April 26, 2024

Odia Express

News For Public

ମଙ୍ଗଳବାର ଦିନ ସ୍ଵାମୀଙ୍କ ପର୍ସରେ ଚୁପଚାପ ଏହି ସ୍ଵତନ୍ତ୍ର ଜିନିଷ ରଖିଦିୟନ୍ତୁ , ଅଳ୍ପ ଦିନରେ ଘରେ ରୋଜଗାର ବଢ଼ିବାରେ ଲାଗିବ…

ବନ୍ଧୁଗଣ ପ୍ରତ୍ୟେକ ମହିଳା ଚାହାନ୍ତି ଯେ ତାଙ୍କ ଘରେ ଟଙ୍କାର ଅଭାବ କେବେ ନହେବ । ପୁରୁଷଙ୍କ ବଦଳରେ ମହିଳାଙ୍କୁ ପଇସା ସହିତ କିଛି ଅଧିକ ଆକର୍ଷଣ ଥାଏ। ଆପଣ ଅନେକ ଘରର ଗୃହିଣୀଙ୍କୁ ଦେଖିଥିବେ ଯେ ସେମାନେ ସ୍ଵାମୀଙ୍କ ଠାରୁ ଲୁଚେଇ ପଇସା ବଞ୍ଚେଇ ସଞ୍ଚୟ କରନ୍ତି। ଏହି ସଞ୍ଚୟ କରିଥିବା ପଇସାର ବ୍ୟବହାର ସେମାନେ ନିଜର ପସନ୍ଦର ଜିନିଷ କିଣିବାରେ କିମ୍ବା ପରିବାରର ଖରାପ ସମୟ ଆସିବାବେଳେ ବ୍ୟବହାର କରନ୍ତି। ଏମିତିରେ ଅନେକ ସମୟରେ ପତ୍ନୀମାନେ ମନେମନେ ଭାବନ୍ତି ଯେ ହୁଏତ କିଛି ଏପରି ଚମତ୍କାର ହୁଅନ୍ତା ଯାହାଦ୍ୱାରା ତାଙ୍କର ସ୍ଵାମୀଙ୍କର ପକେଟ ସବୁବେଳେ ଗରମ ରହନ୍ତା ଓ ଘରେ ପଇସା ଅଧିକ ମାତ୍ରାରେ ଆସୁଥାନ୍ତା ।

ଏହିକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ ବଟେଇବୁ ଯାହାଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଆୟ ଦୁଇଗୁଣରୁ ଚାରିଗୁଣ ପର୍ଯ୍ୟନ୍ତ ହୋଇଯିବ। ଏହି ଉପାୟ ଦ୍ଵାରା ଆପଣ ସ୍ଵାମୀଙ୍କ ଖରାପ ଭାଗ୍ୟକୁ ଚମକେଇ ଦେଇପାରିବେ । ଏହି ଉପାୟର ସ୍ଵତନ୍ତ୍ରତା ଏହା ଯେ ଏହାକୁ କେବଳ ଏକ ବିବାହିତା ମହିଳା ନିଜର ସ୍ଵାମିଙ୍କ ନିମନ୍ତେ କରିପାରିବେ। ଏହାକୁ କୌଣସି ତୃତୀୟ ବ୍ୟକ୍ତି କରିବ ତ ଏହା ସଫଳ ହେବନାହିଁ ।

ଗୋଟିଏ କଥାର ଧ୍ୟାନ ରଖିବେ ଯେ ଏହି ଉପାୟ ଆପଣଙ୍କୁ କେବଳ ମଙ୍ଗଳବାର ଦିନ ହିଁ କରିବାକୁ ହେବ। ଅନ୍ୟ କେଉଁ ଦିନ ଏହା କାମ କରିବ ନାହିଁ । ପ୍ରକୃତରେ ଏହି ଉପାୟର ସିଧା ସମ୍ବନ୍ଧ ହନୁମାନଙ୍କ ସହିତ ରହିଛି। ଆପଣ ସମସ୍ତେ ଜାଣିଛନ୍ତି ଯେ ହିନ୍ଦୁ ଧର୍ମ’ରେ ସମସ୍ତ ଭଗବାନଙ୍କୁ ଗୋଟିଏ ଲେଖାଏଁ ଦିନ ସମର୍ପିତ ହୋଇଥାଏ। ସୋମବାର ଶିବଙ୍କର, ବୁଧବାର ଗଣେଶଙ୍କର, ଶନିବାର ଶନିଦେବଙ୍କର। ଏହି ପ୍ରକାର ମଙ୍ଗଳବାର ଦିନଟି ହନୁମାନଙ୍କୁ ଅର୍ପିତ କରାଯାଇଥାଏ। ଏହି କାରଣ ଅଟେ ଯେ ଏହାକୁ ମଙ୍ଗଳବାର ଦିନ ହିଁ କରିବାକୁ ହେବ ।

