April 23, 2024

Odia Express

News For Public

ଏହି ବଡ ସିଙ୍ଗର ଙ୍କ ପୁଅକୁ ବିବାହ କରିବେ ନେହା କକ୍କର – ପୁରା ପରିବାର ସହ ଦେଖା କରି କହିଲେ ଏଭଳି କଥା – ଦେଖନ୍ତୁ କାହାକୁ ବାହା ହେବେ ସେ..

1 min read

ଆଜି କାଲି ସୋନି ଟିଭିର ପ୍ରସାରିତ ହେଉଥିବା ରିଆଲିଟି ଶୋ ଇଣ୍ତିଆନ୍ ଆଇଡଲ୍ ୧୧ ରେ ଜର୍ଜ କରୁଛନ୍ତି , ଇଣ୍ତିଆନ୍ ଆଇଡଲ୍ ରେ ବହୁତ ନେହା କାକ୍କର ଚର୍ଚ୍ଚିତ ହେଉଛନ୍ତି , କେବେ ନେହା କେଉଁ ପ୍ରତିଯୋଗୀଙ୍କୁ ଦୁଃଖଭରା କାହାଣି କହି ଇମୋସନାଳ୍ ହୋଇଯାଆନ୍ତି , ତେବେ କେବେ ଦକ୍ଷତାକୁ ଦେଖି ଖୁସି ହୋଇ ପ୍ରତିଯୋଗୀଙ୍କୁ କିଛି ଉପହାର ଦେଇଥାନ୍ତି , ଏହି ସବୁ ମଧ୍ୟରେ ପ୍ରଶଂସକକୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଖବର ଆସିଛି , ଇଣ୍ତିଆନ୍ ଆଇଡଲ୍ ୧୧ ରେ ସେଟ୍ ରେ ନେହା କାକ୍କରଙ୍କ ବିବାହର ପୁରା ପ୍ରସ୍ତୁତି କରାଯାଇଥିଲା , ଏହା ଛଡା ଶୋର ସେଟ୍ ରେ ନେହାଙ୍କ ଶଶୁରଘର ପୁରା ପରିବାର ତାଙ୍କୁ ଦେଖାକରିବାକୁ ଆସିଥିଲେ,  ଓ ସମସ୍ତଙ୍କ ସାମ୍ନାରେ ନ୍ୟାଶାନାଲ୍ ଟେଲିଭିଜନ ରେ ନେହା ନିଜ ବୋହୁ ସ୍ୱୀକାର କରିନେଲେ ।

ବଲିଉଡ୍ ସିଙ୍ଗର୍ ନେହା କକ୍କର ବିବାହ ଖବର ଆସିବାର ଆରମ୍ଭ ହୋଇଗଲା,  ଯେବେ ଇଣ୍ତିଆନ୍ ଆଇଡଲ୍ ସେଟ୍ ରେ ହୋଷ୍ଟ୍ କରୁଥିବା ଆଦିତ୍ୟ ନାରାୟଣଙ୍କ ବାପା ଉଦିତ୍ ନାରାୟଣ ତାଙ୍କ ସ୍ତ୍ରୀଙ୍କ ସହ ପହଞ୍ଚିଲେ,  ଖବର ଅନୁସାରେ ଇଣ୍ତିଆନ୍ ଆଇଡଲ୍ ୧୧ ଆଗକୁ ପ୍ରସାରିତ ଏପିସୋଡ୍ ରେ ଉଦିତ୍ ନାରାୟଣ ଓ ଅଲକା ୟାଗ୍ନିକ୍ ଆସିବାର ଅଛି , ଇଣ୍ତିଆନ୍ ଆଇଡଲ୍ ସେଟରେ ଉଦିତ୍ ନାରାୟଣ ନେହା କାକ୍କରଙ୍କୁ ନିଜ ପୁଅର ନାଁ ନେଇକରି ଟିଜ୍ କରୁଥିବାର ଦେଖାଯିବ , ଉଦିତ୍ କହୁଥିବାର ନଜର ଆସିବେ କି ଇଣ୍ତିଆନ୍ ଆଇଡଲ୍ ଫାଷ୍ଟ ଏପିସୋଡ୍ ରୁ ସେ ଫଲୋ କରୁଛନ୍ତି ,

