରକାରୀ ମେଡିକାଲ୍ ଗୁଡିକ ନିଜେ ରୋଗାଗ୍ରସ୍ତ ହୋଇସାରିଛି, ଏହାର ଅନ୍ଦାଜା ଆପଣ ଏହି ଫଟୋ ଦେଖିକରି ଜାଣିପାରୁଥିବେ , ଏହି ଦିନରେ ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି , ସରକାର ଆସିଥାନ୍ତି ଓ ଯାଇଥାନ୍ତି କିନ୍ତୁ ଗରୀବଙ୍କ ହିତର କଥା କହିଲେ ସେମାନେ ବଡ ବଡ ପ୍ରତିଶ୍ରୁତି ବି ଦେଇଥାନ୍ତି , କିନ୍ତୁ ସେହି ପ୍ରତିଶ୍ରୁତି କଣ ସେମାନେ ପୁରଣ କରନ୍ତି । ଏହାର ଅନ୍ଦାଜା ଆପଣ ଏହି ଫଟୋରୁ ଅନୁମାନ କରିପାରୁଥିବେ ।

 

ହୃଦୟ ତରଳିଯାଏ ଏପରି ଫଟୋ ଦେଖିଲେ ସେହି ନେତାମାନେ ଯେଉଁମାନେ ସୁଟ୍ ବୁଟ୍ ପିନ୍ଧିକରି ପୋଲିସ୍ ଗାର୍ଡଙ୍କ ଦ୍ୱାରା ଶାନ୍ ରେ ଗାଡିରୁ ଓହ୍ଲାଇଥାନ୍ତି , ଓ ଜନତାଙ୍କ ସାମନାରେ ହାତ ଯୋଡନ୍ତି , ଓ ସେମାନେ ଆମର ହିତ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହନ୍ତି ଓ ଆମେ ତାକୁ ସତ ବୋଲି ମାନିନେଇଥାଉ ।

ହଁ ଆଜ୍ଞା , ଏହି କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି ଯେଉଁଠି ଔରଙ୍ଗାବାଦର ଘାଟି ସରକାରୀ ମେଡିକାଲର ଅଟେ ,ଯେଉଁଠି ଏକ ୭ ବର୍ଷୀୟ କୁନି ଝିଅ ସାଲାଇନ୍ ର ଡ୍ରିପ୍ ଷ୍ଟାଣ୍ତ ଭାବେ ଠିଆ ହୋଇଛି , ମିଡିଆ ରିପୋର୍ଟରୁ ଜଣାଯାଏ ଯେ ସେ ଝିଅ ପାଖରେ ଶୋଇଥିବା ବ୍ୟକ୍ତି ତା ବାପା ଅଟନ୍ତି , ତାଙ୍କୁ ସାଲାଇନ୍ ଲଗାଇବା ଜରୁରୀ ଥିଲା , କିନ୍ତୁ ସରକାରୀ ମେଡିକାଲ୍ ରେ ସାଲାଇନ୍ ଲଗାଇବାପାଇଁ ରୋଗୀକୁ ଡ୍ରିପ୍ ଷ୍ଟାଣ୍ତ ମିଳିଲା ନାହିଁ ସେଥିପାଇଁ ନିଜେ ସେଇ କୁନି ଝିଅ ଡ୍ରିପ୍ ଷ୍ଟାଣ୍ତ ଧରି ଠିଆ ହୋଇଗଲେ ।

 

ମିଡିଆ ରିପୋର୍ଟ ଅନୁସାରେ ଔରଙ୍ଗାବାଦ ଏକ ନାଥ ଗବଲି ଙ୍କୁ ୫ ମେ ଘାଟି ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା , ଅପରେସନ୍ ପରେ ଯେବେ ତାଙ୍କୁ ୱାର୍ଡ ସିଫ୍ଟ କରାଗଲା ତେବେ ସାଲାଇନ୍ ଲଗାଇବା ପାଇଁ ଡ୍ରିପ୍ ଷ୍ଟାଣ୍ତ ନଥିଲା , ସେଥିପାଇଁ ସେ କୁନି ଝିଅ ହାତରେ ଡ୍ରିପ୍ ଷ୍ଟାଣ୍ତ ଧରାଇ ଡାକ୍ତର ମାନେ ଚାଲିଯାଇଥିଲେ , ମିଡିଆ ରିପୋର୍ଟ୍ସ ଅନୁସାରେ ବାପାଙ୍କ ଜୀବନ ପାଇଁ ଛୋଟ କୁନି ଝିଅ ପ୍ରାୟ ୨ ଘଣ୍ଟା ଧରି ସେହି ଡ୍ରିପ୍ ବୋତଲକୁ ଧରି ଠିଆ ହୋଇଥିଲା , ଏହି ଦୃଶ୍ୟ ସେଠାରେ ଥିବା କୌଣସି ମେଡିକାଲ୍ କର୍ମଚାରୀଙ୍କୁ ନଜର ଆସିନଥିଲା ।

