April 24, 2024

Odia Express

News For Public

ବାଦାମ: ୯୯ ପ୍ରତିଶତ ଲୋକ ଜାଣିନାହାନ୍ତି ବାଦାମ କେତୋଟି, କେତେବେଳେ ଏବଂ କେମିତି ଖିଆଯିବ – ଜାଣନ୍ତୁ ଏହି ଆର୍ଟିକିଲରେ

1 min read

ଶରୀର ପାଇଁ ବାଦାମ ବରଦାନଠୁ ବି କମ ନୁହେଁ।କିନ୍ତୁ ଦିନକୁ କେତୋଟି ବାଦାମ ଶରୀର ପାଇଁ ଉପଯୋଗୀ ତାହା ଜାଣିବା ନିହାତି ଦରକାର।ଆମ ଦେଶର ଲୋକମାନେ ପ୍ରାୟତଃ ବାଦାମ ଖାଇଥାନ୍ତି।କିନ୍ତୁ ବାଦାମ ଖାଇବାର ଉପାୟ ପ୍ରାୟତଃ କିଛି ଲୋକ ଜାଣିନାହାନ୍ତି।ବେଳେବେଳେ କିଛି ଲୋକ ଥରକେ ୧୫-୨୦ ବାଦାମ ଖାଇଦିଅନ୍ତି।ଯାହାକି ଉପକାର ବଦଳରେ ଅପକାର କରିଥାଏ।କିଛି ଲୋକ ବାଦାମ ଖାଇବାର ଉପାୟ ଜାଣିନାହାନ୍ତି।

ଅଧିକ ବାଦାମ ଖାଇଲେ ଏହା ଶରୀରରେ ଗରମ ବୃଦ୍ଧି କରାଇଥାଏ।ଆହୁରି ମଧ୍ୟ ଅଳ୍ପ ବାଦାମ ଖାଇଲେ ତାହା କୌଣସି ଉପକାର ମଧ୍ୟ କରିନଥାଏ।ତେଣୁ କେତୋଟି ବାଦାମ ଖାଇବା କଥା ତାହା ଜାଣିବା ନିହାତି ଜରୁରୀ।ପୂର୍ବରୁ ଆମେ ଆମ ବଡ ମାନଙ୍କଠୁ ସୁନିଆସିଛୁଯେ ପ୍ରତିଦିନ ବାଦାମ ଖାଇବା ଜରୁରୀ।କାରଣ ବାଦାମ ଖାଇବା ଦ୍ୱାରା ଏହା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରାଇଥାଏ।ଏହା ଆମର କେଶ ବୃଦ୍ଧିରେ ସହାୟକ ହୋଇଥାଏ।ଆହୁରି ମଧ୍ୟ ଆମ ଚର୍ମକୁ ଚିକ୍କଣ ରଖିଥାଏ।ଏହା ଆମର ଆଭ୍ୟନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିଥାଏ।ବାଦାମରେ ଆବଶ୍ୟକ ପରିମାଣର ପୋଷକତତ୍ୱ,ଭିଟାମିନ,ଜ଼ୀଙ୍କ ,କ୍ୟାଲସିୟମ,ମ୍ୟାଗନେସିୟମ,ଓମେଗା୩ ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ମିଳିଥାଏ।

