April 30, 2024

Odia Express

News For Public

ମାଆ ହେଲେ ସୁପରଓମେନ – ବାଲକୋନୀରୁ ଖସି ପଡୁଥିବା ଶିଶୁକୁ ଏପରି ବଞ୍ଚେଇଲେ ଯେ ସାରା ଦେଶ କହୁଛି ଧନ୍ୟ ତୁମେ ମା – ଏବେ ଭିଡ଼ିଓ ଦେଖନ୍ତୁ..

1 min read

ଗୋଟିଏ ମାଆ ନିମନ୍ତେ ତାର ସନ୍ତାନ ଠାରୁ ବଡ କେହି ନୁହନ୍ତି । ତାର ସୁରକ୍ଷା ନିମନ୍ତେ ସେ ନିଜର ଜୀବନ ପର୍ଯ୍ୟନ୍ତ ଉତ୍ସର୍ଗ କରିପାରେ । ଏହିଭଳି ଏକ ମାମଲା ନିକଟରେ କଲମ୍ବିଆର ମେଡୋଲିନ ରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳାଙ୍କ ପୁଅ ବାଲକୋନୀରୁ ପଡିଯାଉଥିଲା କିନ୍ତୁ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଫୁର୍ତ୍ତି ପୁଅର ଜୀବନ ବଞ୍ଚେଇଦେଲା । ବାଲକୋନୀରୁ ପଡିଯାଉଥିବା ନିଜର ପୁଅକୁ ବଞ୍ଚେଇବା ପାଇଁ ମହିଳା ଜଣକ ବହୁତ ଫୁର୍ତ୍ତି ଦେଖାଇ ଡିଆଁ ମାରିବା ଦୃଶ୍ୟଗୋଚର ହୁଅନ୍ତି । ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଖୁବ ଶୀଘ୍ର ଭାଇରାଲ ହୋଇଛି । ଆପଣ ଏହି ଭିଡିଓ ଦେଖିଲେ ଆପଣଙ୍କ ନିଶ୍ଵାସ ଅଟକି ଯିବ ଓ ପୁଣି ମୁହଁରେ ହସ ଫୁଟି ଉଠିବ ।

ମହିଳା ଜଣଙ୍କ ଚତୁର୍ଥ ମହଲାର ସିଡିରୁ ବାହାରକୁ ବାହାରୁ ଥିଲେ । ଏହାପରେ ସେ ଗୋଟିଏ କବାଟସାମନାରେ ଠିଆ ହୋଇଗଲେ । ଏହି ସମୟରେ ତାଙ୍କ ପୁଅ ହାତ ଛଡେଇ ବାଲକୋନୀ ନିକଟରେ ବସି ବାହାରର ଦୃଶ୍ୟ ଦେଖୁଥିଲା । ଏପରି କରିବା ସମୟରେ ସେ ଗଡିପଡିଲା ଓ ବାଲକୋନୀ ତଳକୁ ଗଳିପଡିଲା । ଏହା ତାର ମାଆଙ୍କ ଦୃଷ୍ଟିଗୋଚର ହେଲା ଓ ସେ ଖୁବ ଶୀଘ୍ର ଲମ୍ଫ ପ୍ରଦାନ କରି ପଡିଯାଉଥିବା ନିଜ ପୁଅର ହାତ ଧରିନେଲେ । ଏହାପରେ ସେ ପୁଅକୁ ଉପରକୁ ନିଜ ଆଡକୁ ଟାଣି ଆଣିଲେ । ଏହି ଘଟଣା ବେଳେ ଓ ପରେ ସେଠାକୁ ଆଉ ଅନେକ ଲୋକ ଆସିଯାନ୍ତି ।

ଏହି ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଗଲା । ଏବେ ଏହି ଭିଡିଓ ଇଣ୍ଟରନେଟରେ ଅଧିକ ବେଗରେ ଭାଇରାଲ ହେଉଛି । ଏହି ଭିଡିଓ କୁ ଦେଖି ଲୋକମାନେ ମହିଳାଙ୍କ ତାରିଫ କରୁଛନ୍ତି । ଭିଡିଓ ଦେଖି ଏହା ଜଣାପଡୁଛି ମହିଳା ଯଦି କିଛି ସେକଣ୍ଡ ବି ଡେରି କରିଥାନ୍ତେ ତେବେ ତାଙ୍କ ପୁଅ ବଞ୍ଚିନଥାନ୍ତା । ଲୋକମାନେ ଏହାମଧ୍ୟ କହୁଛନ୍ତି ଏହି ମାଆ ଜଣକ ଏକ ସୁପରଓମେନ ଭଳି ନିଜ ପୁଅକୁ ବଞ୍ଚେଇଲେ । ଏହାକୁ ଭାଗ୍ୟ କୁହନ୍ତୁ ବା ମହିଳାଙ୍କ ବୁଦ୍ଧିମାନୀ କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ ପୁଅ ଠିକ ଅଛି । କିଚିଲୋକ ଏହାମଧ୍ୟ କହୁଛନ୍ତି ମାଆ ଙ୍କୁ ପୁଅ କୁ ଦେଖିବା କଥା , ଯଦି ସେ ତାର ହାତ ଛାଡି ନଥାନ୍ତେ  ଓ ତା ଉପରୁ ଦ୍ରୁଷ୍ଟି ହଟେଇ ନଥାନ୍ତେ ତେବେ ଏହି ଘଟଣା ଘଟି ନଥାନ୍ତା । ଭାଗ୍ୟଭଲ ଥିଲା ନହେଲେ କିଛି ବି ହୋଇପାରିଥାନ୍ତା ।

 

https://youtu.be/21IAY-NtNrA

Leave a Reply

Your email address will not be published. Required fields are marked *