ଯାହାର ଦୁଇଟି କାରଣ ଅଛି , ଗୋଟେ ହେଲା ଏହି ଶୋରେ ଭାଗ ନେଉଥିବା ପ୍ରତିଯୋଗୀ ବହୁତ ପ୍ରତିଭାବାନ ଅଟନ୍ତି ଓ ଦ୍ୱିତୀୟଟି ହେଲା ସେ ନେହା କାକ୍କରଙ୍କୁ ନିଜର ବୋହୁ ବନାଇବାକୁ ଚାହୁଁଛନ୍ତି । ଖବର ମୁତାବିକ କେବଳ ଉଦିତ୍ ନାରାୟଣ ନୁହେଁ ବରଂ ତାଙ୍କ ସ୍ତ୍ରୀ ଦିପା ନାରାୟଣ ବି ଇଣ୍ତିଆନ୍ ଆଇଡଲ୍ ସେଟ୍ ରେ ନେହା କାକ୍କରଙ୍କୁ ନିଜ ଘର ବୋହୁ କହିବାର କଥା କହିଥିଲେ,  ଏହା ଛଡ ନେହାଙ୍କ ମା ବାପା ଏହି ଶୋରେ ମହଜୁତ୍ ଥିଲେ,  ସେମାନେ ବିବାହ ପାଇଁ ପ୍ରସ୍ତୁତ ବି ହୋଇଗଲେ,  ଏହି ସବୁ ମଧ୍ୟରେ ଆଦିତ୍ୟ ନାରାୟଣ ଖୁସି ନଜର ଆସୁଥିଲେ,  ନେହା କକ୍କର ଏହି ମଧ୍ୟରେ କହୁଥିଲେ କି ଯଦି ସେ ଏତେ ଜଲଦି ବାହା ହୋଇଯିବେ ତେବେ ବାହାଘର ପରେ ଆଉ ମଜା ଆସିବ ନାହିଁ ,

Source – Sony

ଆମେ ଆପଣଙ୍କୁ କହିଦେବୁ କି ଏହି ଏପିସୋଡ୍ ର ସୁଟିଙ୍ଗ୍ ହୋଇସାରିଛି,  ଓ ଜଲଦି ହିଁ ପ୍ରସାରିତ ହେବାର ଅଛି , ସେମିତି ଦେଖାଗଲେ ଏହା ସବୁ ଟିଆର୍ ପି ବଢାଈବାର ଏକ ମାଧ୍ୟମ ହୋଇପାରେ,  କାରଣ ଇଣ୍ତିଆନ୍ ଆଇଡଲ୍ ଶୋ ହୋଷ୍ଟ୍ କରୁଥିବା ଆଦିତ୍ୟ ନାରାୟଣବ୍ଙ୍କୁ ଅଧିକାଂଶ ଶୋରେ ନେହା କକ୍କରଙ୍କ ସହ ଫ୍ଲଟ୍ କରୁଥିବାର ନଜର ଆସିଛି ,, ଏଥିପାଇଁ ଆମେ ଆଧିକାରିକ ପୃଷ୍ଟି କରୁନାହୁଁ କି ଏପରି ହେବ , ଏବେ ଦେଖିବାର ଅଛି କି ଚର୍ଚ୍ଚାରେ ଆସିଥିବା ବିବାହର ଖବର ଉପରେ ନେହା କାକ୍କର କଣ କହୁଛନ୍ତି , କାରଣ ଟିକିଏ ସମୟ ପୂର୍ବରୁ ତାଙ୍କର ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍ ଅଫ୍ ହୋଇଥିଲା,  ହିମାଂଶ କୋହଲିଙ୍କ ଠାରୁ ଅଲଗା ହେବାପରେ ନେହା କାକ୍କର ମନ ଭାଙ୍ଗିଜାଇଥିଲା,  ଏବେ ଦେଖିବାର ଅଛି କି ଆଦିତ୍ୟ ନାରାୟଣ ସହ ବିବାହ କରିବାପାଇଁ ସେ ପ୍ରସ୍ତୁତ ହୋଇଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *