May 17, 2024

Odia Express

News For Public

କିଡନୀ ଫେଲ୍ ହେବା ପୁର୍ବରୁ ଶରୀର ଦେଇଥାଏ ଏହି ଭଳି ସଙ୍କେତ, ଜାଣିବାପାଇଁ ପଢନ୍ତୁ ଆମର ରିପୋର୍ଟ

କିଡନୀ ଆମ ଶରୀରରେ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ,  ଓ ଏହା ଫେଲ୍ ହେବାର ମତଲବ ମଣିଷର୍ ମୃତ୍ୟୁ, ଆଜିକାଲି ଭୁଲ୍ ଖାଦ୍ୟପେୟ ଓ ଅଧିକା ବାହାର ଜିନିଷ ଓ ଭୁଲ୍ ଡାଇଟ୍ ନେବା କାରଣରୁ ଲୋକଙ୍କର କିଡନୀ ଫେଲ୍ ସମସ୍ୟା ଅଧିକା ହୋଇଥାଏ , ମଣିଷ ଶରୀରରେ ଦୁଇଟି କିଡନୀ ଅଛି,  ଯଦି ଗୋଟେ ଖରାପହୋଇଯାଏ ତେବେ ଦ୍ୱିତୀୟ କିଡନୀ ସାହାରାରେ ମଣିଷ ବଞ୍ଚିପାରିବ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶରୀରରେ ହେଉଥିବା ପରିବର୍ତ୍ତନ ବିଷୟରେ ଯାହା ସାହାରାରେ ଆପଣ ଜାଣିପାରିବେ କି ଆପଣଙ୍କ କିଡନୀ ସୁସ୍ଥ୍ୟ କି ନାହିଁ । ଆପଣଙ୍କୁ ଜଣେଇଦେବୁ କି କିଡନୀ ଶରୀରରେ ହିମୋଗ୍ଲୋବିନ୍ ମାତ୍ରାକୁ ନିୟନ୍ତ୍ରଣ କରିଥାଏ,  ଯେବେ ଏମିତି ହୁଏ ନାହିଁ ତେବେ ଶରୀରରେ ରକ୍ତ ହୀନତ ହେବାକୁ ଲାଗିଥାଏ,  ଯାହାଦ୍ୱାରା ମଣିଷକୁ ଥକାପଣ ଅନୁଭବ ହେବାକୁ ଲାଗେ,  ଆପଣ କାମ କରନ୍ତୁ କି ନାହିଁ ଆପଣଙ୍କୁ ଥକା ଅନୁଭବ ହେବ

ଏମିତି ସ୍ଥିତିରେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯେବେ କିଡନୀରେ କେଉଁ ଖରାପି ହୋଇଥାଏ ତେବେ କିଡନୀ ଆମର ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିପାରିନଥାଏ,  ଓ ଏହି ବିଷାକ୍ତ ତତ୍ତ୍ୱ ଆମ ଶରିରରେ ଏକାଠି ହୋଇ ଚାଲିଯାଇଥାଏ,  ଯେଉଁଥିରେ ଶରୀରରେ ଓଜନ ଅଧିକା ବଢିଯାଏ , ଓ ଶରୀର ଫୁଲିଲା ଭଳି ଲାଗିଥାଏ , ଯଦି ଏମିତି ହୁଏ ତୁରନ୍ତ ପାଖରେ ଥିବା ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

କିଡନୀ ସଠିକ୍ କାମ ନ କରିବାର ଆଉ ଏକ ଲକ୍ଷଣ ବି ହୋଇପାରେ,  କିଡନୀ ଖରାପ୍ ହେଲେ ମଣିଷକୁ ପରିଶ୍ରା ବାରମ୍ଭାର ଲାଗିଥାଏ,  କିନ୍ତୁ ତାହା ଶରିରରୁ ବାହାରକୁ ବାହାରିପାରେ ନାହିଁ , ଏମିତି ସ୍ଥିତିରେ ସମୟରେ ଚିକିତ୍ସା ନ ହୋଇପାରିଲେ ଗଂମ୍ଭୀର ରୋଗ ହୋଇପାରେ, ଓ ମଣିଷର ମୃତ୍ୟୁ ବି ହୋଇପାରେ,  ଏଥିପାଇଁ ନିଜ କିଡନୀକୁ ଧ୍ୟାନ ରଖନ୍ତୁ , ଓ ଏହି ଲକ୍ଷଣକୁ ଟିକିଏ ନଜର ରଖନ୍ତୁ ।

କିଡନୀର କାମ ହୋଇଥାଏ ଆମର ବଡିରୁ ବିଷାକ୍ତ ତତ୍ତ୍ୱକୁ ବାହାର କରି ବଡିକୁ ସଫା ସୁତୁରା ରଖିବା , ଯେବେ ଏହି ବିଷାକ୍ତ ତତ୍ତ୍ୱ ବାହାରକୁ ବାହାରିପାରେ ନାହିଁ , ତେବେ ଶରିରରେ ଜମା ହେବା ଯୋଗୁଁ ଭୋକ କମ୍ ଲାଗିଥାଏ, ଭୋକ କମ୍ ଲାଗିବା ଲୋକ ଆଜିକାଲି ହାଲକାରେ ନେଇଯାଉଛନ୍ତି , ଯାହାର କାରଣରୁ ଆଗକୁ ଯାଇକରି ତାଙ୍କ କିଡନୀ ସଂବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ , ନିଜ ଶରିରରେ ହେଉଥିବା ପରିବର୍ତ୍ତନକୁ ଚିହ୍ନଟ କରିବାଓ ସମୟ ଥିବା ବେଳେ ଡାକ୍ତରଙ୍କୁ କନସଲ୍ଟ କରିନିଅନ୍ତୁ , ମନେ ରଖନ୍ତୁ ଏକ ସୁସ୍ଥ୍ୟ ଜୀବନ ଏକ ସୁସ୍ଥ୍ୟ କିଡନୀ ହେବା ବହୁତ ମହତ୍ତ୍ୱପୁର୍ଣ୍ଣ ଅଟେ ।

Leave a Reply

Your email address will not be published. Required fields are marked *