May 4, 2024

Odia Express

News For Public

ପାଣି ପିଇବାର ଉପାୟ।କେବେ , କେମିତି ,କେତେ ପରିମାଣରେ ପାଣି ପିଇବା ଆବଶ୍ୟକ..

ଆମର ଯେତେବେଳେ ଜନ୍ମ ହୋଇଥାଏ ଆମ ଶରୀର ସେତେବେଳେ ୭୫% ପାଣିରେ ତିଆରି ହୋଇଥାଏ କିନ୍ତୁ ବୟସ ବଢ଼ିବା ସହିତ ପାଣି କମ ହୋଇ ଯାଇଥାଏ। ଗୋଟେ ପୁରୁଷ ଶରୀର ୬୦% ପାଣିରେ ତିଆରି ହୋଇଥାଏ ଏବଂ ମହିଳାଙ୍କ ଶରୀର ୫୫% ପାଣିରେ ତିଆରି ହୋଇଥାଏ। କିଛି ପାଣି ଆମ ବୃକକ ଏବଂ ଲିଭର ରେ ରହି ଥାଏ।ଆମ ହୃତପିଣ୍ଡ ଏବଂ ମସ୍ତିଷ୍କ ପ୍ରାୟ ୭୫% ପାଣିରେ ତିଆରି ହୋଇଥାଏ। କିନ୍ତୁ ପୁରା ଶରୀରରେ ପାଣି ସବୁଠୁ ଅଧିକ କୋଶିକାରେ ରହି ଥାଏ।ହାଡ ଭିତରେ ମଧ୍ୟ ୩୧% ପାଣି ରହି ଥାଏ।ଆମ ସବୁ ଅଙ୍ଗକୁ ଠିକସେ କାମ କରିବା ପାଇଁ ପାଣିର ଆବଶ୍ୟକତା ରହି ଥାଏ।ସେଠି ପାଇଁ ଗୋଟିଏ ବ୍ୟକ୍ତି ନ ଖାଇ ବହୁତ ସମୟ ଯାଏ ରହି ପାରିବ କିନ୍ତୁ ପାଣି ନ ପିଇ ବହୁତ ସମୟ ଯାଏ ରହି ପାରିବନି। ଏହା ଆମ ଶରୀରରେ ବହୁତ ଜଡିତ ତେଣୁ ଏହି ନିୟମକୁ ପାଳନ କରିବ ବହୁତ ଆବଶ୍ୟକ।କାରଣ ପାଣି ପିଇବାର ସମୟ ପାଣି ପିଇବାର ମାତ୍ରା ଉପରେ ଶରୀର ନିର୍ଭର କରି ଥାଏ।ଏହି ସବୁ ନିୟମ ମାନିବ ଉଚିତ।

ପାଣି ପିଇବାରେ କିଛି ଅବହେଳା ହେଲେ ମୁଣ୍ଡ ବିନ୍ଧା , ଆଣ୍ଠୁ ଗଣ୍ଠି ବିନ୍ଧା , ବ୍ରଣ ହେବ , ଚୁଟି ଝଡ଼ିବା , ପରି ସମସ୍ୟା ଦେଖା ଦେଇ ଥାଏ।ଭୋଜନ ହଜମ ହୋଇ ନ ଥାଏ।ଶରୀରରେ ଅଳସ ପଣ ରହି ଥାଏ।ଏହି ପରି ବିଭିନ୍ନ ପ୍ରକାର ରୋଗ ବା ସମସ୍ୟା ଦେଖା ଦେଇ ଥାଏ। ଏହା ଦ୍ୱାରା ଦେହ ଶୁଖିଲା ଦେଖା ଯାଏ। କିଡ୍ନୀ ର ସମସ୍ୟା ଦେଖା ଦେଇ ଥାଏ। ଏହି ପରି ବହୁ ସମସ୍ୟା ଦେଖା ଯାଇଥାଏ।ମୋଟା ପଣ , ଶରୀର ଦୁର୍ବଳତା , ଗ୍ୟାସ ପରି ରୋଗ ଦେଖା ଯିବା।୪୦ ରୁ ଅଧିକ ରୋଗ କେବଳ ପାଣିରେ ଜଡିତ ରୋଗ ହୋଇଥାଏ ପାଣି ପିଇବାରେ ଧ୍ୟାନ ନ ଦେଲେ ଏହି ପରି ବିଭିନ୍ନ ପ୍ରକାର ରୋଗ ହୋଇଥାଏ।ଯେଉଁ ବ୍ୟକ୍ତି ନିଜ ଶରୀରରେ ପାଣିର ମାତ୍ରା ଠିକ ନ ରହିଲେ ରୋଗ ହୋଇଥାଏ।