ଆସନ୍ତୁ ଏବେ ଜାଣିବା ଯେ ଏହି ଉପାୟକୁ ଆପଣଙ୍କୁ କେଉଁ ପ୍ରକାର କରିବାକୁ ହେବ। ମଙ୍ଗଳବାର ଦିନ ବିବାହିତା ଗୃହିଣୀ ଶୀଘ୍ର ଉଠିଯାଆନ୍ତୁ ଓ ଭୂମି ଉପରେ ପ୍ରଥମ ପାଦରଖିବା ପୂର୍ବରୁ ହାତରେ ଲକ୍ଷ୍ମୀମାତା ଓ ହନୁମାନଙ୍କର ପ୍ରତିମାର କଳ୍ପନା କରନ୍ତୁ। ଏମାନଙ୍କୁ ସ୍ମରଣ କରିବା ପରେ ଆପଣ ସ୍ନାନ କରନ୍ତୁ ଓ ବାହାରକୁ ଯାଇ ଓସ୍ତ ଗଛର 3ଟି ସତେଜ ପତ୍ର ନେଇଆସନ୍ତୁ । ଏହି କଥାକୁ ଧ୍ୟାନରେ ରଖିବେ ଯେ ଏହି ପତ୍ର ଅକ୍ଷୁର୍ଣ୍ଣ ଥିବ ଓ କେଉଁଠାରୁ ଫାଟିନଥିବ। ଏବେ ଏହି ପତ୍ରକୁ ଘରର ପୂଜାସ୍ଥାନରେ ହନୁମାନଙ୍କ ପ୍ରତିମା ସମ୍ମୁଖରେ ରଖନ୍ତୁ। ଏହାପରେ ପ୍ରତ୍ୟେକ ପତ୍ର ଉପରେ ଏକ ଟଙ୍କାର ମୁଦ୍ରା ରଖନ୍ତୁ। ଏହି ମୁଦ୍ରାର ଉପରେ ଆପଣ ଚାଉଳର ଗୋଟିଏ ଦାନା ରଖନ୍ତୁ ଓ ତାହାକୁ କୁଙ୍କୁମ, ହଳଦୀ ଓ ଅବିର ଦ୍ଵାରା ପୂଜା କରନ୍ତୁ। ଏବେ ଏହି ପତ୍ର ପାଖରେ 5ଟି ଅଗରବତୀ ଜଳେଇଡିଆନ୍ତୁ। ଏହାପରେ ହନୁମାନଙ୍କର ଆରତି କରନ୍ତୁ ଓ ତାଙ୍କ ପାଦ ଛୁଇଁ ସ୍ଵାମୀଙ୍କ ଉଜ୍ଜ୍ଵଳ ଭବିଷ୍ୟ ଓ ଉତ୍ତମ ଭାଗ୍ୟ ପ୍ରଦାନର ପ୍ରାର୍ଥନା କରନ୍ତୁ ।

ଏବେ ଏହି ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ଦିନରେ ହନୁମାନଙ୍କ ସମ୍ମୁଖରେ ହିଁ ରହିବାକୁ ଦିଅନ୍ତୁ। ସନ୍ଧ୍ୟା ସମୟରେ ହନୁମାନଙ୍କର ସମ୍ମୁଖରେ ପୁଣି ଦୀପକ ପ୍ରଜ୍ଵଳିତ କରନ୍ତୁ ଓ ଆରତି କରନ୍ତୁ। ଆରତି ସମାପ୍ତ ହେବାପରେ ଏହାକୁ ପ୍ରଥମେ ହନୁମାନଙ୍କୁ, ତାପରେ ଲକ୍ଷ୍ମୀ ମାତାଙ୍କୁ ଓ ଶେଷରେ ପତ୍ର ଉପରେ ରଖିଥିବା ସାମଗ୍ରୀକୁ ଦିଅନ୍ତୁ । ଏବେ ଏହି ପତ୍ର ଉପରେ ରଖିଥିବା ଚାଉଳର ତିନିଟି ଦାନା ଉଠାନ୍ତୁ ଓ ଏହାକୁ ସନ୍ଧ୍ୟା କିମ୍ବା ରାତିରେ ନିଜର ସ୍ଵାମୀଙ୍କ ପର୍ସରେ ଲୁଚେଇକି ରଖିଦିଅନ୍ତୁ । ଧ୍ୟାନ ରହେ ଯେ ଆପଣଙ୍କ ସ୍ଵାମୀଙ୍କୁ ମଙ୍ଗଳବାର ଦିନ ଏହି କଥା ଜଣା ପଡିବା ଉଚିତ ନୁହେଁ। ଆଗାମୀ ଦିନ ଆପଣ ନିଜେ ଏହି ବିଷୟରେ କୁହନ୍ତୁ ଓ ଏହି 3ଚାଉଳର ଦାନାକୁ ସର୍ବଦା ପର୍ସରେ ରଖିବାକୁ କୁହନ୍ତୁ। ଏହି ଉପାୟର କିଛି ଦିନ ମଧ୍ୟରେ ଆପଣଙ୍କ ସ୍ଵାମୀଙ୍କର ଉନ୍ନତି ଓ ଆୟରେ ତଫାତ ଦେଖାଯିବ।

Leave a Reply

Your email address will not be published. Required fields are marked *