April 25, 2024

Odia Express

News For Public

ଘୋଡି ପରିବର୍ତ୍ତେ ଜେସିବି ମେସିନ୍ ରେ ବସି ବରଯାତ୍ରୀ ନେଇକରି ପହଞ୍ଚିଲା ବର – ଜାଣନ୍ତୁ କଣ ଥିଲା ଏହା ପଛରେ କାରଣ..ଜାଣିଲେ ଆପଣ ହସି ହସି ଗଡିବେ..

ବାହାଘର ଦିନ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ , ଓ ସମସ୍ତେ ଚାହିଁଥାନ୍ତି କି ତାଙ୍କ ବାହାଘର ବହୁତ ଧୁମ୍ ଧାମ୍ ରେ ହେଉ , ସେମାନେ ଚାହଁନ୍ତି କି ତାଙ୍କ ଜୀବନରେ ଏମିତି କିଛି ପରିବର୍ତ୍ତନ ଦେଖାଦେଉ ଯାହା କିଛି ନୂଆ ଆଶାର ସଂଚାର ହୋଇପାରିବ , ଓ ଉଭୟ ପୁଅ ଓ ଝିଅ ଏହି ଦିନକୁ ଅପେକ୍ଷା କରି ବସିଥାନ୍ତି । ଏମିତିରେ ବିବାହ ଦିନରେ ବହୁତ ନାଚ ଗୀତର ଆସର ହୋଇଥାଏ , ଓ ବାହାଘରରେ ବହୁ ଦୂର ଦୁରାନ୍ତରୁ ଅତିଥି ଆସି ପହଞ୍ଚନ୍ତି , ଓ ଯିଏ ବାହା ହେବାକୁ ଯାଉଛନ୍ତି ସେ ତାଙ୍କ ଏହି ବାହାଘରକୁ କିଛି ସ୍ମରଣୀୟ କରିବାପାଇଁ ଚେଷ୍ଟା କରନ୍ତି । ଏମିତି ଏକ ଖବର ଏବେ ଶୁଣିବାକୁ ମିଳୁଛି , ଯାହା ଅନ୍ୟ ବାହାଘର ଠାରୁ ସଂପୁର୍ଣ୍ଣ ଅଲଗା ଅଟେ ।

 

ଏମିତି କିଛି ହେଲା ଛତିଶଗଡର କସଡୋଲ ରେ , ଏଠାରେ ବର ଜେସିବି ମେସିନ୍ ଧରି ବର ଭେଷରେ ବରଯାତ୍ରୀ ନେଇକରି ଆସିଲା , ସାଧାରଣତଃ ଆମେ ଦେଖିଛେ ବର କାର୍ କିମ୍ବା ଘୋଡାରେ ବସି ଆସିଥାନ୍ତି ,କିନ୍ତୁ ଏଠି ସଂପୂର୍ଣ୍ଣ ଅଲଗା , କିନ୍ତୁ କସଡୋଲ୍ ରେ ରହୁଥିବା ଏହି ବ୍ୟକ୍ତିର ଇଛା ଥିଲା କି ସେ ଜେସିବି ମେସିନ୍ ରେ ବସି ନିଜ ବରଯାତ୍ରୀ ନେଇକରି ଯାଉ , ଅମୀଶ୍ କୁମାର ଡହରିଆ ନିଜ ଗାଁ କସଡୋଲରୁ ଏକେଲା ଏମିତି ପୁଅ ଅଟେ , ଯିଏ ଜଣେ ଇଞ୍ଜିନିୟର ଅଟେ ,

 

ଅମିଶଙ୍କ ପାଇଁ ଏହା କରିବା ସହଜ ନଥିଲା , ତାଙ୍କ ମା ବାପାଙ୍କୁ ଏହି ଆଇଡିଆ କିଛି ଖାସ୍ ଲାଗିଲା ନାହିଁ , ତାଙ୍କୁ ଡର ଥିଲା କି ଲୋକ କଣ କହିବେ , କିନ୍ତୁ ଅମିଶ ଥିଲେ ନିଜ କଥାରେ ନିଷ୍ପତ୍ତି ନେଇସାରିଥିଲେ । ଅମିଶ୍ କହିଲେ କି ସେ ତାଙ୍କ ବାହାଘରକୁ ଆହୁରି ସ୍ମରଣୀୟ କରିବାକୁ ଇଚ୍ଛା ରଖିବାକୁ ଚାହଁନ୍ତି , ଏଥିରେ ସେ କିଛି ଅଲଗା କରିବାକୁ ଇଚ୍ଛା କଲେ , ସେ ଯେବେ ଜେସିବି ମେସିନ୍ ଧରି ଆସିଲେ ତାଙ୍କ ଫ୍ରଣ୍ତ ଲୋଡର୍ ଆଗରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ବ୍ୟାନର୍ ଲଗାଇଦେଇଥିଲେ । ଯେଉଁମାନେ ରାସ୍ତାରେ ଯାଉଥିଲେ ଲୋକେ ତାଙ୍କୁ କେବଳ ବୁଲିକରି ଚାହୁଁଥିଲେ , ଅମିଶ୍ ଯେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ନାଁ ମନିଶା ଅଟେ , ମନିଷା ଜଣେ ବ୍ୟାଙ୍କ୍ ରେ ଆସିଷ୍ଟାଣ୍ତ ମ୍ୟାନେଜର ଅଛନ୍ତି ।

 

ଆପଣଙ୍କୁ ଜାଣିକରି ଖୁସି ଲାଗିବ କି ଅମିଶ୍ ଏହି ବାହାଘର ପାଇଁ ଗୋଟେ ଟଙ୍କା ଯୌତୁକ ବି ନେଇନାହାନ୍ତି , ସେ ଓଲଟା ଜିନିଷ କିଣି ଝିଅ ଘରକୁ ଦେଲେ , ଏଥିରୁ ଆପଣ ଅମିଶଙ୍କ ଭଲ ଭାବନା ବିଷୟରେ ଜାଣିପାରୁଥିବେ , ଏବେ ଏହି ଘଟଣା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା ,

Leave a Reply

Your email address will not be published. Required fields are marked *