ଆସନ୍ତୁ ଜାଣିବା ଆମକୁ ପାଣି କେତେ , କେଉଁ ସମୟରେ ପାଣି ପିଇବା ଉଚିତ । ସବୁଦିନେ ପାଣି ପିଇବାର ମାତ୍ରା ସମସ୍ତଙ୍କ ଶରୀରରେ ଠିକ ନ ଥାଏ।ତେଣୁ ସେଥି ପାଇଁ ନିଜ ଓଜନ ଏବଂ କାମ ଅନୁସାରେ ପାଣି ପିଇବା ଆବଶ୍ୟକ।ସବୁଦିନେ ୨ ରୁ ୩ ଲିଟର ପାଣି ପିଇବା ଆବଶ୍ୟକ। ସକାଳେ ପାଣି ପିଇବା ଆବଶ୍ୟକ ଏବଂ ଗରମ ଦିନେ ଟିକେ ଅଧିକ ପାଣି ପିଇବା ଆବଶ୍ୟକ ଆପଣ ଠିକ ଭାବରେ ପାଣି ପିଇଛନ୍ତି କି ନାହିଁ ତାହା ପରିସ୍ରା ରଂଗରୁ ଜାଣି ପାରିବେ। ଯଦି ହଳଦିଆ ଥାଏ ତାହେଲେ ଆପଣ ପାଣି ପିଅନ୍ତୁ। ସବୁବେଳେ ସକାଳୁ ଉଠି ପାଣି ପିଅନ୍ତୁ । ଖାଲି ପେଟରେ ପାଣି ପିଅନ୍ତୁ।ମୁଂହର ଲାଳ ମଧ୍ୟ ପେଟରେ ପହଂଚି ଥାଏ । ଖାଦ୍ୟ ଖାଇବାର ୪୦ ମିନିଟ ପୂର୍ବରୁ ଏବଂ ପରେ ପାଣି ପିଅନ୍ତୁ।

ସନ୍ଧ୍ୟା ବେଳେ ଘଣ୍ଟାକୁ ଘଣ୍ଟା ପାଣି ପିଅନ୍ତୁ ।ଯୋଗ କରି ସାରିବା ପରେ ମଧ୍ୟ ପାଣି ପିଅନ୍ତୁ ।ଶାରୀରିକ କାମ କରିବା ମଝିରେ ମଝିରେ ପାଣି ପିଅନ୍ତୁ।ଖାଦ୍ୟ ଖାଇବାର ଟିକେ ଆଗରୁ କିମ୍ବା ପରେ ପାଣି ପିଅନ୍ତୁ ନାହିଁ।ପାଣି ଠିକ ସମୟରେ ନ ପିଇବା ଦ୍ୱାରା ପାଚନ କ୍ରିୟା ହୋଇ ନଥାଏ ଯାହା ଦ୍ୱାରା ଗ୍ୟାସ ପରି ସମସ୍ୟା ଦେଖା ଦିଏ । ପାଣିକୁ ଟିକେ ମୁଂହର ରଖି ଟିକେ ଟିକେ କରି ପିଅନ୍ତୁ ଏହା ଦ୍ୱାରା ଶରୀର ଠିକ ରହି ଥାଏ।ଧୀରେ ଧୀରେ ବସିକି ପାଣି ପିଅନ୍ତୁ। ପାଣିକୁ ଠିଆ ହୋଇ ପିଅନ୍ତୁ ନାହିଁ । ଶରୀରର ପି ଏଚ ଠିକ ରହିଥାଏ । ସବୁବେଳେ ବସିକି ପାଣି ପିଅନ୍ତୁ ।

Leave a Reply

Your email address will not be published. Required fields are marked *