April 26, 2024

Odia Express

News For Public

ମହାପ୍ରଭୁ ଜଗନ୍ନାଥଙ୍କ ଏଭଳି ଏକ ପ୍ରାଚୀନ ମନ୍ଦିର ଯେଉଁଠି ମୌସୁମୀ ବର୍ଷା ହେବା ଆଗରୁ ଏଭଳି ଆଗୁଆ ସୂଚନା ମିଳିଥାଏ – ଏହି ରହସ୍ୟକୁ ଦେଖି ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ

ଆଜି ଆମେ ଏକ ମନ୍ଦିର ବିଷୟରେ କହିବୁ ଯାହାର ବିଷୟ ଶୁଣିଲେ ଆପଣ ଚକିତ ହୋଇଯିବେ , ମୁଣ୍ତ କାମ କରିବା ବନ୍ଦ ହେଇଯିବ , ସେମିତି ଆମ ଦେଶରେ ବହୁତ ଅଜୀବ ମନ୍ଦିର ବିଷୟରେ ଶୁଣିଥିଲେ , ବହୁତ ରହସ୍ୟମୟୀ କାହାଣୀ ଅଛି ଯାହା ଏ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ତାର ଖୁଲାସା କରିପାରି ନାହାନ୍ତି । ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ୟୁପିରେ ଅଛି ।ହଁ ଆଜ୍ଞା ଆପଣ କେବେ ଶୁଣିଛନ୍ତି କେଉଁ ମନ୍ଦିରର ଛାତରୁ ପାଣି ଗଳିବାର ସେ ପୁଣି ଖରା ଦିନରେ , କେବେ ଶୁଣି ନଥିବେ , ଅଜୀବ ଲାଗୁଛି ଶୁଣିବାକୁ , ଏଠାରେ ଖରାଦିନେ ବି ଛାତରୁ ପାଣି ଗଳିଥାଏ ,

 

ବର୍ଷାଦିନେ ଏଠାରେ ପାଣି ଗଳିବାର ଦେଖାଯାଏ ନାହିଁ , ମନ୍ଦିରର ପୁଜାରୀଙ୍କ କହିବା କଥା କି ବିଷେଶଜ୍ଞ କୋ ବୈଜ୍ଞାନିକ ମାନେ ବହୁତ ଥର ଏଠାକୁ ଆସିଛନ୍ତି , କିନ୍ତୁ କେହି ରହସ୍ୟ ଉପରୁ ପର୍ଦ୍ଦା ଉଠାଇପାରି ନାହାନ୍ତି , ଖାଲି ଏତିକି ଜଣା ପଡିଛି କି ମନ୍ଦିର ଟି ୧୧ତମ ଶତାବ୍ଦୀରେ ସ୍ଥାପିତ କରାଯାଇଥିଲା ।ଏହି ମନ୍ଦିର ଉତ୍ତର ପ୍ରଦେଶରେ ସ୍ଥିତ ଅଛି , ୟୁପିର ଔଦୌଗିକ ନଗରୀ କୁହାଯାଉଥିବା କାନପୁରରୁ ତିନି କିଲୋମିଟର ଦୂରରେ ବେହଟା ନାମକ ଗାଁରେ ଏହା ଅଛି , ଏହି ଗାଁରେ ଏମିତି ଏକ ମନ୍ଦିର ଅଛି ,ଯାହା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି ,

 

ଏହା ଅଜୀବ ଓ ରହସ୍ୟମୟୀ ଭାବେ ଭରି ରହିଛି , ବୈଜ୍ଞାନିକ ମାନେ ଆଜି ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି , ଏହା ସେହି ଭବନ ଅଟେ ଯେଉଁଠି ବର୍ଷା ଜାଗାରେ ବହୁତ ଗରମ ଛାତରୁ ଜଣାପଡେ , ବର୍ଷା ଆରମ୍ଭ ହେଲେ , ଏହି ମନ୍ଦିରର ଛାତରୁ ପାଣି ଗଳିବା ବନ୍ଦ ହୋଇଯାଏ ।ଏହି ଘଟଣା ବାସ୍ତବରେ ଆଶ୍ଚର୍ଯ୍ୟ କଲା ଭଳି ଅଟେ , କିନ୍ତୁ ଏହା କୌଣସି ମଜାକର ବିଷୟ ନୁହେଁ , ଏହା ସତ ଅଟେ , ଏହି ଅଜୀବ ଘଟଣା ଭଗବାନ ଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ , ଏଠାରେ ଛାତରୁ ପାଣି ଗଳିବା ଆରମ୍ଭ ହୋଇଥାଏ କିନ୍ତୁ ବର୍ଷା ଦିନରେ ହୁଏ ନାହିଁ ,

 

ବର୍ଷା ହେବାର ଛଅ ସାତ ଦିନ ପୂର୍ବରୁ ଛାତରୁ ପାଣି ଗଳିବା ଆରମ୍ଭ ହୋଇଥାଏ , ଖାଲି ସେତିକି ନୁହେଁ ଯେଉଁ ଆକାରର ବୁନ୍ଦା ଏଠାରେ ଗଳେ ସେହି ଆଧାରରେ ବର୍ଷା ହୋଇଥାଏ , ଏବେ ଲୋକେ ଏହି ମନ୍ଦିରରେ ପାଣି ଗଳିଲେ ଜାଣି ପାରନ୍ତି କି ବର୍ଷା ହେବାର ସମୟ ହୋଇଯାଇଛି , ଏହି ଗାଁରେ ରହୁଥିବା ଲୋକ ପାଣି ଗଳିବା ଦେଖିକରି ମାଟି ଖୋଳିବା ଆରମ୍ଭ କରିଦିଅନ୍ତି , ଆଶ୍ଚର୍ଯ୍ୟ କଥା ଏହି କି ଯେ ଯେବେ ବର୍ଷା ଆରମ୍ଭ ହୋଇଯାଏ ତେବେ ଛାତରୁ ପାଣି ସବୁ ସୁଖିଯାଏ , ଏହି କଥାର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବି ଜାଣି ପାରିନାହାନ୍ତି

Leave a Reply

Your email address will not be published. Required fields are marked *