May 11, 2024

Odia Express

News For Public

ବଳବୀର ସିଂ , ବିନା ସରକାରୀ ସାହାଯ୍ୟରେ ୧୬୦ କିମି ଲମ୍ବା ନଦୀ ସଫା କରିଦେଲେ , କିନ୍ତୁ ଦୁଃଖର ବିଷୟ ତାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି…

ଏହି କାହାଣୀ ପଞ୍ଜାବର ବଳବୀର ସିଂ ଅଟେ , ବଳବୀର ସିଂ ନିଜ ଦମରେ ୧୬୦ କିମି ଲମ୍ବା ନଦୀ ସଫା କରିସାରିଛନ୍ତି , ଏଥିପାଇଁ ସେ କାହାଠୁ ବି ସାହାଯ୍ୟ ନେଇନାହାନ୍ତି , କିନ୍ତୁ ଦୁଃର୍ଭାଗ୍ୟର କଥା ଦେଖନ୍ତୁ , ଆଜି ତାଙ୍କୁ କେହି ବି ଜାଣନ୍ତି ନାହିଁ , ବାବା ବଲବୀର ସିଂ ସିଚେୱାଲ ଭାରତର ପଞ୍ଜାବ ରାଜ୍ୟର ଏକ ପର୍ଯ୍ୟାବେକ୍ଷଣ କାର୍ଯ୍ୟକର୍ତ୍ତା ଅଟନ୍ତି , ପଞ୍ଜାବର ପ୍ରଦୂଷିତ କାଳି ବିନ ନଦୀକୁ ସଫା କରିବାପାଇଁ ଅଭିଯାନ ଚଳାଉଥିବା ବାବା ବଲବୀର ସିଂ ସିଚେବାଲ ଦୁନିଆଁ ସାରା ବଛା ହୋଇଥିବା ୩୦ ଜଣ ହିରୋ ଅଫ୍ ଏନଭ୍ୟାରୋମେଣ୍ଟ କିମ୍ବା ଦୁନିଆଁର ପର୍ଯ୍ୟାବେକ୍ଷଣ ନାୟକରେ ସାମିଲ୍ କରାଯାଇଛି ।

 

କାଳିବିନ୍ ନଦୀ ହୋସିଆର୍ ପୁର ଜିଲ୍ଲାରୁ ୧୬୦ କିଲୋମିଟର କ୍ଷେତ୍ରରେ ବହିଥାଏ , ଏହା ସେହି କାଳିବିନ୍ ନଦୀ ଅଟେ ,ଯାହାର କୁଳରେ ୫୦୦ ବର୍ଷ ପୂର୍ବରୁ ଗୁରୁ ନାନକ ଦେବ ଅନ୍ତଜ୍ଞାନ ପ୍ରାପ୍ତ ହୋଇଥିଲା , ଓ ନାନକ ଗୁରୁ ନାନକ ରୁପରେ ପରିଚିତ ହୋଇଥିଲେ , କିନ୍ତୁ ସେ ବହୁତ ଥିବା କାଳିବିନ୍ ନଦୀ ସେତେବେଳେ ବହୁତ ପ୍ରଦୁଷିତ ଥିଲା , ଗାଧୋଇବା ଭୁଲିଯାଆନ୍ତୁ , ୪୦ ଟି ଗାଁର ଲୋକେ ଏଠାରେ ଅଳିଆ ପକାଉଥିଲେ , କିନ୍ତୁ ଜଣେ ବ୍ୟକ୍ତି ସେହି ନଦୀକୁ ପୁରା ସଫା କରିଦେଲା , ସେ ବ୍ୟକ୍ତି ଆଉ କେହି ନୁହେଁ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଓ ସିଖ୍ ଧର୍ମଗୁରୁ ବଲବୀର ସିଂ ସିଚେବାଲ ଅଟନ୍ତି , ଯିଏକି ଏହି କାମ ପାଇଁ ହିରୋଜ୍ ଅଫ୍ ଏନଭ୍ୟାରୋମେଣ୍ଟ ଲିଷ୍ଟରେ ଖ୍ୟାତି ଅର୍ଜନ କରିଛନ୍ତି ।

 

କହିଦେବୁ କି ୪୦ ଟି ଗାଁର ନାଳିର ଦୂଷିତ ପାଣି ଏହି ନଦୀରେ ମିଶୁଥିଲା , ଏହା ଦ୍ୱାରା ଏହି ନଦୀର ପାଣି ଦୂଷିତ ହୋଇଯାଇଥିଲା , ଯାହା ଦ୍ୱାରା ଆଖପାଖ ବିଲରେ ପାଣି ପ୍ରବାହିତ କରାଯାଇପାରୁନଥିଲା , ୨୦୦୦ ମସିହାରେ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ବଲବୀର ସିଂ ସିଚେବାଲ ଏହି ନଦୀ ସଫା କରିବା କାମ ଆରମ୍ଭ କରିଦେଲେ ।ସେ ନିଜ ବନ୍ଧୁ ମାନଙ୍କ ସହ ମିଶିକରି ଏହାର କୂଳ ବର୍ତ୍ତୀ ଇଲାକାକୁ ନିର୍ମାଣ କଲେ , ଓ ନଦୀ ତଟରେ ସଡକ ନିର୍ମାଣ କରାଇଲେ ।

 

ଲୋକଙ୍କୁ ଏହା ବିଷୟରେ ଜାଗୃତ କରାଇଲେ , ଲୋକଙ୍କୁ ଏହା କୁହାଗଲା କି ନିଜ ଅଳିଆ ଆବର୍ଜନା ଅନ୍ୟ କେଉଁଠି ପକାନ୍ତୁ , ନଦୀରେ ମିଳୁଥିବା ଆବର୍ଜନା ପାଣିକୁ ଅଲଗା କରିଦିଆଗଲା , ବଲବୀର୍ ସିଂ ଏହି ପରି ନଦୀକୁ ସଫା କରିଦେଲେ । ଏଥିରୁ ଆପଣ ଅନ୍ଦାଜା ଲଗାଇପାରୁଥିବେ କି ଯେଉଁ ନଦୀ ତଟରେ ଠିଆ ହେଲେ ଲୋକେ ନାକରେ ରୁମାଲ୍ ଦେଉଥିଲେ , ଏବେ ସେହି ନଦୀ କୁଳରେ ଲୋକେ ପିକନିକ୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *