April 26, 2024

Odia Express

News For Public

କଣ ପାଇଁ ଟ୍ରେନ ର ଶେଷ ଡବାରେ x ର ସିମ୍ବଲ୍ ଲେଖାଯାଇଥାଏ – ୯୯ ପ୍ରତିଶତ ଲୋକ ଜାଣନ୍ତି ନାହିଁ ଏହା ବିଷୟରେ…

1 min read

ଆପଣ ଟ୍ରେନ୍ ରେ ବହୁତଥର ଯାତାୟତ କରିଥିବେ କିନ୍ତୁ କେବେ ଆପଣ ନଜର ପକାଇଛନ୍ତି , ଟ୍ରେନ୍ ର ପଛପଟେ ଏକ ହଳଦିଆ ରଙ୍ଗର ଏକ ବଡ କ୍ରସ୍ ମାର୍କ ଥାଏ , ଯଦି ଆପଣ ସେହି କ୍ରସ୍ ମାର୍କକୁ ଦେଖିଛନ୍ତି , ତେବେ କଣ ଆପଣ ସେହି ମାର୍କ କଣ ପାଇଁ ଟ୍ରେନ୍ ପଛ ଡବାରେ ଲେଖିବାର କାରଣ ଜାଣିଛନ୍ତି , ଓ ଏହା କଣ ପାଇଁ ଦରକାର ପଡିଥାଏ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି । ଏହି ପ୍ରଶ୍ନର ଉତ୍ତର ବୋଧେ କାହାକୁ ଜଣାନଥିବ , ଏଥିପାଇଁ ଆଜି ଆମେ ଆପଣଙ୍କୁ ସବୁ ଟ୍ରେନ୍ ର ପଛ ପଟେ ହଲଦିଆ ରଙ୍ଗର ହୋଇଥିବା ଏହି ବଡ କ୍ରସ୍ ବିଷୟରେ କହିବାକୁ ଯାଉଛୁ ।

 

ଭାରତୀୟ ରେଳର ସବୁ ରେଳ ଗାଡିର ପଛ ପଟ ଡବାରେ ଏହି କ୍ରସ୍ ମାର୍କ ସିମ୍ବଲ୍ ଥାଏ, ଏହାର ମତଲବ ଏହା ସାଙ୍କେତିକ ଭାଷା ଅଟେ , ଯାହାର ଉପଯୋଗ କେବଳ ଷ୍ଟେସନ ମାଷ୍ଟର ପାଇଁ ହୋଇଥାଏ । ଯାହା ଦ୍ୱାରା ସେ ଜାଣିପାରିବ କି ତାର ଷ୍ଟେସନରୁ ଟ୍ରେନ୍ ଯାଇସାରିଛି ଓ ଅନ୍ୟ କେଉଁ ଟ୍ରେନ୍ ବ୍ଲକ୍ ସେକ୍ସନରେ ନାହିଁ  ବ୍ଲକ୍ ସେକ୍ସନ୍ ଅର୍ଥ ରେଲୱେ ଷ୍ଟେସନରେ ମଧ୍ୟରେ ଦୂରତାକୁ କୁହାଯାଇଥାଏ ।

 

ଟ୍ରେନ୍ ର ପଛ ଡବାରେ ଥିବା ଏହି ବଡ କ୍ରସ୍ ସିମ୍ବଲକୁ ଦେଖି ଷ୍ଟେସନ ମାଷ୍ଟର ନିଜ ପଛ ଷ୍ଟେସନ ମାଷ୍ଟରକୁ ଆଉ ଏକ ଟ୍ରେନ୍ ପଠାଇବାପାଇଁ ଅନୁମତି ଦେଇଥାଏ , ଏହାକୁ ଆମେ ଲାଇନ୍ କ୍ଲିୟର୍ ବୋଲି କହିଥାଉ । ଟ୍ରେନର ପଛର ପଟେ ଏହି ହଳଦିଆ ବଡ କ୍ରସ୍ ମାର୍କ ଛଦା ତଳ ପାର୍ଶ୍ୱକୁ ଏହାର ଏକ ଗୋଲାକାର ବୋର୍ଡ ଉପରେ ବଡ ଅକ୍ଷରରେ ଏଲ୍ ଭି ଲେଖା ହୋଇଥାଏ , ଏହାର ମତଲବ ହୋଇଥାଏ Last Vehicle ,ଏହି ବୋର୍ଡକୁ ଲଗାଇବାର ଦାୟିତ୍ୱ ଡ୍ୟୁଟିରେ ଥିବା ଗାର୍ଡର ହୋଇଥାଏ ,

 

ଏହି ବୋର୍ଡ ଟ୍ରେନ୍ ରେ ସବୁବେଳେ ଲାଗିନଥାଏ , ଏହାକୁ ଡ୍ୟୁଟିରେ ଥିବା ଗାର୍ଡ ହିଁ ଲଗାଇପାଇବ , ଓ ଡ୍ୟୁଟି ଶେଷ ହେବାପରେ ସେହି ଏଲ୍ ଭି ବାଲା ବୋର୍ଡକୁ ହଟାଇବା ଜରୁରୀ ହୋଇଥାଏ , ଏହା ଛଡା ରାତିରେ ଏଲ୍ ଭି ବୋର୍ଡ ସହ ଲାଲ୍ ଲାଇଟ୍ ବାଲା ଟେଲ୍ ଲ୍ୟାମ୍ପ୍ ବି ଲଗାଯାଇଥାଏ , ଯାହା ପଛରେ ଆସୁଥିବା ରେଳ ଗାଡିର ଡ୍ରାଇଭର ଏକ ସାମାନ୍ୟ ଦୂରତା ରହିଥାଏ , ଟ୍ରେନ୍ ର ପଛ ପଟରେ ଏହି ବଡ କ୍ରସ୍ ସିମ୍ବଲ୍ ର ମୂଳ୍ ଉଦ୍ଧେଶ୍ୟ ରେଳ ଧାରଣାରେ ଆସୁଥିବା ଅନ୍ୟ ଟ୍ରେନ୍ ଦୂର୍ଘଟଣାକୁ ରୋକିବା , ଯାହା ପଛରେ ଆସୁଥିବା ଟ୍ରେନ୍ କୁ ଦେଖି ଷ୍ଟେସନ୍ ମାଷ୍ଟର ବ୍ଲକ୍ ସେକ୍ସନ ରେ ରୋକି ପାରିବ , ଓ ଲାଇନ୍ କ୍ଲିୟର୍ ହେଲାପରେ ଟ୍ରେନ୍ କୁ ଆଗ ଷ୍ଟେସନ୍ ଯିବାକୁ ଅନୁମତି ଦେଇପାରିବ ।

Leave a Reply

Your email address will not be published. Required fields are marked *