 

ସେମିତି ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଲା । ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଗଲା , ମେଡିକାଲ୍ ର ଡିନ୍ ମାମଲାର ଯାଞ୍ଚ କରାଇଲେ , ଡିନ୍ ଡାକ୍ତର କାନନ ୟେଲିକରଙ୍କ କହିବା କଥା କି ଫଟୋ ଭାଇରାଳ୍ ହେବାପରେ ଏହି ମାମଲାକୁ ଯାଞ୍ଚ ପାଇଁ ନିର୍ଦ୍ଧେଶ ଜାରି ହୋଇଥିଲା , ଓ ଯାଞ୍ଚପରେ ତଥ୍ୟ ସାମନାକୁ ଆସିଲା କି ସେହି ସମୟରେ ଡାକ୍ତର ଷ୍ଟାଣ୍ତ ନେବାକୁ ଯାଇଥିଲେ , କିନ୍ତୁ ସେହି ସମୟରେ ଏନ୍ ଜିଓ ସହ ଯୋଡି ହୋଇଥିବା ଲୋକମାନେ ଏହି ଫଟୋକୁ କ୍ୟାମେରାରେ କଏଦ କରିନେଲେ , ମିଳୁଥିବା ସୂଚନା ଅନୁସାରେ ମରାଠୱାଡାର ୮ ଜିଲ୍ଲାର ଲୋକ ଏହି ମେଡୀକାଲ୍ ରେ ଚିକିତ୍ସା କରାଇବା ପାଇଁ ଆସିଥାନ୍ତି , ଏଠାରେ କ୍ଷମତାରୁ ଅଧିକା ବେଡ୍ ଅଛି , କିନ୍ତୁ ଡାକ୍ତରଙ୍କ ସଂଖ୍ୟା କମ୍ ଅଛି ।

ପରିଜନ ମାନେ କହିଲେ କି ତାଙ୍କ ମାଲିଙ୍କ ଅବସ୍ଥା ଏତେ ଭଲ ନାହିଁ ଯାହା ଦ୍ୱାରା ସେ କେଉଁ ପ୍ରାଇଭେଟ୍ ମେଡିକାଲ୍ ରେ ଚିକିତ୍ସା କରାଇପାରିବେ । ଏଥିପାଇଁ ସେ ସେହି ଇଲାକାର ସବୁଠାରୁ ବଡ ସରକାରୀ ଘାଟି ମେଡିକାଲ୍ ରେ ଚିକିତ୍ସା କରାଇବାପାଇଁ ଫଇସଲା କରିଥିଲେ , ସେ କହିଲେ ଗରିବ ରୋଗୀଙ୍କୁ ଏହି ମେଡିକାଲ୍ ଛଡା ଅନ୍ୟ କେଉଁ ମେଡିକାଲ୍ ନାହିଁ , ଯେଉଁଠି ସେ ଚିକିତ୍ସା କରାଇପାରିବେ , ଆପଣଙ୍କୁ ଏହା ଜାଣିକରି ଦୁଃଖ ଲାଗିବ କି ୭ ବର୍ଷର ଏହି କୁନି ଝିଅ ସାଲାଇନ୍ ବୋତଲ ଧରି ୨ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇରହିଥିଲା , ଥରେ ଭାବିନିଅନ୍ତୁ ଆପଣ କେବେ ୨ ମିନିଟ୍ ପାଇଁ ଉପରକୁ ହାତ ଟେକି ଠିଆ ହୁଅନ୍ତୁ ଜାଣିପାରିବେ ସେହି କୁନି ଝିଅର କଷ୍ଟ କିପରି ହୋଇଥିବ

Leave a Reply

Your email address will not be published. Required fields are marked *