ଏହାର ଉପକାରୀତା ପ୍ରାୟତଃ ରାତିରେ ପାଣିରେ ପକାଇ ,ସକାଳୁ ଉଠି ଖାଇଲେ ହିଁ ମିଳିଥାଏ।ଆହୁରି ମଧ୍ୟ ଏହାର ଚୋପାକୁ ଛଡାଇ ଖାଇଲେ ଅତ୍ୟଧିକ ଉପକାର ହୋଇଥାଏ।ମୁଖ୍ୟତଃ ଏହାର ଧଳା ଅଂଶକୁ ଖାଇଲେ ପ୍ରଚୁର ପରିମାଣର ଭିଟାମିନ ମିଳିଥାଏ।ଗୋଟେ ଅଧ୍ୟାୟନରୁ ଦେଖାଯାଇଛି ଯେ ବାଦାମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।ଯଦି ଯେଉଁ ବ୍ୟକ୍ତିର ଉଚ୍ଚ ରକ୍ତଚାପ ଥାଏ ତେବେ ସେ ଯଦି ପ୍ରତିଦିନ ବାଦାମ ସେବନ କରିବା ତେବେ ତାହାର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବ।ଏବେଠୁ ଯଦି ବାଦାମ ସେବନ ଆରମ୍ଭ କରିବ ତେବେ ଭବିଷ୍ୟତରେ ରକ୍ତଚାପର ସମସ୍ୟା ରହିବ ନାହିଁ।

ବାଦାମ ମସ୍ତିଷ୍କର ଉନ୍ନତି କରିଥାଏ।ଆହୁରି ମଧ୍ୟ ବାଦାମ ଆଖିର ଉଜ୍ବଳତା ଶକ୍ତି ବୃଦ୍ଧି କରିଥାଏ।ଏହା ମଧ୍ୟ ହୃଦୟକୁ ସୁସ୍ଥ ରଖିଥାଏ।ହୃଦାରୋଗୀ ପ୍ରତିଦିନ ବାଦାମ ସେବନ କରିବା ଉଚିତ।ବାଦାମ ସେବନ ଦ୍ୱାରା ହୃଦରୋଗ ଧୀରେ ଧୀରେ ଲୀନ ହୋଇଥାଏ।ଯଦି ଆପଣ ହୃଦୟରୋଗରେ ପୀଡିତ ଅଛନ୍ତି ତେବେ ପ୍ରତିଦିନ ବାଦାମ ସେବନ କରନ୍ତୁ।ତେବେ ଆସନ୍ତୁ ଜାଣିବା ପ୍ରତିଦିନ କେତୋଟି ବାଦାମ ସେବନ କରିବା ଉଚିତ।

କାରଣ ଖରାଦିନ ଏବଂ ଶୀତ ଦିନେ ଭିନ୍ନ ଭିନ୍ନ ପ୍ରକାରରେ ଲୋକମାନେ ବାଦାମ ଖାଇଥାନ୍ତି।ଯଦି ଖରାଦିନେ ବାଦାମ ଖାଇବାକୁ ଚାହିଁବ ତେବେ ୪-୫ ବାଦାମ ପାଣିରେ ପକାଇ ଖାଇବ।ଯଦି ଶୀତ ଦିନେ ବାଦାମ ସେବନ କରିବାକୁ ଚାହିଁବ ତେବେ ୧୦-୧୨ ବାଦାମ ପାଣିରେ ପକାଇ ଖାଇବା ଉଚିତ।ପ୍ରକୃତରେ ବାଦାମ ସେବନ ଦ୍ୱାରା ଶରୀରରୁ ବିଭିନ୍ନ ପ୍ରକାରର ରୋଗ ଦୁରେଇଯାଇଥାଏ।ତେଣୁ ଏହାକୁ ନୀତିଦିନ ଭାବରେ ବ୍ୟବହାର କରିବା ଉଚିତ।

ସଖାଳୁ ଉଠି ଖାଲି ପେଟରେ ଏହାକୁ ସେବନ କରିବା ଦ୍ୱାରା ପ୍ରଚୁର ଲାଭ ମିଳିଥାଏ।ଗୋଟେ କଥା ସବୁବେଳେ ମାନେରଖିବା ଉଚିତ ଯେ ଅଧିକ ବ୍ୟବହାର ସବୁବେଳେ ଶରୀରର ହାନି କରିଥାଏ।ବାଦାମ ଏକ ଗରମ ଜିନିଷ।ତେଣୁ ବାଦାମକୁ ଅଧିକ ବ୍ୟବହାର କରିବନି।ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରିବ।

Leave a Reply

Your email address will not be published. Required fields are marked *