May 18, 2024

Odia Express

News For Public

ଏପରି ବ୍ୟକ୍ତି ଶୀଘ୍ର ବର୍ବାଦ ହେଇଯାଏ – କୃଷ୍ଣ ବାଣୀ ନିଶ୍ଚୟ ଜାଣିରଖନ୍ତୁ..

ସଂସାର ର ସବୁଠୁ ବଡ଼ ପାପ କଣ।ଅସତ୍ୟ କହିବା, ହତ୍ୟା କରିଦେବା, ଚୋରି କରିବା,କାହାର ଅପମାନ କରିବା।ସଂସାର ର ସବୁଠୁ ବଡ଼ ପାପ ହେଉଛି କୌଣସି ନିର୍ବଳ କୁ ହଇରାଣ କରିବା।ଆଉ ସଂସାର ର ସବୁଠୁ ବଡ ଦଣ୍ଡ ବି ସେଇ ନିର୍ବଳ ର ମୁଁହ ରୁ ବାହାରୁଥିବା ଗାଳି ହେଇଥାଏ।ଆପଣ ଯେତେ ବଡ ବଳଶାଳୀ ହେଲେ ମଧ୍ୟ ସେହି ନିର୍ବଳ ର ଗାଳି ଆପଣଙ୍କୁ ଧ୍ବଂସ କରିଦେବ।କେତେଥର ଆମ ମନରେ ଏଭଳି ପ୍ରଶ୍ନ ଆସିଥାଏ ଯେ ଆମକୁ କୌଣସି ସହଜ ମାର୍ଗ ମିଳିଯାଉ ଯେ ଆମ ଲକ୍ଷ ସହଜରେ ପ୍ରାପ୍ତ ହେଇଯାଉ।ଏହି କାରଣ ରୁ ଆମେ ଆମ ଅଧିକତର ସମୟ ଏହି କାମ ରେ ଲଗାଇଥାଉ।କଦାଚିତ ଏହି କାରଣରୁ ଆମେ ଲକ୍ଷ ପ୍ରାପ୍ତ କରିବାର ମଜା ଜାଣିପାରନ୍ତି ନାହିଁ।ଲକ୍ଷ ମହାନ ହେଉ ବା ନ ହେଉ କିନ୍ତୁ ଆମ ଯାତ୍ରା ମହାନ ହେବା ଉଚିତ।

ଅସଫଳ ହେବାରୁ, ପରାଜିତ ହେବାରୁ ଆମର ଅନୁଭବ ର ପ୍ରୟାସ ମହାନ ହେବା ଉଚିତ।ବିଜୟ ତ କେବେ କେବେ ଭାଗ୍ୟବସ କାୟରଙ୍କୁ ମିଳିଯାଏ।ପରନ୍ତୁ ଆମର ଦ୍ଵନ୍ଦ ମହାନ ହେବା ଉଚିତ।ଅପଣଙ୍କ ବିଜୟ ଛୋଟ ହେଉ ପଛେ।ପରନ୍ତୁ ଆପଣଙ୍କ ଯୁଦ୍ଧ ମହାନ ହେବା ଉଚିତ।ସେଥିପାଇଁ ନିଜର ସବୁ ସମୟକୁ,ସବୁ ପ୍ରହର କୁ ହରି ଦିଅନ୍ତୁ ଯାହାଫଳରେ ଆପଣଙ୍କ ପ୍ରତି ପ୍ରହର ପ୍ରତିଲକ୍ଷୀତ ହେଉ।

ଆପଣ ବରଗଛ ଦେଖିଛନ୍ତି।ଯେତେ ବିଶାଳ ସେତେ ଅକ୍ରୁଡ଼।ପତ୍ରଝଡା ସମୟରେ ସେ ଶୁଖିଯାନ୍ତି।କିନ୍ତୁ ଦୁର୍ବଳ ହେଇନଥାନ୍ତି।ଭାଙ୍ଗିକରି ପଡିଯାନ୍ତି ନାହିଁ।ଦଳ ରେ ବଢୁଥିବା ଗଛ କୁ ଦେଖନ୍ତୁ।ସେମାନେ ଦେଖିବାକୁ ବଡ ହେଇଥାନ୍ତି ପତ୍ରଝଡା ହେଲେ ମଧ୍ୟ ସବୁବେଳେ ହରା ଭରା ହେଇଥାନ୍ତି।କିନ୍ତୁ ଏତେ ଦୁର୍ବଳ ହେଇଥାନ୍ତି ଯେ ଜଳଧାରା ର ହାଲ୍କା ଛୁଆଁ ରେ ପଡିଯାଇଥାନ୍ତି।ଏହା କାହିଁକି ହେଇଥାଏ।ଏହାର କାରଣ ହେଉଛି ମୂଳ।ଯାହାର ମୂଳ ଦୃଢ ଭୂମି ମଧ୍ୟରେ ହେଇଥାଏ ସେ ସବୁ ଚକ୍ରବ୍ୟୁହ, ସବୁ ୠତୁ କୁ ସହିଯାଏ।ଯାହାର ଜଡ ପାଣି ଭିତରେ ଥାଏ ସେ ସ୍ୱୟଂକୁ ଦୁର୍ବଳ କରିଦେଇଥାଏ।

କିଛି ମଣିଷ ମଧ୍ୟ ଏହିପରି ହେଇଥାନ୍ତି।ଯିଏ ଅଧର୍ମ, କୁକର୍ମ ଓ ଅସତ୍ୟ ର ଧାରା ରେ ଉପୁଜିଛି ସେ ସମୟର ଏକ ମାର୍ଗ ସହିପାରେ ନାହିଁ।ଆଉ ଯେଉଁ ମଣିଷ ଧର୍ମ, ସୁକର୍ମ ଓ ସତ୍ୟ ର ଧାରା ରେ ଉପୁଜିଛି ସେ ସବୁ ସମୟରେ ଅ ବିଚଳିତ ହେଇଯାଇଥାଏ।

ଦର୍ପଣ ରେ ପ୍ରତିଦିନ ଆପଣ ମାନେ ନିଜ ମୁଖ ଦେଖୁଥିବେ କିନ୍ତୁ ତାହା ଉପରେ ଲେଖାଥିବା ଏକ ବଡ ଶିକ୍ଷା ଦେଖିବାକୁ ଭୁଲିଯାନ୍ତି।ଯାଆନ୍ତୁ ଆଉ ଥରେ ଦର୍ପଣ ସାମ୍ନାକୁ ଯାଆନ୍ତୁ।ଆଉ ମୁଖ କୁ ଦେଖନ୍ତୁ କଣ ଦେଖାଯିବ।ଦାନ୍ତ ପଂକ୍ତି ଆଉ ଜିଭ।ଏବେ ବିଚାର କରନ୍ତୁ।ଦାନ୍ତ ଜନ୍ମ ର ପଶ୍ଚାତ ରେ ଆସେ।ଥରେ ନୁହଁ ଦୁଇ ଥର ଆସିଥାଏ।କିନ୍ତୁ ମୃତ୍ୟୁ ପୂର୍ବରୁ ନଷ୍ଟ ହେଇଯାଇଥାଏ।କିନ୍ତୁ ଜିଭ ଜନ୍ମ ର ପୂର୍ବରୁ ଥାଏ।କିନ୍ତୁ ମଣିଷର ମଲା ପରେ ମଧ୍ୟ ତା ଅସ୍ତିତ୍ବରେ ରହିଥାଏ।

ଦାନ୍ତ କଠୋର ହେଇଥାଏ ଓ ଜିହ୍ଵା କୋମଳ କିନ୍ତୁ ଏହାପରେ ମଧ୍ୟ ଦାନ୍ତ ନଷ୍ଟ ହେଇଯାଏ।ଜିହ୍ଵା ହେଇନଥାଏ।ଏହା ହିଁ ଲକ୍ଷ ଯେ କଠୋର ଲୋକ ଶୀଘ୍ର ନଷ୍ଟ ହେଇଥାନ୍ତି।କୋମଳ ଲୋକ ଆବଶ୍ୟକ ଅନୁସାରେ ନିଜ ଭିତରେ ପରିବର୍ତନ ଆଣିଥିବା ଲୋକଙ୍କ ର ହିଁ ଅସ୍ତିତ୍ବ ରହିବାରେ ସକ୍ଷମ ହେଇଥାନ୍ତି।ନିଜକୁ କୋମଳ ବନେଇବା ଶିଖନ୍ତୁ ଆଉ ଆପଣଙ୍କ ଜୀବନ ସରଳ ହୋଇଯିବ।

Leave a Reply

Your email address will not be published. Required fields are marked *